mithun

ମିଥୁନ ରାଶି : କିପରି କଟିବ ଆପଣଙ୍କ ୨୦୨୧ ମସିହା? ଜାଣନ୍ତୁ କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ |

RASIPHALA

ମିଥୁନ ରାଶିର ବ୍ୟକ୍ତି ବିଶେଷ ୨୦୨୧ ମସିହା ଆପଣଙ୍କ ପାଇଁ ବହୁତ ଶୁଭ ହେବାକୁ ଯାଉଛି। ଅଭାବ ନ ଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ । କୌଣସି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ନିମନ୍ତେ ପରିବାର ସଦସ୍ୟବୃନ୍ଦ ଆପଣଙ୍କ ଠାରୁ ଆଶା କରିବେ, କିନ୍ତୁ ସେମାନଙ୍କ ଆଶା, ଫଳବର୍ତ୍ତୀ ହୋଇପାରିବ ନାହିଁ । ପରିବାରରେ ପରସ୍ପରଙ୍କ ମଧ୍ୟରେ ଭୁଲ୍ ବୁଝାମୁଣା ଯୋଗୁଁ ପରିସ୍ଥିତି ଗୋଳମାଳିଆ ରହିବ । ଶାରୀରିକ ଦୃଷ୍ଟିକୋଣରୁ ନିଜକୁ ଅସୁସ୍ଥତାମାନେ କରିବେ ।ଆତ୍ମା ବିଶ୍ୱାସ ବଜାୟ ରଖନ୍ତୁ । ବନ୍ଧୁ ଓ ସହକର୍ମୀଙ୍କ ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ ପାଇବେ । ବହୁତ ଦିନଧରି ଭାଙ୍ଗି ପଡିଥିବା ସମ୍ପର୍କ ମଉଁଳି ଉଠିବ ।

mithun

ଆପଣଙ୍କ ଆଶା ଓ ଅଭିଳାଷ ପୂରଣ ହେବାରେ ବନ୍ଧୁ ଓ ସହକର୍ମୀଙ୍କ ଅବଦାନ ଅବିସ୍ମରଣୀୟ ରହିବ । ବ୍ୟବସାୟରେ ଉନ୍ନତି ହେବା ସଙ୍ଗେସଙ୍ଗେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବ୍ୟବସାୟରେ ଅଟକିଥିବା ଟଙ୍କା ପଇସା ଫେରି ପାଇବେ । ସହକର୍ମୀଙ୍କ କାର୍ଯ୍ୟାବଳୀ ଓ ଅଫିସ୍ର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ । ପରିବହନ, ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ଉନ୍ନତମାନର ଫଳ ପାଇବେ । କୌଣସି ବିବାଦୀୟ କଥା ପରିସ୍ଥିତିକୁ ସରଗରମ କରିଦେଇପାରେ । ପାରିବାରିକ କ୍ଷେତ୍ରରେ ସୁଖ ଓ ଶାନ୍ତି ପ୍ରାପ୍ତି ହେବ । ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ ।ବ୍ୟବସାୟରେ ଆଶାଜନକ ଫଳ ପାଇଲେ ମଧ୍ୟ କାର୍ଯ୍ୟର ଚାପ ଅଧିକ ରହିବ ।

ସମସ୍ୟାର ସମାଧାନ ପାଇଁ ନୂଆ କୌଶଳ ଅବଲମ୍ବନ କରିବେ । ଭ୍ରମଣଜନିତ ପରିଶ୍ରମ, ସ୍ଵାସ୍ଥ୍ୟହାନିର କାରଣ ହେବ । ଅର୍ଥନୈତିକ ଅଭିବୃଦ୍ଧି ସହ ନୂତନ କର୍ମାରମ୍ଭ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ । ବ୍ୟବସାୟରେ ଅଚାନକ ଧନଲାଭ ହେବ । ଅଫିସର କାର୍ଯ୍ୟକୁ ସରଳତାପୂର୍ବକ ସଂପନ୍ନ କରିବାରେ ସହକର୍ମୀଙ୍କ ଅବଦାନ ରହିବ । ସାମାଜିକ ଏବଂ ସାର୍ବଜନିକ କ୍ଷେତ୍ରରେ ଆପଣ ମାନସମ୍ମାନ ବୃଦ୍ଧି ପାଇବ । ସଭାସମିତି ଓ ଆଲୋଚନା ସମୟରେ ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେବେ । ସଂଗଠନ କ୍ଷେତ୍ରରେ ପ୍ରତିବନ୍ଧକ ଦେଖା ଦେଇପାରେ । ଅର୍ଥ ନେଣଦେଣକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ । ଯାନ୍ତ୍ରିକ ଶିଳ୍ପ ଓ ପ୍ରଶାସନ, ଆଇନ ଓ ଅଦାଲତ ତଥା ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ପାରିବାରିକ ଜୀବନ ସୁଖମୟ ହେବ ।

mithunnn

ଆମେ ଆପଣ ମାନଙ୍କ ପାଇଁ ସବୁବେଳେ ଓଡ଼ିଆ ଖବର,ଭାଇରଲ ନ୍ୟୁଜ, ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *