anubhab

ଅନୁଭବଙ୍କ ବିରୋଧରେ ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ,ହେଲା ଏହି ବଡ଼ ଖୁଲାସା |

Uncategorized

ହେଲୋ,ହାଏ ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ ଓଲିଉଡରେ ପୁଣି ଜୋର ଧରିଲା ବର୍ଷା-ଅନୁଭବ ବିବାଦ । ସାଂସଦ ଅନୁଭବ ମହାନ୍ତି ଭିଡିଓ ଜାରି କରି ନିଜର କ୍ଷୋଭ ପ୍ରକାଶ କରିବା ପରେ, ଗତକାଲି ଅପରାହ୍ନରେ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ରାଜ୍ୟ ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପାରିବାରିକ ବିବାଦ ନେଇ ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି। ନିଜ ସଂପର୍କୀୟଙ୍କ ସହ ମହିଳା କମିସନଙ୍କ ଠାରେ ପାରିବାରିକ ବିବାଦ ସଂପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି।

barsha

ପୂର୍ବରୁ ଫେସବୁକ୍‌ରେ ୬ ମିନିଟର ଭିଡିଓ ଜାରି କରିଥିଲେ ଅନୁଭବ । ବର୍ଷାଙ୍କୁ ଟାର୍ଗେଟ୍‌ କରି ତାଙ୍କ ସମର୍ଥକଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କଲେ ଚୁପ୍‌ ରହିବିନି ବୋଲି କହିଥିଲେ । ତାଙ୍କ ନୀରବତାକୁ ଦୁର୍ବଳତା ବୋଲି ଭାବି ନେଇଛନ୍ତି ବୋଲି କହିଥିଲେ । ଏବେ କିନ୍ତୁ ତାଙ୍କ ପ୍ରଶଂସକଙ୍କ ପାଇଁ ଆଗରେ ଛିଡା ହେବେ।ବର୍ଷାଙ୍କ ସମର୍ଥକ ଜାଗ୍ରତିଙ୍କ ପ୍ରତି ଅନୁଭବ ଫ୍ୟାନ୍‌ କ୍ଲବ ଫେସବୁକ୍‌ ପେଜ୍‌ରେ ଖରାପ ମନ୍ତବ୍ୟ ଦେବାପରେ ଜାଗ୍ରତି ଫେସ୍‌ବୁକ୍‌ରେ ବର୍ଷାଙ୍କୁ ଇଙ୍ଗିତ କରି ଅସନ୍ତୋଷ ପ୍ରକାଶ କରିଥିଲେ । ଅନୁଭବ ଏକ ଭିଡିଓ ପୋଷ୍ଟ କରି ପରୋକ୍ଷରେ ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି । ଲଢିବାର ଅଛି ଯଦି ତାଙ୍କ ସହ ସିଧାସଳଖ ଲଢନ୍ତୁ, ଫ୍ୟାନ୍‌ମାନଙ୍କ ସହ ନୁହେଁ ବୋଲି ଅନୁଭବ କହିଛନ୍ତି।

ଆମେ ଆପଣ ମାନଙ୍କ ପାଇଁ ସବୁବେଳେ ଓଡ଼ିଆ ଖବର,ଭାଇରଲ ନ୍ୟୁଜ, ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *