sibba

ଆଜିଠାରୁ ଭଗବାନ ଶିବଙ୍କ କୃପା ଦୃଷ୍ଟି ପଡ଼ିଲା ଚମକିବ ଏହି ୫ଟି ରାଶିର ଭାଗ୍ୟ |

RASIPHALA

ହରିଓଁ ନମଃ ଶିବାୟ। ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ ଭଗବାନ ଶିବ ଅତ୍ୟନ୍ତ ଦୟାଳୁ ଅଟନ୍ତି। ଭଗବାନ ଶିବ ନିଜ କୃପାଦୃଷ୍ଟି ଏହି ୫ ଟି ରାଶି ଉପରେ ପକାଇବାକୁ ଯାଉଛନ୍ତି। ଏହି ୫ଟି ରାଶିରେ ଧନବର୍ଷା ଯୋଗ ମଧ୍ୟ ରହିଛି। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବାକୁ ଯାଉଛି।ତେବେ ଏହି ଭାଗ୍ୟଶାଳୀ ୫ଟି ରାଶି ହେଉଛନ୍ତି।

copule1

ମେଷ ରାଶି : ଦୈହିକ ସୁସ୍ଥତା ପୂର୍ଣ୍ଣମାତ୍ରାରେ ରହିଥିଲେ ମଧ୍ୟ ମାନସିକ ସ୍ତରରେ ଅସ୍ଥିରତା ଲାଗିରହିବ । ହାତକୁ ନେଇଥିବା କାମଗୁଡ଼ିକ ମଧ୍ୟ ସୁରୁଖୁରୁରେ ସମ୍ପନ୍ନ ହେବାରେ ବନ୍ଧୁଙ୍କ ଅବଦାନକୁ ଭୁଲି ପାରିବେ ନାହିଁ । କିନ୍ତୁ ଅଫିସ କାର୍ଯ୍ୟାଳୟରେ କେତେକ ସହକର୍ମୀ ନିଜ ନିଜର ଫାଇଦା ଉଠାଇବା ପାଇଁ, ଆପଣଙ୍କ ଉପରେ କାର୍ଯ୍ୟଭାର ଲଦିଦେଇପାରନ୍ତି । ଆଲୋଚନା ପରିସରରେ ଅପ୍ରିୟସତ୍ୟ ପ୍ରକାଶ କରି ପରୋକ୍ଷରେ ସହକର୍ମୀଙ୍କ ସହ ଶତ୍ରୁତା ସୃଷ୍ଟି କରିବେ । ମିଥୁନ ରାଶି : ଆର୍ଥିକ ସ୍ଥିତି ବୃଦ୍ଧି ହେବ । କେତେକ ଅତ୍ୟାବଶ୍ୟକ ଘରୋଇ ଜିନିଷ କଣିବା ଲାଗି ବନ୍ଧୁ ଓ ସହକର୍ମୀଙ୍କ ଠାରୁ ଧାର କରଜ କରିବାକୁ ପଡିପାରେ । ସାମାଜିକ ସ୍ତରରେ ନୀତିଗତ କାମରୁ ପ୍ରଶଂସିତ ହେବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ପାରିବାରିକ ଜୀବନ ସୁଖମୟ ହେବ ।କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ ।

ସିଂହ ରାଶି : ପରୋକ୍ଷ ଶତୁତା ଓ ପ୍ରଦୀଦ୍ଵନ୍ଦିତା ଯୋଗୁଁ ବ୍ୟବସାୟ କ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପରେ ବାଧା ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡିପାରେ । ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି । ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ । ଶେୟାର ମାର୍କେଟ, ଜୁଆ ଓ ଲଟେରୀ ଖେଳରେ ମନମୁତାବକ ଲାଭବାନ ହେବାର ସମ୍ଭାବନା ଅଛି । ହିତୈଷୀଙ୍କ ସହ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ ।  ତୁଳା ରାଶି : କର୍ମକ୍ଷେତ୍ରରେ ଯୋଗାଯୋଗ କଲେ ଆଶା କରୁଥିବା ସ୍ଥାନକୁ ସ୍ଥାନାନ୍ତରଣ ହୋଇ ପାରିବେ । ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହୋଇ ଯାନବାହନ ଓ ନୂତନ ଗୃହସୁଖ ମିଳିବ । ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ । ବ୍ୟବସାୟ ପାଇଁ ଯୋଗାଯୋଗ କରିଥିବା କ୍ଷେତ୍ରରୁ ଡାକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ । କର୍ମକ୍ଷେତ୍ରରେ ନିଜର ପ୍ରତିଷ୍ଠା ପ୍ରତିପତ୍ତିରେ ଉନ୍ନତି କରି ପାରିବେ ।

copulee

କୁମ୍ଭ ରାଶି : ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ । କଳା ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ । ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ । ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଅଫିସରେ ପ୍ରତିକୂଳ ପରିସ୍ଥିତି ବଶତଃ କାର୍ଯ୍ୟର ଚାପ ଅଧିକ ରହିବ ବେଳେ ସହକର୍ମୀମାନଙ୍କ ଅସହଯୋଗ ମନୋବୃତ୍ତି ଓ କୂଟକ୍ତି ବାକ୍ୟ ମନ ବିଭ୍ରାନ୍ତ କରିବ । ପିଲାମାନଙ୍କ ସମସ୍ୟାକୁ କେନ୍ଦ୍ରକରି ମନ ବିଚଳିତ ରହିବ ଓ ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀଙ୍କ ଉପରେ କ୍ରୋଧ ପ୍ରକାଶ କରିପାରନ୍ତି । ପରିବାର ସଦସ୍ୟଙ୍କ ସହଯୋଗ ଫଳରେ ମନୋବଳ ବୃଦ୍ଧି ଘଟିବ।

ଆମେ ଆପଣ ମାନଙ୍କ ପାଇଁ ସବୁବେଳେ ଓଡ଼ିଆ ଖବର,ଭାଇରଲ ନ୍ୟୁଜ, ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *