makara

ମକର ରାଶି : କିପରି କଟିବ ଆପଣଙ୍କ ୨୦୨୧ ମସିହା? ଜାଣନ୍ତୁ କଣ ରହିଛି ଭାଗ୍ୟ ଭବିଷ୍ୟତ |

RASIPHALA

ମକର ରାଶି ପାଇଁ ୨୦୨୧ ମସିହା ଟି ମଧ୍ୟମ ଧରଣର ରହିବ। ଏହି ବର୍ଷ ଚାକିରୀ, ବିବାହ ଯୋଗ ରହିଛି।ଆନୁଷ୍ଠାନିକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । କେତେକ କ୍ଷେତ୍ରରେ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ମିଠା କଥା କହି ବନ୍ଧୁଙ୍କୁ ଆପଣାର କରିବେ । ଭାଙ୍ଗି ପଡ଼ିଥିବା ପାରିବାରିକ ସମ୍ପର୍କ ଯୋଡ଼ିରେ ପ୍ରଯତ୍ନ କରିବେ । ପରିବାରରେ ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ରହିବ ।ସ୍ୱାସ୍ଥ୍ୟରେ ସୁଧାର ଆସିବ।

ସରକାରୀ ସାହାଯ୍ୟ ମିଳିପାରେ। ଉତ୍ତମ ସ୍ୱାସ୍ଥ୍ୟ ଲାଭ କରିବେ। ଯାନବାହାନ ବ୍ୟବସାୟରେ ଆଶାତୀତ ଲାଭକରି ଖୁସି ହେବେ। କର୍ମକ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ଅନେକ ଶୁଭ କର୍ମର ସୁଯୋଗ ପାଇବେ। ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ମିଳିବ। ରାଜନୀତିରେ କୃତକାର୍ଯ୍ୟ ହେବେ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଉପଯୁକ୍ତ ଯୋଗେ ପରିଶ୍ରମ କରି ପ୍ରଶଂସିତ ହେବେ।

makakrarar

ବର୍ଷଟି ଆପଣଙ୍କ ପାଇଁ ମଙ୍ଗଳଦାୟକ ରହିବ । ରାଶିରେ ଏକାଧିକ ଗ୍ରହଙ୍କ ଦୃଷ୍ଟି ଯୋଗୁଁ ଅର୍ଥ ଲାବ ସଙ୍ଗେସଙ୍ଗେ ସ୍ଥଗିତ ଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବାରେ କୌଣସି ଅସୁବିଧା ହେବ ନାହିଁ । ବାଣିଜ୍ୟ, ପରିବହନ କ୍ଷେତ୍ରରେ ଆଶାଜନକ ସୁଫଳ ପାଇବେ । ଅଫିସରେ ଆପଣଙ୍କ ନିଷ୍ଠାପରତାର ଯେଉଁ କାର୍ଯ୍ୟ କରିଛନ୍ତି ସେଥିନିମନ୍ତେ ଉଚ୍ଚାଧିକାରୀ ଆପଣଙ୍କ ଉପରେ ଅତ୍ୟନ୍ତ ଖୁସି ହୋଇ, କୌଣସି ଗୁରୁ ଦାୟିତ୍ଵ ଅର୍ପଣ କରିପାରନ୍ତି ।

ଭଗବାନଙ୍କୁ ସ୍ମରଣ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ନୀଚ ରାଶିସ୍ଥ ବୃହସ୍ପତିଙ୍କ କୁପ୍ରଭାବରୁ କର୍ମକ୍ଷେତ୍ରରେ ଆକସ୍ମିକ ସମସ୍ୟା ଦେଖାଦେବା କାରଣରୁ ଚେଷ୍ଟା କରୁଥିବା କାର୍ଯ୍ୟରେ ଗତି ମନ୍ଥର ହୋଇଯିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ଉଦାସ ରହିବେ । ଅଫିସରେ କାହାକୁ କିଛି ନ କହି ମନ କଥା ମନରେ ମାରି ରହିବାକୁ ବାଧ୍ୟ ହେବେ । ଆବଶ୍ୟକ ପୂରଣ କରିବା ସକାଶେ ବନ୍ଧୁ କିମ୍ବା ସହକର୍ମୀଙ୍କ ଠାରୁ ଧାରା କରଜ କରିପାରନ୍ତି । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ।

makaraa

ଆମେ ଆପଣ ମାନଙ୍କ ପାଇଁ ସବୁବେଳେ ଓଡ଼ିଆ ଖବର,ଭାଇରଲ ନ୍ୟୁଜ, ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *