ଆଜି ଆମେ ଜାଣିବା ଯଦି ଆପଣ କୌଣସି ଝିଅ ସହିତ କଥା ହେବା ପାଇଁ ଡରୁଛନ୍ତି,କଥା କହିଲା ମାତ୍ରେ ଆପଣଙ୍କର ଛାତି ଧକ ଧକ ହେଉଛି ତେବେ ଆପଣ ଏଠାରେ କଣ କରିବେ।କଣ କଲେ ଆପଣ ଯାଇ ସେହି ଝିଅଟି ସହିତ ଆରାମସେ କଥା ହେବେ।ପ୍ରଥମେ ଆମେ ଜାଣିବା ପୁଅ ମାନଙ୍କୁ ଡର କଣ ପାଇଁ ଲାଗିଥାଏ।ଦେଖନ୍ତୁ ଏଠାରେ ପୁଅ ମାନଙ୍କୁ ଡର ଏଥିପାଇଁ ଲାଗିଥାଏ କାରଣ ସେମାନେ ଜାଣିନଥାନ୍ତି କି ସେମାନେ ଝିଅ ମାନଙ୍କ ସହିତ କଥା ହେବା ସମୟରେ କେଉଁ ବିଷୟରେ ଯାଇ ପ୍ରଥମେ କଥା ହେବେ।ସେଥିପାଇଁ ସେମାନଙ୍କୁ ଡର ଲାଗିଥାଏ।ଏଠାରେ ପୁଅ ମାନେ ଭାବିଥାନ୍ତିକି ଆଗକୁ ଆମକୁ ଝିଅଟି ସହିତ ଏଇଆ କଥା ହେବାର ଅଛି ସେଇଆ କଥା ହେବାର ଅଛି ଇତ୍ୟାଦି ଇତ୍ୟାଦି।କିନ୍ତୁ ସେମାନଙ୍କୁ ଜଣା ନଥାଏ କି କିଭଳି ଭାବରେ ପୁଅ ମାନଙ୍କୁ କଥା ହେବାର ଅଛି।ଏଠାରେ ପୁଅ ମାନଙ୍କୁ ଜଣା ନଥାଏକି ଗୋଟିଏ ବରଫକୁ କିଭଳି ଭାବରେ ଭଙ୍ଗାଯାଇ ଥାଏ।
ଯଦି ଆପଣ ଝିଅଟି ସହିତ କଥା ହେବାର ଡରକୁ ନିଜର ମନ ଭିତରୁ କାଢ଼ିବା ପାଇଁ ଛାହୁଁଛନ୍ତି ତେବେ ଆପଣ ଭାବନ୍ତୁ ନାହିଁ କି ଆରେ ମୁଁ ଯାଇ ଝିଅଟି ସହିତ ଏଇଆ କଥା ହେବି ସେ ଏଇଆ ରିପ୍ଲାଇ କରିବ।ଏହି କଥାକୁ ଆପଣ ମାନେ ଜମାବି ମନରେ ଭାବନ୍ତୁ ନାହିଁ।ଯଦି ଆପଣ ଏହି କଥାକୁ ମନରେ ବାରମ୍ବାର ଭାବିବେ ତେବେ ଆପଣଙ୍କର ଡର ମଧ୍ୟ ସେତେ ପରିମାଣରେ ବଢିଯିବ।ପ୍ରଥମେ ଆପଣ ଝିଅ ମାନଙ୍କ ସହିତ କଥା ହେଲା ବେଳେ ଆପଣ ଯାଇ ତାଙ୍କ ସହିତ ହାଏ,ହ୍ୟାଲୋ କରନ୍ତୁ ସେମାନଙ୍କର ନାମ ପଚାରନ୍ତୁ।ନିଜର ନାମ କୁହନ୍ତୁ।ବାସ ଏତିକି କରନ୍ତୁ।ଏତିକି କରିବା ଜଣେ ଝିଅଟି ସହିତ ପ୍ରଥମ ଦେଖାରେ ବହୁତ ବଡ଼ କଥା ହୋଇଥାଏ।ଏଠାରେ କିଛି ଲୋକ ଭାବିଥାନ୍ତି କି ଆରେ ଇଏ ଏମିତି କେଉଁ ଭଳି କଥା।ଖାଲି ହାଏ,ହ୍ୟାଲୋ କରିବା।ଇଏ ବଡ ସହଜ କଥା ବୋଲି ସେମାନେ ଭାବିଥାନ୍ତି।କିନ୍ତୁ ଏହା କହିବା ବହୁତ ସହଜ ହୋଇଥାଏ।
ଯେତେବେଳେ ଆପଣ ଯାଇ ସେମାନଙ୍କ ଆଗରେ ପହଞ୍ଚନ୍ତି ନା ତାପରେ ଯାଇ ଜାଣନ୍ତି ଆରେ ଇଏତ ବହୁତ ବଡ଼ କଠିନ କାମ।କୌଣସି ଅଜଣା ଝିଅ ସହିତ ପ୍ରଥମ ଦେଖାରେ କଥା ହେବା ବହୁତ କଷ୍ଟ।ଯଦି ଆପଣ ଏଠାରେ ଅଧିକ କିଛି କରିବାକୁ ଚେଷ୍ଟା କରିବେ ଯଦି ଏଠାରେ ଆପଣଙ୍କ ଦ୍ୱାରା କିଛିବି ଭୁଲ ହେଇଗଲା ତେବେ ଆପଣ ମାନଙ୍କର ସବୁ ଖେଳ ଖତମ।ସବୁ ଚେଷ୍ଟା ବିଫଳ ହୋଇଯିବ।ଏଥିପାଇଁ କିଛି ଛୋଟରୁ ଆରମ୍ଭ କରନ୍ତୁ।ଛୋଟ ଛୋଟ ଲକ୍ଷକୁ ଧରି ଚାଲନ୍ତୁ ଏବଂ ତାକୁ ପୂରଣ କରିବା ପାଇଁ ଚେଷ୍ଟା କରନ୍ତୁ।ଯଦି ଆପଣ ସେହି ଲକ୍ଷ୍ୟକୁ ହାସଲ କରୁଛନ୍ତି ତେବେ ଆପଣଙ୍କୁ ଆଗକୁ ଯିବାରେ ବହୁତ ସମ୍ଭାବନା ଅଛି।ମନେରଖନ୍ତୁ ପ୍ରଥମ ଦେଖାରେ ଝିଅଟିର କେବେବି ପ୍ରଶଂସା କରିବେ ନାହିଁକି ତମେ ବହୁତ ସୁନ୍ଦର ଏଇଆ ସେଇଆ ଇତ୍ୟାଦି।ଏହା ଆପଣ ଜମା କରିବେ ନାହିଁ।କିଛି ଲୋକ ମାନେ ମଧ୍ୟ ଅଛନ୍ତି ଯେଉଁ ମାନେ ଯାଇ ସିଧା ଭାବରେ ସେମାନଙ୍କ ସହିତ ଭଲପାଇବାର କଥା କହିଥାନ୍ତି।ସେମାନଙ୍କ ସହିତ ଯାଇ ଆପଣ ସିଧା ହାଲକା ଭାବରେ କଥା ହୁଅନ୍ତୁ।
ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।