dhanu

ଧନୁ ରାଶି : କିପରି କଟିବ ଆପଣଙ୍କ ୨୦୨୧ ମସିହା? ଜାଣନ୍ତୁ କଣ ରହିଛି ଭାଗ୍ୟ ଭବିଷ୍ୟତ |

RASIPHALA

ଧନୁରାଶି ପାଇଁ ୨୦୨୧ ମସିହା ବହୁତ ଶୁଭ ହେବ।ଆପଣଙ୍କ ଜୀବନର ସମସ୍ତ ଖୁସି ଆପଣ ପାଇବା କୁ ଯାଉଛନ୍ତି। ଶୁକ୍ର ଙ୍କ ପ୍ରଭାବ ରେ ଧନୁରାଶିର ବ୍ୟକ୍ତି ମାନେ କଳା କ୍ଷେତ୍ରରେ ଉନ୍ନତି କରିବେ।ବର୍ଷ ଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଚନ୍ଦ୍ରଙ୍କ କେନ୍ଦ୍ରରେ ବୃହସ୍ପତି ଅବସ୍ଥାନ କରିଥିବା ଯୋଗୁଁ କର୍ମକ୍ଷେତ୍ରରେ ଅଭିଳାଷିତ କାର୍ଯ୍ୟକୁ ସମ୍ପାଦନ କରିପାରିବେ । ନିର୍ମାଣାଧୀନ କାମଟି ସମ୍ପନ୍ନ କରିପାରିବେ । ସାମାଜିକ ଜୀବନରେ ଅନ୍ୟାୟ ବିରୋଧରେ ସ୍ଵର ଉଠାଇ ସମସ୍ୟାକୁ ନିମନ୍ତ୍ରଣ କରିବେ । ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ ଏବଂ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ । ପାରିବାରିକ ଜୀବନରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । କୌଣସି ଆଲୋଚନାରେ ତର୍କ ଓ ବିବାଦୀୟ କଥା କିମ୍ବା ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢ଼ିପାରେ ।

dhanu

କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ, ପୂର୍ବପରିକଳ୍ପିତ ଯୋଜନା ଅନୂଯାୟୀ କର୍ମ କରିଚାଲିଲେ ସଫଳତା ନିଶ୍ଚୟ ହାସଲ କରିବେ । ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡିବ, ଯାହାଫଳରେ ମାନସିକ ସୁସ୍ଥତା ରହିବ ନାହିଁ । ସଭାସମିତିରେ ଯୋଗ ଦେଲେ ମଧ୍ୟ ସହକର୍ମୀଙ୍କ କଥାକୁ ମାନିବାକୁ ବାଧ୍ୟ ହେବେ । ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ । ଯାତ୍ରା ସମୟରେ ଅନ୍ୟମନସ୍କତା ଯୋଗୁଁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ସକ୍ରିୟ ହୋଇ ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର। ପରିବାରରେ ବା କୁଟୁମ୍ବରେ ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟର ଦାୟିତ୍ଵ ନେଇ ଧାଦୌଡ କରିବା ଫଳରେ କଷ୍ଟ ସ୍ଵୀକାର କରିବେ। ରାଜନୈତିକ କ୍ଷେତ୍ରରେ ଧୈର୍ଯ୍ୟ ସହନ ଶୀଳତା ଯୋଗେ ଯଶ ମିଳିବ ଓ ସାମାଜିକ ପତିଆରା ଅମଳିନ ରହିବ। ଯେକୌଣସି ଯନ୍ତ୍ରଚାଳନା, ଯାନବାହନ ଓ ଜଙ୍ଗଲ ବିପଦ ସଙ୍କୁଳ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ସତର୍କତା ଅବଲମ୍ବନ କରିବା ଉଚିତ୍।

laxmi1

ଆମେ ଆପଣ ମାନଙ୍କ ପାଇଁ ସବୁବେଳେ ଓଡ଼ିଆ ଖବର,ଭାଇରଲ ନ୍ୟୁଜ, ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *