safala

ଭଲ ମଣିଷ ହେବା ପାଇଁ ଏହି କଥାକୁ ଧ୍ୟାନରେ ରଖନ୍ତୁ ।

FACT

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ହେବା ସହିତ ଜଣେ ଭଲ ନୀତିକାର ମଧ୍ୟ ଥିଲେ।ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ନୀତିରେ ଅନେକ ବ୍ୟକ୍ତିଙ୍କୁ ସଫଳତା ଆଡକୁ ଅଗ୍ରସର କରିଛନ୍ତି।ଚାଣକ୍ୟଙ୍କର ନୀତିରେ ସେ ଅନେକ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ନୀତି ଗୁଡିକୁ ଅବସ୍ଥାପିତ କରିଛନ୍ତି।ଯିଏ ବି ଚାଣକ୍ୟଙ୍କର ଏହି ନୀତିକୁ ଶୁଣିବ ସେ ଜୀବନରେ ବହୁତ ଆଗକୁ ଯିବାର ସମ୍ଭାବନା ରହିଛି ।ତାଙ୍କର ଏହି ନୀତିରେ ଏଭଳି କିଛି ଥିଲା ଯାହା ଜଣେ ଶତ୍ରୁକୁ ମଧ୍ୟ ମିତ୍ର କରିଦେଉଥିଲା ଏବଂ ଜଣେ ଅସଫଳ ବ୍ୟକ୍ତିକୁ ସଫଳତା ଆଡକୁ ଅଗ୍ରସର କରିଦେଉଥିଲା।ଚାଣକ୍ୟଙ୍କର ନୀତିରେ ମନୁଷ୍ୟ ଜୀବନରେ ଘଟିଥିବା ପ୍ରତେକ ଘଟଣାର କାରଣ ଏବଂ ନିରାକରଣ ବିଷୟରେ ଉଲେଖ କରାଯାଇଛି।ଏହି ଭଳି ନୀତି ଗୁଡିକ ଶୁଣିବା ପାଇଁ ବହୁତ ଆଗ୍ରହ ଲାଗିଥାଏ।ଏହି ନୀତି ଗୁଡିକ ଏପରି ହୋଇଥାଏ ଯେପରି ଜୀବନରେ କେବଳ ସଫଳତା ପାଇବା ବହୁତ ସହଜ।ଆସନ୍ତୁ ଜାଣିବା ଏଭଳି କିଛି ନୀତି ଗୁଡିକ ବିଷୟରେ ଯାହା ଆପଣଙ୍କୁ ଜୀବନରେ ସଫଳ ଏବଂ ମହତ୍ୱପୂର୍ଣ୍ଣ କରିବା ପାଇଁ ସାହାଯ୍ୟ କରିବ।

girl

ଏହି ନୀତି ଗୁଡିକୁ ଯେଉଁ ବ୍ୟକ୍ତି ନିଷ୍ଠାର ସହକାରେ କରିଥାଏ ସେ ତାର ଜୀବନରେ ଅନେକ ଉନ୍ନତି କରିଥାଏ।ଆଚାର୍ଯ୍ୟ ଚାଣକ୍ୟ କହୁଥିଲେ ଆମକୁ ସର୍ବଦା କଥାବାର୍ତ୍ତା କଲାବେଳେ ଧ୍ୟାନ ରଖି କହିବା ଆବଶ୍ୟକ।ଯେଉଁ ବ୍ୟକ୍ତି କେଉଁ ଜାଗାରେ କଣ କୁହାଯିବ ଭଲ ଭାବରେ ଜାଣିଥାଏ ତାକୁ ସବୁ ଜାଗାରେ ସମ୍ମାନ ମିଳିଥାଏ।ଏହି ବ୍ୟକ୍ତି ମାନେ ନିଜର ଜୀବନରେ ବହୁତ ଆଗକୁ ଯାଇଥାନ୍ତି।ଏହି ବ୍ୟକ୍ତି ମାନଙ୍କ ଉପରେ ଅନ୍ୟ ମାନଙ୍କର ଭରସା ରହିଥାଏ।ନିଜର କଥାରେ ଏମାନେ ସମସ୍ତଙ୍କୁ ମୋହିତ କରି ସବୁ ସ୍ଥାନରେ ପ୍ରଶଂସାର ପାତ୍ର ହୋଇଥାନ୍ତି।ଅନ୍ୟ ପକ୍ଷରେ କହିବାକୁ ଗଲେ ଯେଉଁ ବ୍ୟକ୍ତି ମାନଙ୍କୁ କଥା କହିବା ଜଣା ନାହିଁ ଅର୍ଥାତ କେଉଁ ଜାଗାରେ ଆମକୁ କଣ କହିବାକୁ ହେବ ସେମାନେ ଜାଣି ନଥାନ୍ତି ସେମାନଙ୍କୁ ସବୁ ସ୍ଥାନରେ ଅପମାନିତ ହେବାକୁ ପଡିଥାଏ।ଏମାନଙ୍କୁ କୌଣସି ଜାଗାରେ ପ୍ରଶଂସା ମଧ୍ୟ ମିଳି ନଥାଏ।ଏମାନଙ୍କ ଅବସ୍ଥା ଦୟନୀୟ ହୋଇଯାଇ ଥାଏ।

ଆହୁରି ଏକ ମହତ୍ୱପୂର୍ଣ୍ଣ କଥା ଯାହା ଚାଣକ୍ୟ କହିଛନ୍ତି।ତାହା ହେଉଛି ପ୍ରେମ ।ସର୍ବଦା ନିଜର ଲାଇଫ ପାଟନର ବାଛିଲା ବେଳେ ସାବଧାନ ସହକାରେ ବାଛନ୍ତୁ।ଯଦି ଏହା କଲାବେଳେ ଆପଣ ଭୁଲ କରିଥାନ୍ତି ତେବେ ଆପଣଙ୍କୁ ଜୀବନ ସାରା ହଇରାଣ ହେବାକୁ ପଡିଥାଏ।ଅନେକ କ୍ଷେତ୍ରରେ ଦେଖାଯାଇଥାଏ କି ଯେତେବେଳେ ଆପଣ ମାନେ ନିଜର ଲାଇଫ ପାଟନରଙ୍କୁ ପସନ୍ଦ କରୁଛନ୍ତି ତାଙ୍କର ସୁନ୍ଦରତା ଦେଖି ଆପଣ ସେମାନଙ୍କୁ ପସନ୍ଦ କରୁଛନ୍ତି ତାଙ୍କର ମନକୁ ନୁହେଁ।ଯଦି ଆପଣ ଏହା କରନ୍ତି ତେବେ ଆପଣଙ୍କର ବୈବାହିକ ଜୀବନ କେବେବି ସୁଖପୁର୍ଣ ହେବ ନାହିଁ।ଯଦି ଜଣେ ନାରୀର ସୁନ୍ଦର ମନଟିଏ ଥିବ ସେ ଅସୁନ୍ଦର ହୋଇ ମଧ୍ୟ ସୁନ୍ଦର ହୋଇଥାଏ।ତାକୁ ପରିବାରରେ ସମସ୍ତେ ଭଲପାଇ ଥାଆନ୍ତି।ଏଭଳି ନାରୀ ଆପଣଙ୍କର ଜୀବନକୁ ପରିବର୍ତ୍ତନ କରିଦେଇ ଥାଏ।ତେଣୁ ଆପଣ ସର୍ବଦା ସୁନ୍ଦର ମନ ଦେଖି ନିଜର ଲାଇଫ ପାଟନରଙ୍କୁ ପସନ୍ଦ କରନ୍ତୁ।

ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *