୨୦୨୦ ମସିହା ଅପେକ୍ଷା ୨୦୨୧ ମସିହା ଆପଣଙ୍କ ପାଇଁ ଶୁଭ ରହିବ।ବହୁତ ବର୍ଷରୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ଏହି ବର୍ଷ ସହଜ ହେବ । ଅଫିସରେ ଉଚ୍ଚାଧିକାରୀ ସାନ୍ନିଧ୍ୟ ଲାଭ କରି ସ୍ଥଗିତ ଥିବା କାର୍ଯ୍ୟକୁ ପୂର୍ଣ୍ଣ କରିବେ । ଗବେଷଣା, ଅନୁସନ୍ଧାନ, କୃଷି ଓ ରାଜନୀତିରେ ଚେଷ୍ଟା ସଫଳ ହେବ । ମାଲିମୋକଦ୍ଦମା ମାମଲାରେ ପରସ୍ପର ମଧ୍ୟରେ ଆପୋସ ବୁଝାମୁଣାରେ ସମସ୍ୟାର ସମାଧାନ ହୋଇଯିବ । ଅବଶ୍ୟ ମାନସିକ ଅସ୍ଥିରତା ସାଙ୍ଗକୁ ଆର୍ଥିକ ବ୍ୟୟ ବହୁଳତା ମନକୁ ଭାରାକ୍ରାନ୍ତ କରିବ।ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ଚଳନ୍ତୁ ଅଥବା ଝମେଲା ବଢିଯାଇପାରେ । ଆର୍ଥିକ ଅଭିବୃଦ୍ଧି ଘଟିଲେ ମଧ୍ୟ କେତେକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ପରିଲକ୍ଷିତ ହେବ । ବ୍ୟବସାୟ ଓ ବାଣିଜ୍ୟରେ ସଙ୍ଘର୍ଷମୟ ସ୍ଥିତିର ସାମ୍ନା କରିବାକୁ ପଡିବ ଓ ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଲୋଡିବେ । ଆର୍ଥିକ ସ୍ଥିତି ମାନ୍ଦା ରହିବ ।
ଅଫିସରେ ସହକର୍ମୀଙ୍କୁ ମନଭୁଲାଣିଆ କଥା କହି ଆପଣାଇବାକୁ ଚେଷ୍ଟା କରିଲେ ମଧ୍ୟ ତାହା ନିରର୍ଥକ ହେବ ।ବ୍ୟବସାୟରେ ମାନ୍ଦା ସ୍ଥିତି ଉତ୍ପନ ହେବ, ବନ୍ଧୁଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହେବ ଏବଂ ପୂର୍ବରୁ ସ୍ଥିରୀକୃତ ହୋଇଥିବା ପୁଅ ଝିଅଙ୍କ ବିବାହ ପ୍ରସ୍ତାବରେ ସମ୍ୟକ ବାଧା ଉପୁଜିପାରେ । ଚାକିରି କ୍ଷେତ୍ରରେ ମଧ୍ୟ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସମାଲୋଚନାର ପାତ୍ର ହୋଇପାରନ୍ତି । ପ୍ରତିରୋଧ କାରଣରୁ ନିର୍ମାଣାଧୀନ କାର୍ଯ୍ୟ, ନୂତନ ପ୍ରକଳ୍ପ ସ୍ଥଗିତ ରହିପାରେ । ବନ୍ଧୁଙ୍କ ସହାୟତାରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ନିଜ ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ବଳରେ ଆପଣ ନିଜକୁ ସମ୍ଭାଳି ନେବେ । ସ୍ୱାସ୍ଥ୍ୟ ସମସ୍ୟାରେ ଉନ୍ନତି ପରିଲକ୍ଷିତ ହେବା ଫଳରେ ମନକୁ ଆଶ୍ଵସ୍ତି ମିଳିବ । ପାରିବାରିକ ଜୀବନରେ ତାଳମେଳ ବଜାୟ ରହିବ । ଆପଣ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ । ଆପଣଙ୍କ ଜଟିଳ ପରିସ୍ଥିତିକୁ ସଜାଡ଼ିବାକୁ ଚେଷ୍ଟା କରିବେ । ବନ୍ଧୁଙ୍କ ସମ୍ମୁଖରେ ମନର ଦୁଃଖ ଲୁଚାଇ ହସି ହସି କଥା କହିବା ପାଇଁ ବାଧ୍ୟ ହେବେ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ଅତି ଶୋଚନୀୟ ରହିବ ।
ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ ଓ ସହକର୍ମୀଙ୍କ ଅସହଯୋଗ ମନୋଭାବ ଯୋଗୁଁ କାର୍ଯ୍ୟ କରିବାର ଶୈଳୀକୁ ମନ୍ଥର ହୋଇଯିବ । ପରିବାରର ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ, ଯାହାକି ଦୁଶ୍ଚିନ୍ତାର କାରଣ ହୋଇପାରେ । ଶାସ୍ତ୍ରାଧ୍ୟୟନ, ସାହିତ୍ୟ ଚର୍ଚ୍ଚା ଓ ସତ୍ସଙ୍ଗ, ସଭାସମିତି, ବିତର୍କରେ ଅଂଶଗ୍ରହଣ କରି ପ୍ରଶଂସିତ ହେବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ପରିବାରରେ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ ।ଅତ୍ୟଧିକ କାର୍ଯ୍ୟ ହେତୁ ବ୍ୟସ୍ତବିବ୍ରତ ରହିବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବା ସଙ୍ଗେସଙ୍ଗେ ଆର୍ଥିକ ଲାଭର ଯୋଗ ରହିଛି ।
ଆମେ ଆପଣ ମାନଙ୍କ ପାଇଁ ସବୁବେଳେ ଓଡ଼ିଆ ଖବର,ଭାଇରଲ ନ୍ୟୁଜ, ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।