ଏହି ବର୍ଷ ୨୦୨୦ ଟି କାହା ପାଇଁ ମଧ୍ୟ ଭଲ ରହି ନାହିଁ । କରୋନା ଭାଇରସ ର ତାଣ୍ଡବରେ ସାରା ବିଶ୍ଵ ଥରହର ହେଉଛି । ଯାହା ପାଇଁ ଦେଶର ଅର୍ଥନୀତି ମଧ୍ୟ ତଳକୁ ଖସି ଯାଇଥିଲା ଓ ସୁନାର ଦାମ ଆକାଶ ଛୁଆଁ ହୋଇଥିଲା । ଯେହେତୁ ଏବେ ସବୁ ଧୀରେ ଧୀରେ ସ୍ଵାଭାବିକ ହେଉଛି ଓ କରୋନା ଟୀକା ମାରକେଟ କୁ ଆସି ଯାଇଛି ତେଣୁ ଡଲାର ର ମୂଲ୍ୟ ମଧ୍ୟ ଧୀରେ ଧୀରେ ସବୁ ବଢିବାକୁ ଲାଗିଛି । ତେଣୁ ସୁନାର ଦାମ ରେ କ୍ରମାଗତ ଭାବେ ଉତ୍ଥାନ ପତ୍ତନ ଲାଗି ରହିଛି । ତେଣୁ ଆଜି ଆମେ ଆପଣଙ୍କୁ ଆଜିର ସୁନା ର ଦାମ କଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ ।ଆଜି ଆମେ ଆପଣଙ୍କୁ ଆଜି ମାନେ 18 ଜାନୁୟାରୀ ରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ କେତେ ରହିଛି ତାହା ବିଷୟରେ ଆମେ ଆପଣଙ୍କୁ କହିବୁ ।
ଏହା ସହିତ କାଲି ସୁନା ର ଦାମ କେତେ ଥିଲା ତାହା ମଧ୍ୟ କହିବୁ । ବର୍ତ୍ତମାନ ଆସନ୍ତୁ ଜାଣିବା ୨୨ କ୍ୟାରେଟ ସୁନାର ଦାମ ଆଜି ଭୁବନେଶ୍ଵର ବଜାରରେ ୨୨ କ୍ୟାରେଟ ସୁନାର ଦାମ ୧ ଗ୍ରାମ ପ୍ରତି ୫୦ ଟଙ୍କା ହ୍ରାସ ପାଇ ୪,୭୫୦ ଟଙ୍କାରେ ପହଞ୍ଚିଛି ଯାହା ଗତକାଲି ୪,୮୦୦ ଟଙ୍କା ଥିଲା ।୧ କିଲୋ ପ୍ରତି ୨୨ କ୍ୟାରେଟ ସୁନା ୫୦୦୦ ଟଙ୍କା ହ୍ରାସ ପାଇ ୪,୭୫,୦୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୪,୭୦,୦୦୦ ଟଙ୍କା ଥିଲା । ୨୪ କ୍ୟାରେଟ ସୁନାର ଦାମ ଆଜି ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ ସୁନାର ଦାମ ୧ ଗ୍ରାମ ପ୍ରତି ୫୧ ଟଙ୍କା ହ୍ରାସ ପାଇ ୫୧,୮୫୦ଟଙ୍କା ରେ ପହଞ୍ଚିଛି, ଯାହା ଗତକାଲି ୫,୦୫୦ ଟଙ୍କା ଥିଲା ।
ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୫୧୦ ଟଙ୍କା ହ୍ରାସ ପାଇ ୫୧,୮୫୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୫୨,୩୬୦ ଟଙ୍କା ଥିଲା । ଆଜି ୧ କିଲୋ ପ୍ରତି ୨୪ କ୍ୟାରେଟ ସୁନା ୫,୧୦୦ ଟଙ୍କା ହ୍ରାସ ପାଇ ୫,୧୮,୫୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୫,୧୩ ,୪୦୦ ଟଙ୍କା ଥିଲା ।ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୯,୮୨୦ ଟଙ୍କା ରହିଛି ଓ ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୫୦,୮୨୦ ଟଙ୍କା ରହିଛି । ତାହା ଉପରେ ୩ ପ୍ରତିଶତ ଜିଏସ୍ଟି ଲାଗୁ କରାଯାଇଛି।ସେହିପରି ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୯,୬୫୦ ଟଙ୍କା ରହିଛି ଓ ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୫୪,୧୬୦ ଟଙ୍କା ରହିଛି ।