ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବା ବେଳେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ଦେଇଛନ୍ତି।
ନବୀନଙ୍କ ଦିଲ୍ଲୀଠାରେ ଥିବା ଘରର ମାଲିକାନା ସତ୍ତ୍ବର ମୂଲ୍ୟ ୪୩କୋଟି ୩୬ଲକ୍ଷ ଟଙ୍କା।ଭୁବନେଶ୍ବର ନବୀନ ନିବାସର ମୂଲ୍ୟ ୯ କୋଟି ୫୨ଲକ୍ଷ ଟଙ୍କା ଫରିଦାବାଦରେ ରହିଥିବା ନବୀନଙ୍କ ଫାର୍ମର ମୂଲ୍ୟ ୧୦କୋଟି ୭୫ ଲକ୍ଷ ବୋଲି ସମ୍ପତ୍ତି ତାଲିକାରେ ନବୀନ ଉଲ୍ଲେଖ କରିଛନ୍ତି ।ସେହିପରି ଦିଲ୍ଲୀ ସଂସଦ ଭବନ ଏସ୍ବିଆଇ ଆକାଉଣ୍ଟରେ ୧ ହଜାର ୭୩୦ ଟଙ୍କା ଏବଂ ବାପୁଜୀନଗର ଏସ୍ବିଆଇରେ ଜମା ଅଛି ୧୪ ଲକ୍ଷ ୨୦ ହଜାର ଟଙ୍କା।
ନବୀନଙ୍କ ପାଖରେ ଥିବା ଗହଣାର ମୂଲ୍ୟ ୨ଲକ୍ଷ ୨୨ ହଜାର ଟଙ୍କା । ବ୍ୟାଙ୍କ ବାଲାନ୍ସ ସମ୍ପର୍କରେ ମଧ୍ୟ ନବୀନ ସୂଚନା ଦେଇଛନ୍ତି। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ