କୁମ୍ଭ ରାଶି ପାଇଁ ୨୦୨୧ ମସିହା ମଧ୍ୟମଧରଣର ରହିବ। ଆପଣ ନିଜେ ହିଁ ନିଜ ଅସୁବିଧାର ସମାଧାନ କରି ପାରିବେ। ମନରେ ଥିବା ଭୟକୁ ଦୁରେଇ ରଖନ୍ତୁ ଆପଣଙ୍କ ଭବିଷ୍ୟତ ଆନନ୍ଦମୟ ହେବ। ବିବାହ ପାଇଁ ଚିନ୍ତିତ ରହିବେ।ଯେତେ ଟଙ୍କା ଆସିଲେ ମଧ୍ୟ କେଉଁଠାରେ ଖର୍ଚ୍ଚ ହେବ ଜାଣି ପାରିବେ ନାହିଁ।ଜୀବନରେ ଉଭୟ ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ସରକାରୀ ସାହାଯ୍ୟ ମିଳିପାରେ। ଉତ୍ତମ ସ୍ୱାସ୍ଥ୍ୟ ଲାଭ କରିବେ। ଯାନବାହାନ ବ୍ୟବସାୟରେ ଆଶାତୀତ ଲାଭକରି ଖୁସି ହେବେ। କର୍ମକ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ଅନେକ ଶୁଭ କର୍ମର ସୁଯୋଗ ପାଇବେ। ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ମିଳିବ। ରାଜନୀତିରେ କୃତକାର୍ଯ୍ୟ ହେବେ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଉପଯୁକ୍ତ ଯୋଗେ ପରିଶ୍ରମ କରି ପ୍ରଶଂସିତ ହେବେ।
ବର୍ଷଟି ଆପଣଙ୍କ ପାଇଁ ମଙ୍ଗଳଦାୟକ ରହିବ । ରାଶିରେ ଏକାଧିକ ଗ୍ରହଙ୍କ ଦୃଷ୍ଟି ଯୋଗୁଁ ଅର୍ଥ ଲାବ ସଙ୍ଗେସଙ୍ଗେ ସ୍ଥଗିତ ଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବାରେ କୌଣସି ଅସୁବିଧା ହେବ ନାହିଁ । ବାଣିଜ୍ୟ, ପରିବହନ କ୍ଷେତ୍ରରେ ଆଶାଜନକ ସୁଫଳ ପାଇବେ । ଅଫିସରେ ଆପଣଙ୍କ ନିଷ୍ଠାପରତାର ଯେଉଁ କାର୍ଯ୍ୟ କରିଛନ୍ତି ସେଥିନିମନ୍ତେ ଉଚ୍ଚାଧିକାରୀ ଆପଣଙ୍କ ଉପରେ ଅତ୍ୟନ୍ତ ଖୁସି ହୋଇ, କୌଣସି ଗୁରୁ ଦାୟିତ୍ଵ ଅର୍ପଣ କରିପାରନ୍ତି ।
ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ। କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ଉନ୍ନତି କରି ପାରିବେ। ବ୍ୟବସାୟରେ ସଫଳତା ଅର୍ଜନ ତଥା ଆଶାତୀତ ଲାଭକରି ଖୁସିହେବେ। ରାଜନୀତିରେ କଠିନ ପରିଶ୍ରମ କରି ପ୍ରଶଂସା ପାଇବେ। ପ୍ରତିଯୋଗିତା ପରୀକ୍ଷା ଓ ମାଲିମୋକଦ୍ଦମାରେ ସଫଳତା ମିଳିବ। ପ୍ରେମିକ ପ୍ରେମିକାମାନଙ୍କର ଆମୋଦପ୍ରମୋଦ, ମନୋରଞ୍ଜନରେ ଆଗ୍ରହ ବଢିବ। ପିଲାମାନେ ପରୀକ୍ଷାରେ ସଫଳତା ପାଇବେ।
ଆମେ ଆପଣ ମାନଙ୍କ ପାଇଁ ସବୁବେଳେ ଓଡ଼ିଆ ଖବର,ଭାଇରଲ ନ୍ୟୁଜ, ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।