hanuman

ସଙ୍କଟ ମୋଚନ ହନୁମାନଙ୍କ କୃପାରୁ ଚମକିବ ଏହି ୪ଟି ରାଶିର ଭାଗ୍ୟ |

RASIPHALA

ଜୟ ହନୁମାନ। ସଙ୍କଟ ମୋଚନ ହନୁମାନ ଖୁବ ଦୟାଳୁ ଅଟନ୍ତି। ପ୍ରଭୁ ହନୁମାନଙ୍କ କୃପାଦୃଷ୍ଟି ଏହି ସବୁ ରାଶି ମାନଙ୍କ ଉପରେ ପଡିବାକୁ ଯାଉଛି। ମକର ସଂକ୍ରାନ୍ତି ଯାଏ ଆପଣଙ୍କ ଭାଗ୍ୟର ଉଦୟ ହେବାକୁ ଯାଉଛି।

ମେଷ ରାଶି – ଶ୍ରମିକ ଓ କର୍ମଚାରୀମାନେ ଉପରିସ୍ଥଙ୍କୁ ଆପଣାର କରି କୃପା ଭାଜନ ହେବେ । ବ୍ୟବସାୟ ବଢାଇବାରେ ସମର୍ଥ ହେବେ ଓ ପ୍ରଚୁର ଲାଭ ହେବ । ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ମେଣ୍ଟିବା ପାଇଁ ଚେଷ୍ଟା କଲେ ସଫଳତା ପ୍ରାପ୍ତି ହେବ । ରାଜନୀତିରେ ତଳ ମହଲରୁ ଆଶାତୀତ ଲାଭ ପାଇବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବା ସହ ଅର୍ଥ ଉପାର୍ଜନରେ ଏକନିଷ୍ଠ ହେବେ । ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ରାଶିରେ ଗ୍ରହସ୍ଥିତିର ଅନୁକୂଳତା ଯୋଗୁଁ ପରିବାରରେ ସୁଖ, ଶରଧା ଓ ଆନନ୍ଦ ବଜାୟ ରହିବ । କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ ।

mes
ମକର ରାଶି : ବ୍ୟବସାୟ କ୍ଷେତ୍ରରେ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ପାଇବେ । ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର ଆଦି କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ । ଶିକ୍ଷା, ସନ୍ତାନ, ପ୍ରେମ ସମ୍ପର୍କ , ଆଲୋଚନା କ୍ଷେତ୍ର, ସଙ୍ଗଠନ ଓ ରାଜନୀତି ସକାଶେ ପ୍ରାୟତଃ ଅସୁବିଧା ହେବନାହିଁ । ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ସାମୟିକ ଖୁସି ହେବେ । ଉନ୍ନତ ସ୍ଵାସ୍ଥ୍ୟ, ନୂତନ ସମ୍ପର୍କ ମଧ୍ୟରେ ମନ ପ୍ରଫୁଲ୍ଲ ରହିବ । ପରିବାର ସକାଶେ ଅଳ୍ପ ଖର୍ଚ୍ଚରେ ଆବଶ୍ୟକତା ପୂରଣ କରିନେବେ ।ଛାତ୍ର ଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ । ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍।ଶୁଭ ସମାଚାର ମିଳିବ ।

କୁମ୍ଭ: ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଅଭିଳଷିତ ଜିନିଷ କ୍ରୟ କରି ପାରନ୍ତି । କିଛି ନୂତନ କର୍ମ ଆରମ୍ଭ କଲେ ସମ୍ପର୍କୀୟଙ୍କଠାରୁ ପ୍ରଶଂସା ପାଇବେ । ବ୍ୟବସାୟ କ୍ଷେତ୍ରରେ ବିବାଦରେ ବିଜୟ ପ୍ରାପ୍ତି ହେବା ସହ ରୋଜଗାର ବୃଦ୍ଧି ହେବ । ତଳ ମହଲରୁ ଆଶାତୀତ ଲାଭ ପାଇବେ । ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ । ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହେବେ ଓ ବଡ଼ନେତାଙ୍କୁ ସନ୍ତୁଷ୍ଟ କରି ଶାନ୍ତି ପାଇବେ । ବ୍ୟବସାୟୀ ମାନଙ୍କର କାରବାର ବଢ଼ିବା ସହ ଲୋକ ସମ୍ପର୍କ ବୃଦ୍ଧି ହେବ । ପ୍ରେମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ ।

ବିଛା: ବ୍ୟବସାୟରେ ସାଥି ଙ୍କ ଯୋଗୁଁ ଉନ୍ନତି ଘଟିବ। କର୍ମଚାରୀଙ୍କ ସହଯୋଗ ରୁ ଆପଣଙ୍କ ବିଜନେସ ଭଲ ଚାଲିବ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ଆୟ ଅପେକ୍ଷା ବ୍ୟୟ ବୃଦ୍ଧିପାଇବ।ସାମାଜିକକ୍ଷେତ୍ରରେ ପ୍ରଶଂସିତ ହେବେ । ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସିହେବେ । ବହୁ ଲୋକଙ୍କର ପ୍ରଶଂସା ପାଇବା ସହ ସୁଖ ସମୃଦ୍ଧି ବୃଦ୍ଧି ହେବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ପ୍ରତିଷ୍ଠା ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ବଢିବା ଫଳରେ ଶତୃପକ୍ଷ ଦୁର୍ବଳ ହେବେ ।

ଆମେ ଆପଣ ମାନଙ୍କ ପାଇଁ ସବୁବେଳେ ଓଡ଼ିଆ ଖବର,ଭାଇରଲ ନ୍ୟୁଜ, ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *