gupchup

ଝିଅଟିଏ ପ୍ରତିଦିନ ଗୁପଚୁପ ଖାଇବାକୁ ଯାଉଥିଲା। ଦିନେ ଏପରି ହେଲା କି ସେ ଝିଅ ସେ ଗୁପଚୁପ ବେପାରୀ ସହ ଫେରାର ହେଇଗଲା ।

NEWS

‘ ଗୁପଚୁପ’ , ଆହା! ଏହି ଶବ୍ଦ ସୁନୀଲ ମାତ୍ରେ ବହୁ ଲୋକ ଙ୍କ ମୁହଁ ରେ ପାଣି ଆସିଯାଏ। ଗୁପଚୁପ ଏପରି ଏକ ଖାଦ୍ୟ ଅଟେ, ଯାହା କୁ ପ୍ରାୟ ସବୁ ଲୋକ ପସନ୍ଦ କରି ଥାଆନ୍ତି।ଲୋକେ ଏହା କୁ ବହୁତ୍ ଆଦର ର ସହ ଖାଆନ୍ତି।କିନ୍ତୁ କେବେ କଣ ଆପଣ ଙ୍କୁ ଗୁପଚୁପ ସହିତ ଗୁପଚୁପ ଦେଉଥିବା ଲୋକ କୁ କେବେ ଭଲ ପାଇଛନ୍ତି ??ପ୍ରାୟ ହୋଇ ନଥାଇ ପାରେ।କିନ୍ତୁ ଉତ୍ତର ପ୍ରଦେଶ ର ମିର୍ଜପୂର ଜିଲ୍ଲା ରେ ଗୋଟେ ନାବାଳିକା ଝିଅ ଏହି ଭୂଲ୍ କରି ବସିଥିଲା।ସେ ଦୁଇ ବର୍ଷ ଧରି ଯୋଉ ଗୁପଚୁପ ବେପାରୀ ପାଖରୁ ଗୁପଚୁପ ଖାଉଥିଲା, ତାକୁ ହୃଦୟ ଦେଇ ବସିଲା। କିଛି ଦିନ ପରେ ସେ ଝିଅ ମଧ୍ୟ ସେ ବେପାରୀ ସହ ପଳେଇଲା।ତେବେ ଚାଲନ୍ତୁ ଏହି ବିଷୟରେ ଅଧିକ କିଛି ଜାଣିବା

guppuchup

ଆଦର୍ଶ ନଗର ପଞ୍ଚାୟତ ରେ ଅବସ୍ଥିତ ଏକ ଉଚ୍ଚ ବିଦ୍ୟାଳୟ ରେ ପଢୁଥିବା ଏକ ଛାତ୍ରୀ କୁ ନିଜ ଘର ଆଗରେ ଥିବା ଏକ ଗୁପଚୁପ ବେପାରୀ ର ହାତ ରେ ପ୍ରସ୍ତୁତ ଗୁପଚୁପ ବହୁତ୍ ପଶନ୍ଦ ଥିଲା। ପୁଅ ର ଘର ଝାନସି ରେ ଥିଲା ଏବଂ ସେ ଆଦର୍ଶ ନଗର ରେ ଘର ଭଡ଼ା ନେଇ ରହୁଥିଲା। ସେ ନିଜ ଥିଲା ରେ ପ୍ରତିଦିନ ଗୁପଚୁପ ବେପାର କରୁଥିଲା। ଝିଅ ଟି କୁ ତା ହାତ ର ଗୁପଚୁପ ଖାଇ ତା ସହ ପ୍ରେମ ହେଇଯାଇଥିଲା।

ସେହି ଝିଅ ର ପଡୋଶୀ ଙ୍କ କହିବା ଅନୁସାରେ ସେ ଝିଅ ଟି ସେହି ଗୁପଚୁପ ବେପାରୀ ର ଗୁପଚୁପ ଭଲ ଲାଗେ ଏବଂ ସେ ପ୍ରତିଦିନ ତା ପାଖରୁ ଗୁପଚୁପ ଖାଏ। କିନ୍ତୁ ସେମାନଙ୍କୁ ଏହା ଜଣ ନଥିଲା ଯେ ସେ ଝିଅ ଗୁପଚୁପ ବେପାରୀ କୁ ପ୍ରେମ କରେ ଏବଂ ତା ସହ ପଳେଇବ ବୋଲି। ମଙ୍ଗଳ ବାର ରାତିରେ ଯୁବତୀ ଜଣକ ସେହି ବେପାରୀ ସହ ପ୍ୟାଲେଇ ଥିଲେ । ତା ପରଦିନ ସକାଳୁ ସେ ଝିଅ କୁ ମା ପାଇବା ରୁ ଗାଆଁ ଲୋକେ ବ୍ୟସ୍ତ ହୋଇ ପଡ଼ିଲେ। ପ୍ରଥମେ ଗାଆଁ ଲୋକ ଗୋଟେ ତାନ୍ତ୍ରିକ ପାଖକୁ ଗଲେ।ସେ କହିଲା ଯେ, ସେ ଝିଅ କୁ ଦୁଇ ଜଣ ଯୁବକ ତା ମୁହଁ କୁ ବାନ୍ଧି ଉଠାଇ ନେଇଯାଇଛନ୍ତି। ଏହା ପରେ ସେମାନେ ପୋଲିସ ଷ୍ଟେସନ ରେ ରେପୋର୍ଟ୍ ଲେଖିଲେ, ପୋଲିସ ମଧ୍ୟ ଏହା ର ତଦନ୍ତ ଆରମ୍ଭ କଲା।

gupchupp

ଦ୍ୱିପହର ପରେ ସେହି ବେପାରୀ ଟି ଯୁବତୀ ର ପଡୋଶୀ ଙ୍କୁ ଫୋନ କରି ଜଣାଇଲା କି ” ସେ ଝିଅ ଆଉ ମୁଁ ଝାନସି ଯାଉଛୁ, ଆପଣ ବ୍ୟସ୍ତ ହୁଅନ୍ତୁନି”। ଏହା ଶୁଣି ପଡୋଶୀ ଜଣକ କହିଲେ ଯେ ” ତୁମେ ଦୁଇଜଣ ସେଠ ରେ ରୁହ, ଆମେ ତୁମ ନିକଟକୁ ଯାଉଛୁ”।କଣ ବାସ୍ତବରେ ପ୍ରେମ ଏତେ ଗମ୍ଭୀର ହୋଇଯାଏ କି ପ୍ରେମ ପାଇଁ ଯେ କୌଣସି କାର୍ଯ୍ୟ କରିବା ପାଇଁ ସେମାନେ ପଛ ଘୁଞ୍ଚା ଦିଅନ୍ତି ନାହିଁ।

Leave a Reply

Your email address will not be published. Required fields are marked *