ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ, ବଲିଉଡ ଅଭିନେତା ଅକ୍ଷୟ କୁମାର ରବିବାର ଦିନ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଟଙ୍କା ଦାନ କରିଛନ୍ତି। ସୋସିଆଲ ମିଡ଼ିଆରେ ଏକ ଭିଡିଓ ଜାରି କରି ଅକ୍ଷୟ କୁମାର ନିଜେ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ମନ୍ଦିର ନିର୍ମାଣରେ ଯୋଗଦାନ ପାଇଁ ସେ ଦେଶବାସୀଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ସେ ଟ୍ୱିଟରରେ ୧ ମିନିଟ ୫୦ ସେକେଣ୍ଡର ଭିଡିଓ ଜାରି କରି ରାମ ମନ୍ଦିର ପାଣ୍ଠି ସଂଗ୍ରହ ଅଭିଯାନରେ ସାମିଲ ହେବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଭିଡିଓ ସେୟାର କରି ସେ ଲେଖିଛନ୍ତି, “ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହା ବହୁତ ଖୁସିର କଥା। ବର୍ତ୍ତମାନ ଯୋଗଦାନ ଦେବା ପାଳି ଆମମାନଙ୍କର। ମୁଁ ଆରମ୍ଭ କରିଛି, ଆପଣମାନେ ବି ଏହି ଅଭିଯାନରେ ଯୋଡ଼ିହେବେ ବୋଲି ମୋର ଆଶା; ଜୟ ଶ୍ରୀରାମ” |
ଭିଡିଓରେ ଅକ୍ଷୟ କୁମାର କହିଛନ୍ତି,”କାଲି ରାତିରେ ମୁଁ ମୋ ଝିଅ କାହାଣୀ ଶୁଣାଉଥିଲି। ଆପଣ ଶୁଣିବେ…ଗୋଟିଏ ପରେ ବାନର ସେନା ଓ ଆରପଟ ଲଙ୍କା। ସେନା ଓ ଲଙ୍କା ମଧ୍ୟରେ ମହାସମୁଦ୍ର। ବାନର ସେନା ବଡ ବଡ ପଥର ଟେକି ସମୁଦ୍ରରେ ପକାଉଥିଲେ ଯେପରି ରାମ ସେତୁ ନିର୍ମାଣ ହୋଇପାରିବ ଏବଂ ଲଙ୍କାରୁ ମାତା ସୀତାଙ୍କୁ ଉଦ୍ଧାର କରାଯାଇପାରିବ। ପ୍ରଭୁ ଶ୍ରୀରାମ କୂଳରେ ଛିଡା ହୋଇ ସବୁ ଦେଖୁଥିଲେ। ସେତେବେଳେ ତାଙ୍କ ନଜର ଏକ ଗୁଣ୍ଡୁଚିମୂଷା ଉପରେ ପଡିଥିଲା। ଗୁଣ୍ଡୁଚିମୂଷା ପାଣିକୁ ଯାଉଥିଲା ପୁଣି କୁଳକୁ ଫେରି ଆସୁଥିଲା। ବାଲିରେ ଗାଡି ପୁଣି ରାମ ସେତୁ ପଥର ଆଡକୁ ଦୌଡ଼ିଯାଉଥିଲା। ପୁଣି ପାଣିକୁ ଯାଉଥିଲା ପୁଣି ବାଲିକୁ ଆସୁଥିଲା, ତାପରେ ପୁଣି ପଥର ଉପରକୁ…ତାକୁ ଦେଖି ପ୍ରଭୁ ଶ୍ରୀରାମ ଆଶ୍ଚର୍ଯ୍ୟ ହୋଇଗଲେ ଯେ ଗୁଣ୍ଡୁଚିମୂଷା କରୁଛି କଣ ? ସେ ଗୁଣ୍ଡୁଚିମୂଷା ପାଖକୁ ଯାଇ ପଚାରିଲେ, ତୁମେ କଣ କରୁଛ ? ସେ ଜବାବ ଦେଲା-ମୁଁ ମୋ ଶରୀରକୁ ଓଦା କରି, ସେଥିରେ ବାଲି ବୋଳି ପଥର ମଝିରେ ଥିବା କାନ୍ଥ ଉପରେ ପକେଇ ଦେଇ ଆସେ। ରାମ ସେତୁ ନିର୍ମାଣରେ ମୁଁ ବି ଛୋଟ ଯୋଗଦାନ ଦେଉଛି।” |
ଆଗକୁ ଅକ୍ଷୟ କହିଛନ୍ତି, “ବର୍ତ୍ତମାନ ଆମ ପାଳି। ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଆମ ଭିତରୁ କିଛି ବାନର ହେବା, କିଛି ଗୁଣ୍ଡୁଚିମୂଷା ହେବା ଓ ନିଜ ନିଜ କ୍ଷମତା ଅନୁସାରେ ଯୋଗଦାନ କରି ଐତିହାସିକ ଭବ୍ୟ ମନ୍ଦିର ନିର୍ମାଣ ଅଂଶୀଦାର ହେବା। ମୁଁ ନିଜେ ଆରମ୍ଭ କରୁଛି, ଆଶା କରୁଛି ଆପଣମାନେ ବି ଯୋଡ଼ିହେବେ।” ଏହି ଅଭିଯାନ ଜାନୁଆରୀ ୧୪ ତାରିଖରେ ଆରମ୍ଭ ହୋଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅଭିଯାନ ଆରମ୍ଭ କରିଥିଲେ। ରାଷ୍ଟ୍ରପତି ରାମ ମନ୍ଦିର ନିର୍ମାଣ ପାଇଁ ସର୍ବ ପ୍ରଥମେ ଚାନ୍ଦା ଦେଇ ସବୁଜ ପତାକା ଦେଖାଇଥିଲେ। ରାଷ୍ଟ୍ରପତି ୫ ଲକ୍ଷ ଶହେ ଟଙ୍କା ଦାନ କରିଛନ୍ତି। ଏହାପରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସାଂସଦ, ବିଧାୟକ ବ୍ୟବସାୟୀ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଦେଉଛନ୍ତି।
ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।