ବାସ୍ତୁଶାସ୍ତ୍ର ଅନୁସାରେ କଇଁଛକୁ ଶୁଭ ବୋଲି କୁହାଯାଇଛି।ଆସନ୍ତୁ ଜାଣିବା ପ୍ରକୃତରେ କଇଁଛ ଆମ ପାଇଁ କେତେ ଶୁଭ ଏବଂ କେତେ ଅଶୁଭ ହୋଇଥାଏ।ବାସ୍ତୁଶାସ୍ତ୍ର ଅନୁସାରେ କଇଁଛ ଶୁଭ ବୋଲି କୁହାଯାଏ।ସମସ୍ତେ ଜାଣନ୍ତି କଇଁଛ ଶୁଭ।ଏହି କଇଁଛ ବ୍ୟକ୍ତିର ଦୋଷ ଦୁର୍ବଳତାକୁ ନଷ୍ଟ କରିଥାଏ।କଇଁଛରେ ତିଆରି ମୁଦି ବ୍ୟକ୍ତିର ଦୋଷ ଦୁର୍ବଳତାକୁ ନଷ୍ଟ କରିବାରେ ସହାୟକ ହୋଇଥାଏ।ମନୁଷ୍ୟର ଆତ୍ମବିଶ୍ବାସ ଗୁଡିକୁ ବଢ଼ାଇ ଥାଏ।ବାସ୍ତୁଶାସ୍ତ୍ର ଅନୁସାରେ କଇଁଛ ପାଣିରେ ରହିଥାଏ।ଏହାକୁ ଉନ୍ନତିର ପ୍ରତୀକ ବୋଲି ମଧ୍ୟ କୁହାଯାଏ।ଏହି କଇଁଛ ଭଗବାନ ବିଷ୍ଣୁଙ୍କର ଅବତାର ବୋଲି ମଧ୍ୟ କୁହାଯାଇଛି।ପୌରାଣିକ ମତରେ ସମୁଦ୍ର ମନ୍ଥନ ସମୟରେ କଇଁଛ ଉତ୍ପନ୍ନ ହୋଇଥିଲା।ଏହା ସହିତ ମାତା ଲଷ୍ମୀ ମଧ୍ୟ ସେଠାରୁ ଆସିଥିଲେ।କଇଁଛକୁ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ।
ଏହି କାରଣ ହେତୁ କଇଁଛକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ।କଇଁଛକୁ ମାତା ଲଷ୍ମୀଙ୍କ ସହିତ ଯୋଡି ଧନ ବୃଦ୍ଧିର ପ୍ରତୀକ ବୋଲି ମଧ୍ୟ କୁହାଯାଇଛି।ଏତେ ଲାଭ ଯେହେତୁ କଇଁଛ ପାଖରୁ ହୋଇଥାଏ।ତେବେ ଆସନ୍ତୁ ଆମେ ଜାଣିବା କଇଁଛ ମୁଦିର ଉପକାର ବିଷୟରେ ।କଇଁଛର ମୁଦି ସିନା ପିନ୍ଧିବେ କିନ୍ତୁ ଏଥିସହିତ କିଛି ସାବଧାନତା ମଧ୍ୟ ଅବଲମ୍ବନ କରିବାକୁ ପଡିବ।ଆସନ୍ତୁ ଜାଣିବା ଏହି ସାବଧାନତା କଣ।କଇଁଛ ମୁଦି ସାମାନ୍ୟ ଚାନ୍ଦିରେ ତିଆରି କରି ପିନ୍ଧା ଯାଇଥାଏ।ଯଦି ଆପଣ ଚାହୁଁଛନ୍ତି ଅନ୍ୟ ଧାତୁରେ ବା ପଥର ବସିଥିବା ଡିଜାଇନରେ ପିନ୍ଧିବାକୁ ।ସେଥିପାଇଁ ଆପଣ ଏହି ମୁଦିକୁ ଏପରି ଭାବରେ ତିଆରି କରନ୍ତୁ ଯେପରି କଇଁଛର ମୁଣ୍ଡ ଆପଣଙ୍କର ଆଡକୁ ଥିବ।କାରଣ ମୁଣ୍ଡ ବାହାର ପଟକୁ ହେଲେ ଧନ ବଢିବା ବଦଳରେ କମିଥାଏ।
ଏହାକୁ ଡାହାଣ ହାତରେ ଆଙ୍ଗୁଠିରେ ପିନ୍ଧା ଯାଇଥାଏ।ଡାହାଣ ହାତର ବିଶି ଆଙ୍ଗୁଠିରେ ପିନ୍ଧା ଯାଇଥାଏ।କୁମ୍ଭ,ଧନୁ,ବିଛା,ଏବଂ ତୁଳା ରାଶିର ବ୍ୟକ୍ତି ମାନେ ଏହି ମୁଦିକୁ ନିଜର ବିଶି ଆଙ୍ଗୁଠିରେ ପିନ୍ଧି ପାରିବେ।ମେଷ,ମୀନ, ଏବଂ କର୍କଟ ରାଶିର ବ୍ୟକ୍ତି ଏହି ମୁଦିକୁ ମଝି ଆଙ୍ଗୁଠିରେ ପିନ୍ଧି ପାରିବେ।ବୃଷ ଏବଂ ମିଥୁନ ରାଶିର ଲୋକ ଏହାକୁ ପରି ଆଙ୍ଗୁଠିରେ ପିନ୍ଧି ପାରିବେ।ଶୁକ୍ରବାର ଦିନ ଏହି ମୁଦିକୁ ଆଣି ମାତା ଲଷ୍ମୀଙ୍କ ମୂର୍ତି ସାମ୍ନାରେ ରଖି ପାଣିକୁ କ୍ଷୀର ସହିତ ମିଶାଇ ଭଲ ଭାବରେ ମୁଦିକୁ ଧୋଇବେ।ଏବଂ ଏହାପରେ ମାତା ଲାଷ୍ମୀଙ୍କର ଜୀଵ ମନ୍ତ୍ର ୧୦୮ ଥର ଜପ କରି ଧୂପ ଦୀପ ଦେଇ ଏହାକୁ ଧାରଣ କରିବେ।କନ୍ୟା,ବିଛା,ଏବଂ ମିଥୁନ ରାଶିର ଲୋକ ଏହାକୁ ମଙ୍ଗଳବାର ଦିନ ଏହି ମୁଦିକୁ ଧାରଣ କରିବା ଉଚିତ।
ଏହି ମୁଦିକୁ ଧାରଣ କରିବା ପରେ ଏହାକୁ ବାରମ୍ବାର ମୋଡ଼ିବେ ନାହିଁ।ଏହା କରିବା ଦ୍ୱାର ନିଜର ବହୁତ କ୍ଷତି ମଧ୍ୟ ଘଟିଥାଏ।ଏହା ଆପଣ ମାନଙ୍କ ପାଇଁ ମଧ୍ୟ ବହୁତ ଅନିଷ୍ଟ ହୋଇଥାଏ । ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।