ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ଯଦି ଆପଣଙ୍କ ଆକାଉଣ୍ଟ କୁ ଲକ୍ଷ ଲକ୍ଷ ଟଙ୍କା ଆସେ ତେବେ ଆପଣ କଣ କରିବେ? କଣ ଆପଣ ଏହା ପଠାଇଥିବା ଲୋକ କୁ ଫେରସ୍ତ କରି ପୁନଃ ପଠେଇବେ କିମ୍ବା ନିଜ ସୁବିଧା ପାଇଁ ବ୍ୟବହାର କରିବେ? ଯାଜପୁର ରୁ ଆସୁଛି ଏକ ବଡ଼ ଖବର ରମାକାନ୍ତ ବାରିକ ନାମକ ଜଣେ ଯୁବକଙ୍କ ଆକାଉଣ୍ଟ କୁ ଆସୁଥିଲା ଲକ୍ଷ ଲକ୍ଷ ଟଙ୍କା। ଏହା କଲିକତାର ଜଣେ ବ୍ୟକ୍ତିଙ୍କର ଥିଲା।
ରମାକାନ୍ତ ଙ୍କ ଆକାଉଣ୍ଟ କୁ ଲକ୍ଷ ଲକ୍ଷ ବେଆଇନ ଟଙ୍କା ଆସୁଥିବା ସେ ଜାଣିବା ସତ୍ତ୍ୱେ ଏହି ବିଷୟରେ ବ୍ୟାଙ୍କ କୁ ଜଣାଇ ନଥିଲେ ଏବଂ ଏହି ଟଙ୍କା କୁ ଉଠାଇ ନିଜେ ଖର୍ଚ୍ଚ କରୁଥିଲେ। ୪ ମାସ ହେଲା ଲଗାତାର ହଜାର ହଜାର ଟଙ୍କା ରମାକାନ୍ତ ଙ୍କ ଆକାଉଣ୍ଟ କୁ ଆସିଛି। ଏନେଇ କଲିକତା ରେ ଏକ ଏତଲା ଦିଆଯିବା ପରେ ପଶ୍ଚିମବଙ୍ଗ ପୋଲିସ ଏନେଇ ତନାଘନା କରି ଓଡିଶା ପୋଲିସ ସହାୟତାରେ ରମାକାନ୍ତ ଙ୍କୁ ଆରେଷ୍ଟ କରିଛି।
ଗତ ୪ମାସ ମଧ୍ୟରେ ରମାକାନ୍ତ ଙ୍କ ଆକାଉଣ୍ଟ କୁ ୫ଲକ୍ଷ ଟଙ୍କା ଆସିଛି। ଏହା ସମ୍ପୂର୍ଣ୍ଣ ତ୍ରୁଟି ପୂର୍ଣ ଥିଲା। କିନ୍ତୁ ରମାକାନ୍ତ ଏହାର ଫାଇଦା ଉଠାଇଛନ୍ତି ଏଣୁ ତାଙ୍କ ନାମରେ ମାମଲା ରୁଜ୍ଜୁ କରି ପୋଲିସ ଗିରଫ କରିଛି। ଆମେ ଆପଣ ମାନଙ୍କ ପାଇଁ ସବୁବେଳେ ଓଡ଼ିଆ ଖବର,ଭାଇରଲ ନ୍ୟୁଜ, ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।