brushaaa

ବୃଷ ରାଶି ; କିପରି କଟିବ ଆପଣଙ୍କ ୨୦୨୧ ମସିହା? ଜାଣନ୍ତୁ କଣ ରହିଛି ଆପଣଙ୍କ ଭବିଷ୍ୟତ |

RASIPHALA

୨୦୨୦ ମସିହା ଅପେକ୍ଷା ୨୦୨୧ ମସିହା ଆପଣଙ୍କ ପାଇଁ ଟିକେ କଷ୍ଟକର ରହିପାରେ। ବ୍ୟବସାୟରେ ପୂର୍ବରୁ ଉପର ତଳ ରହିଥିଲେ ଶନି ପ୍ରଭାବରୁ ୨୦୨୧ ମସିହା ରେ ଆହୁରି ତଳକୁ ଖସିପାରେ।ବ୍ୟବସାୟ ବାଣିଜ୍ୟରେ ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ ୨୦୨୧ ଆପଣଙ୍କ ବ୍ୟବସାୟରେ ଘାଟା ହେବ କିନ୍ତୁ ଇଲେକ୍ଟ୍ରୋନିକ ଡିଜିଟାଲ କ୍ଷେତ୍ରରେ ଅଭିବୃଦ୍ଧି ହେବ । ଯେଉଁ ଅବସର ମିଳିଛି ତାହର ଫାଇଦା ଉଠାନ୍ତୁ ।

brushaa

୨୦୨୧ ରେ ଚାକିରୀ ରେ ପଦୋନ୍ନତି ଘଟିବ। ବିବାହ ଯୋଗ ମଧ୍ୟ ରହିଛି। ଅଫିସରେ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଅଫିସରେ ଜଣେ ଅଧସ୍ତନ କର୍ମଚାରୀ ପ୍ରତିବାଦର ସ୍ଵର ଉଠାଇପାରନ୍ତି ଓ ଆପଣଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି । ସଭାସମିତରେ ପୁରସ୍କୃତ ହେବା ଫଳରେ ଆନନ୍ଦ ଅନୁଭବ କରିବେ । ପରିବହନ ଓ ନିର୍ମାଣାଧୀନ କାମରେ ସଫଳତା ହାସଲକରିବେ । ବୈବାହିକ ଜୀବନରେ ମଧୁରତା ବଜାୟ ରହିବ । କିନ୍ତୁ ପାରିବାରିକ କ୍ଷେତ୍ରରେ କେତେକ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି।

ବର୍ଷଟି ଆପଣଙ୍କ ପାଇଁ କଷ୍ଟଦାୟକ ରହିବ । ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । ଏକ ବ୍ୟକ୍ତିଙ୍କ ସହଯୋଗରେ କର୍ମକ୍ଷେତ୍ରରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ସମସ୍ୟାର ସମାଧାନ ହୋଇପାରିବ । ସ୍ଵଭାବରେ ଉଗ୍ରତା ହେତୁ କେତେକ ଅସ୍ଵାଭାବିକ ଘଟଣାର ସମ୍ମୁଖୀନ ହୋଇପାରନ୍ତି । ଅଫିସରେ ଏକ ସାଧାରଣ କଥାରୁ ସହକର୍ମୀଙ୍କ ସହିତ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ଅଫିସରେ ନିଜ ଅବହେଳା ସକାଶେ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହୋଇପାରନ୍ତି ।

କଠିନ ପରିଶ୍ରମ ସତ୍ତ୍ୱେ ସଫଳତାର ନ ମିଳିବ ଯୋଗୁଁ ମନ ଅସନ୍ତୁଷ୍ଟ ରହିବ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନତୁବା ଅସୁବିଧାର ସମ୍ମୁଖୀନ ହେବେ । ପରୋକ୍ଷ ଶତ୍ରୁତା ଯୋଗୁଁ ସଂପୂର୍ଣ୍ଣ ହେବକୁ ଯାଉଥିବା କୌଣସି କାର୍ଯ୍ୟରେ ବାଧା ଉପୁଜିବ । ବ୍ୟବସାୟର ଉନ୍ନତି, ପ୍ରଚାର ଓ ପ୍ରସାର ପାଇଁ ଚେଷ୍ଟା କରିବେ । ଆର୍ଥକ ସ୍ଥିତି ଭଲ ରହିବ । ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ଆପଣ ସହଜରେ ନିଜ କାର୍ଯ୍ୟକୁ ସହଜରେ ସମ୍ପାଦନ କରିପାରିବେ । କୌଣସି କ୍ଷେତ୍ରରେ ଅର୍ଥ ବିନିଯୋଗ କରିବା ପୂର୍ବରୁ ପରିସ୍ଥିତିକୁ ସମୀକ୍ଷା କରିବା ଭଲ, ନଚେତ ଅସୁବିଧାରେ ପଡ଼ିପାରନ୍ତି । ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ |

brushha
ଆମେ ଆପଣ ମାନଙ୍କ ପାଇଁ ସବୁବେଳେ ଓଡ଼ିଆ ଖବର,ଭାଇରଲ ନ୍ୟୁଜ, ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *