ଏକ ମହାନିଚ ବ୍ୟକ୍ତିଙ୍କ ପାଖରେ ଏହି ଚାରୋଟି ଲକ୍ଷଣ ରହିଥାଏ।ମହାତ୍ମା ବିଦ୍ୟୁତ ଏକ ମହାନ ଜ୍ଞାନୀ ଏବଂ ମନିଷି ବ୍ୟକ୍ତି ଥିଲେ।ସେ ତାଙ୍କର ନୀତିରେ ମନୁଷ୍ୟଙ୍କ ବିଷୟରେ କେତୋଟି ନୀତି କହିଛନ୍ତି।ଗୋଟିଏ ବୁଦ୍ଧିମାନ ବ୍ୟକ୍ତି ଏବଂ ଜଣେ ମୁର୍ଖ ବ୍ୟକ୍ତି କିପରି ଭାବରେ ବ୍ୟବହାର କରିଥାଏ ଏହା ବିଷୟରେ ବି ବର୍ଣନା କରାଯାଇଛି।ଆସନ୍ତୁ ଜାଣିବା ଏହି ମହା ମୁର୍ଖ ବ୍ୟକ୍ତିଙ୍କ ଲକ୍ଷଣ ସବୁ କଣ।ଏହି ବ୍ୟକ୍ତି ମାନଙ୍କର କେବେ ନା କେବେ ଅନିଷ୍ଟ ହୋଇଥାଏ।ଏବଂ ଶେଷରେ ଏମାନଙ୍କୁ ଦୁଃଖ,ଯନ୍ତ୍ରଣା,ଭଳି ଅନେକ କଷ୍ଟ ମିଳିଥାଏ।ମହାତ୍ମା ତାଙ୍କ ନୀତିବାଣୀରେ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ପାଖରେ କିଛି ନାହିଁ।କିନ୍ତୁ ତା ପାଖରେ ଭଲ ଜ୍ଞାନ ଅଛି ତେବେ ତା ପାଖରେ କିଛି ନଥାଇ ମଧ୍ୟ ସବୁ ଅଛି।ଯେଉଁ ମାନଙ୍କ ପାଖରେ ଜ୍ଞାନ ନାହିଁ ତାଙ୍କ ପାଖରେ କିଛି ନାହିଁ।ଯଦି ଜଣେ ଅସଦ ଉପାୟରେ ଜ୍ଞାନ ହାସଲ କରିଛି କିନ୍ତୁ ସେ ତାର ଜୀବନରେ କେବେବି ଆଗକୁ ଯାଇପାରିବ ନାହିଁ।
ଏହି ଜ୍ଞାନ ପାଇବାକୁ ହେଲେ ଆମ ମାନଙ୍କୁ ବହୁତ ସାଧନା କରିବାକୁ ପଡିବ।ଗୁରୁ ମାନଙ୍କ ନିକଟରେ ମୁଣ୍ଡ ନୂଆଇବାକୁ ପଡିବ।ନିଜ ଗୁରୁଙ୍କୁ ସମ୍ମାନ ଦିଅ।ଯଦି କେହି ନିଜର ଗୁରୁଙ୍କୁ ଅସମ୍ମାନ ଦେବ ତେବେ ସେ ତାର ଜୀବନରେ କେବେବି ଉଚିତ ଜ୍ଞାନ ପାଇପାରିବ ନାହିଁ।ଏହିଭଳି ଅସଦ ଉପାୟରେ ଜ୍ଞାନ ଲାଭ କରୁଥିବା ବ୍ୟକ୍ତି ଜୀବନ ସାରା ଅସୁବିଧାରେ ଥାଆନ୍ତି।ଯଦି ଆମେ କୌଣସି କାମ କରୁଛୁ ତେବେ ଆମେ ନିଜର ସୁବିଧା ଅନୁସାରେ କାମ କରିଥାଉ ଅଥବା ଗୁରୁଜନ ମାନଙ୍କ ଆଧାରରେ କାମ କରିଥାଉ।ଯାହା ଦ୍ୱାରା ଆମର ସବୁ କାମ ହୋଇଯାଇଥାଏ।କିନ୍ତୁ ଏହିଭଳି ମୁର୍ଖ ବ୍ୟକ୍ତି ମାନେ ଅଛନ୍ତି ଯେଉଁ ମାନେ ନିଜର ସୁବିଧା ପାଇଁ କିଛିବି କରି ପାରନ୍ତି।ଏମିତିକି କାହାକୁ ମାରି ବି ଦେଇଥାନ୍ତି।ତେଣୁ ମହାତ୍ମାଙ୍କ ନୀତିବାଣୀ ଅନୁସାରେ ଏପରି ବ୍ୟକ୍ତି କଦାପି ସୁଖୀ ରହିପାରନ୍ତି ନାହିଁ।ଏମାନେ ସର୍ବଶେଷରେ ଦରିଦ୍ର ହୋଇଥାନ୍ତି।ଏମାନଙ୍କର ଲୋଭ ଏମାନଙ୍କୁ ବିପଦ ଆଡକୁ ଟାଣିନେଇ ଥାଏ।ତେଣୁକରି ଆପଣ ମାନେ ସର୍ବଦା ନିଜର ଲୋଭ ଏବଂ ଅହଂକାରକୁ ନିଜ ଭିତରେ ଚାପି ରଖନ୍ତୁ ଅଥବା ତାକୁ ଦୁରକରିବା ପାଇଁ ଚେଷ୍ଟା କରନ୍ତୁ ।
ଜୀବନ ସାରା ଦରିଦ୍ର ରହିବାର ଆହୁରି ଏକ ବଡ କାରଣ ହେଉଛି ନିଜର ସ୍ତ୍ରୀ ମାନଙ୍କ ପ୍ରତି ଆସକ୍ତି ରଖିବା।ଯଦି ଆପଣ ନିଜର ସ୍ତ୍ରୀ ପ୍ରତି ଅଧିକ ଆସକ୍ତି ରଖିଛନ୍ତି ତେବେ ଏହାକୁ କମ କରିବାକୁ ଚେଷ୍ଟା କରନ୍ତୁ।କାରଣ ସବୁ ସ୍ତ୍ରୀ ଠିକ ନୁହନ୍ତି।କେହି କେହି ଭଲ ହେବା ବେଳେ କେହି କେହି ବହୁତ ଖରାପ ହୋଇଥାନ୍ତି।କଣ ମାନେ ଅଛି ଯେ ଆପଣଙ୍କ ସ୍ତ୍ରୀ ଆପଣଙ୍କ ଧନ ସମ୍ପତ୍ତି ଦେଖି ଆପଣଙ୍କୁ ବିବାହ କରିଛି ଏବଂ ଯେତେବେଳେ ତାର କାମ ପୁର୍ଣ ହୋଇଯାଇଥାଏ ସେତେବେଳେ ସେ ଆପଣଙ୍କ ଠାରୁ ଦୂରେଇ ଯାଇଥାଏ।ଆପଣ ନିଜର ସ୍ତ୍ରୀ ମାୟାରେ ପଡି ଏପରି କାମ କରିବସନ୍ତି ଯାହାକୁ ଆପଣ ମଧ୍ୟ ଜାଣିପାରନ୍ତି ନାହିଁ।ଯାହା ଦ୍ୱାରା ଆପଣଙ୍କ ବହୁତ ବଡ଼ କ୍ଷତି ହୋଇଥାଏ ।ଏହି ବ୍ୟକ୍ତି ମାନେ ନିଜର ସ୍ତ୍ରୀ ମୋହରେ ଏଭଳି ଭାବରେ ପଡିଯାଇଥାନ୍ତି କି ସେମାନେ ନିଜର ମାତା,ପିତାଙ୍କୁ ମଧ୍ୟ ଭୁଲି ଯାଇଥାନ୍ତି।ଏହି ବ୍ୟକ୍ତି ଜୀବନରେ ବହୁତ ହଇରାଣ ହୁଅନ୍ତି।ତେଣୁ ଏମାନେ ଭବିଷ୍ୟତରେ ଦରିଦ୍ର ହୋଇ ଯାଆନ୍ତି।ତେଣୁ ଆପଣ ମାନେ ଏହି ବିଷୟ ପ୍ରତି ବହୁତ ମାତ୍ରାରେ ସାବଧାନ ରୁହନ୍ତୁ ।
ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।