5

ଘରେ ରହିଲେ ଏହି ୫ଟି ଜିନିଷ ଘରକୁ କେବେ ମଧ୍ୟ ଆସେନାହିଁ ଅସୁବିଧା,ଘରେ ରୁହେ ସୁଖ ସମୃଦ୍ଧି |

FACT

ହେଲୋ,ହାଏ ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ।ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ତାଙ୍କ ଘର ସୁଖ, ସମୃଦ୍ଧିରେ ପୂରି ଉଠୁ। ଘରେ ଦେବତା ବାସ କରନ୍ତୁ। ଏଥିପାଇଁ ବ୍ୟକ୍ତି ନିଜ ଘରେ ପୂଜାପାଠ ସହିତ ଦାନ, ପୁଣ୍ୟ ମଧ୍ୟ କରିଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ମହାଭାରତର ଏକ ପ୍ରସଙ୍ଗରେ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ଏମିତି କିଛି ପବିତ୍ର ଜିନିଷ ବିଷୟରେ କହିଛନ୍ତି, ଯାହାକୁ ଘରେ ରଖିବା ମାତ୍ରେ ଦେବୀ, ଦେବତାଙ୍କ କୃପା ସବୁବେଳେ ରହିବ। ଘରକୁ ସୁଖ, ସମୃଦ୍ଧିର ଆଗମନ ହେବ। ଆସନ୍ତୁ ଜାଣିବା ଏହି ପବିତ୍ର ଜିନିଷ ବିଷୟରେ।

gangaa
ଗଙ୍ଗାଜଳ : ଘରେ ସବୁବେଳେ ଗଙ୍ଗା ଜଳ ମହଜୁଦ ଥିବା ଦରକାର। ଯେତେବେଳେ ବି କୌଣସି ଅତିଥି ଘରକୁ ଆସିବେ, ତାଙ୍କୁ ସର୍ବପ୍ରଥମେ ପିଇବା ପାଇଁ ଶୀତଳ ଜଳ ଦେବା ଉଚିତ। ଏହାଦ୍ବାରା କୁଣ୍ଡଳୀର ଅନେକ ଦୋଷ ଦୂର ହୋଇଯାଇଥାଏ। ଚନ୍ଦନ: ଚନ୍ଦନକୁ ବହୁତ ପବିତ୍ର ରୂପେ ଗଣାଯାଏ। ଏହାର ମହକରେ ପରିବେଶରୁ ନକାରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ। ସମସ୍ତ ଦେବୀ, ଦେବତାଙ୍କ ପୂଜାରେ ଚନ୍ଦନର ବିଶେଷ ମହତ୍ତ୍ୱ ରହିଥାଏ। ମୁଣ୍ଡରେ ଚନ୍ଦନର ତିଳକ ଲଗାଯାଇଥାଏ। ଏହାର ତିଳକରେ ମନକୁ ଶାନ୍ତି ମିଳିଥାଏ। ଘରେ ସବୁବେଳେ ଚନ୍ଦନ ରଖିବା ଉଚିତ। କାରଣ, ପ୍ରତ୍ୟେକ ଦିନ ପୂଜା କରିବା ସମୟରେ ଦେବୀ, ଦେବତାଙ୍କୁ ଚନ୍ଦନ ଅର୍ପଣ କରିବା ଉଚିତ।

ବୀଣା: ବୁଦ୍ଧି ଏବଂ ଶିକ୍ଷାର ଦେବୀ ସରସ୍ବତୀଙ୍କର ପ୍ରିୟ ବାଦ୍ୟ ଯନ୍ତ୍ର ହେଉଛି ବୀଣା। ଘରେ ବୀଣା ରଖିଲେ ସରସ୍ୱତୀଙ୍କ କୃପାରୁ ସମସ୍ତ ସଦସ୍ୟଙ୍କ ବୁଦ୍ଧିର ବିକାଶ ହେବ। ମୁସ୍କିଲ ପରିସ୍ଥିତିରେ ମଧ୍ୟ ଧୌର୍ଯ୍ୟ ରଖିବାର ପ୍ରେରଣା ମିଳିବ। ଗାଈ ଘିଅ : ଘରେ ସବୁବେଳେ ଘିଅ ରଖି ନିୟମିତ ରୂପେ ଏହାକୁ ସେବନ କରିବା ଉଚିତ। ଘିଅରୁ ଶକ୍ତି ମିଳିଥାଏ ଏବଂ ଶରୀର ସୁସ୍ଥ ରହିଥାଏ। ପ୍ରତ୍ୟେକ ସନ୍ଧ୍ୟାରେ ଘରେ ଘିଅ ଦୀପ ଜାଳିବା ଉଚିତ। ପୂଜାରେ ମଧ୍ୟ ଏହାର ମହତ୍ତ୍ୱ ରହିଛି। ତେଣୁ ଘିଅକୁ ଅନିବାର୍ଯ୍ୟ ରୂପେ ଘରେ ରଖିବା ପାଇଁ ପରାମର୍ଶ ଦିଆଯାଇଥାଏ। ମହୁ ; ଘରେ ମହୁ ରଖିଲେ ଅନେକ ବାସ୍ତୁ ଦୋଷ ଶାନ୍ତ ହୋଇଯାଇଥାଏ। ଏହାସହିତ ପୂଜାରେ ମଧ୍ୟ ମହୁ ଆବଶ୍ୟକ ହୋଇଥାଏ। ଏହାକୁ ସମସ୍ତ ଦେବୀ, ଦେବତାଙ୍କୁ ଅର୍ପଣ କରାଯାଇଥାଏ। ଯେଉଁ ଘରେ ସବୁଦିନ ପୂଜାପାଠ ହୋଇଥାଏ, ସେହି ଘରେ ସବୁବେଳେ ମହୁ ରହିଥିବା ଦରକାର।
hon

ଆମେ ଆପଣ ମାନଙ୍କ ପାଇଁ ସବୁବେଳେ ଓଡ଼ିଆ ଖବର,ଭାଇରଲ ନ୍ୟୁଜ, ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *