ଆପଣମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶିବ ଲିଙ୍ଗ ଉପରେ ଆପଣ ମାନେ ବେଲ ପତ୍ର ଚଢାଉଛନ୍ତି ତେବେ ସେହି ପତ୍ର ଏକଦମ୍ ତାଜା ଏବଂ କଟା ଫଟା ହୋଇ ନଥିବା ଦରକାର । ଏବଂ ଶିବ ଲିଙ୍ଗରେ ପତ୍ର ଚଢେଇବା ପୂର୍ବରୁ ପତ୍ରର ଡେମ୍ଫକୁ ଚିଡେଇବା ପାଇଁ ଆପଣ ମାନେ ଚେଷ୍ଟା କରନ୍ତୁ ।
ବହୁତ ଲୋକ ମାନେ ରହିଛନ୍ତି ଯେଉଁ ମାନଙ୍କର ବୟସ ହୋଇଗଲେ କାନ କୁ ଭଲରେ ଶୁଭେ ନାହିଁ । ଏବେଠୁ ଜାରି ରଖନ୍ତୁ ଆପଣ ମାନେ ଜିବନ ସାରା କେବେବି କାଲା ହେବେ ନାହିଁ କିମ୍ବା କାନ ରୋଗ କିଛିବି ହେବ ନାହିଁ । ଏହା ପାଇଁ ଆପଣ ମାନଙ୍କୁ ପ୍ରତି ଶନିବାର ଦିନ ଠମ୍ପେ ଲେଖାଏଁ ତେଲ ପାକାନ୍ତୁ । ଦେଖିବେ ସବୁ କାନ ରୋଗରୁ ଦୂରେଇ ରହିବେ ।
ବନ୍ଧୁଗଣ ମନ୍ଦାର ସମସ୍ତ ଙ୍କ ବାଡିରେ ଫୁଟେ ବିଶେଷ କରି ନାଲି ଏବଂ ଧଳା ମନ୍ଦାର ଲୋକଙ୍କ ବାଡିରେ ଫୁଟେ । ତେବେ ଆପଣ ମାନେ ମନେ ରଖିବେ ପ୍ରତି ସୋମବାର ଦିନ ଗୋଟିଏ ଧଳା ମନ୍ଦାର ଆଣି ଆପଣ ମାନେ ଶିବ ଲିଙ୍ଗ ଉପରେ ଚଢାନ୍ତୁ ତେବେ କୈଣସି ତନ୍ତ୍ର ମନ୍ତ୍ର ଆପଣ ମାନଙ୍କ ଘରକୁ ପ୍ରବେଶ କରି ପାରିବ ନାହିଁ ।
ସମସ୍ତ ଙ୍କ ଠାକୁର ଘରେ ଘଣ୍ଟି ରହିଥାଏ ସମସ୍ତେ ଠାକୁର ଘରେ ଘଣ୍ଟି ବଜାନ୍ତି ହେଲେ ମନେ ରଖିବେ ବନ୍ଧୁଗଣ ଜାହା ଘରେ ଘଣ୍ଟି ଉପରେ ଗରୁଡ ଚିତ୍ର ଟିଏ ଅଙ୍କା ହୋଇଥାଏ । ସେହି ଘରକୁ ଅଗ୍ନୀ ଭୟ , ବଜ୍ର ଭୟ , ଚୋର ଭୟ କିଛିବି ନଥାଏ । ତେଣୁ ଘଣ୍ଟି କିଣିବା ସମୟ ରେ ଆପଣ ମାନେ ଏହାର ଧ୍ୟନ ନିଶ୍ଚିତ ରଖନ୍ତୁ ।
ଆପଣ ମାନେ ଯେତେ ବେଳେ ବି ପୂଜାରେ ଦୂବ ଘାସ ବ୍ୟବହାର କରୁଛନ୍ତି ତେବେ ସେହି ସମୟ ରେ ମନେ ରଖିବେ କି କେବେବି ଆପଣ ମାନେ ରବିବାର ଦିନ ଦୂବ ଛିଣ୍ଡେଇବେ ନାହିଁ ।
ଏବଂ ଆପଣ ମାନେ ବର ଗଛ , ଅଶ୍ୱସ୍ଥ ଗଛ ମୂଳେ ପାଣି ଦିଅନ୍ତି ହେଲେ ବିଶେଷ କରି ଆପଣ ମାନେ ବୁଧବାର ଏବଂ ରବିବାର ଦିନ ବରଗଛ ମୂଳେ କେବେ ପାଣି ଢାଳିବେ ନାହିଁ ।
ସେହି ପରି ଆପଣ ମାନେ ଯାତ୍ରା କରୁଥଲେ ଆପଣ ମାନେ ଯଦି ରବିବାର ଦିନ ଯାତ୍ରା କରନ୍ତି ତେବେ ଆପଣ ମାନେ ମୁଣ୍ଡରେ ହାତ ଦେଇ କରି ଯାତ୍ରା ଆରମ୍ଭ କରିବେ । ସେହି ପରି ସୋମବାର ଦିନ ମୁହଁରେ ହାତ ଦେଇ ଯାତ୍ରା ଆରମ୍ଭ କରିବେ ।
ମଙ୍ଗଳବାର ଦିନ ଗଳାରେ ହାତ ଦେଇ , ବୁଧବାର ଦିନ ପେଟରେ ହାତ ଦେଇ , ଗୁରୁବାର ଦିନ ବେନି ପାର୍ଶ୍ୱ , ଶୁକ୍ରବାର ଦିନ କାନରେ ହାତ ଦେଇ , ଶନିବାର ଦିନ ପିଠିରେ ହାତ ଦେଇ ଆପଣ ମାନେ ଯାତ୍ରା ଆରମ୍ଭ କରିଲେ ଆପଣ ମାନଙ୍କ ଯାତ୍ରା ମଙ୍ଗଳମୟ ହୋଇଥାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।