ହେଲୋ ହାଏ , ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ, ଏମିତି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ। ଜିଓ କମ୍ପାନୀ ନାମ ଏବଂ ଚିତ୍ର କୁ ବ୍ୟବହାର କରି କୋଟିପତି ହୋଇଥିବା ଅଟା କମ୍ପାନୀ ମାଲିକ ଏବେ ଫସିଛନ୍ତି। ଗୁଜରାଟର ସୁରଟ ପୋଲିସ ରିଲାଏନ୍ସ ଜିଓର ଲୋଗୋ ଥିବା ଅଖାରେ ଅଟା ବିକ୍ରି କରିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କମ୍ପାନୀ ମାଲିକ ଭାରତ ଗଜେରା ଥିବା ବେଳେ ୩ଜଣ ସହଯୋଗୀ ଅଛନ୍ତି।ରାଧାକୃଷ୍ଣ ଟ୍ରେଡିଂ ନାମକ ଏକ କମ୍ପାନୀ ଜିଓର ଟ୍ରେଡ୍ମାର୍କ ଥିବା ଲୋଗୋ ବ୍ୟବହାର କରି ଅଟା ବିକ୍ରି କରିଆସୁଥିଲା।
କିଛି ଦିନ ପୂର୍ବେ ରିଲାଏନ୍ସ ଜିଓର କିଛି ଅଖାର ଫଟୋ ଭାଇରାଲ ହୋଇଥିଲା। କୃଷି ଆଇନ୍ ଲାଗୁ ହେବା ସହ ରିଲାଏନ୍ସ କୃଷକମାନଙ୍କ ଫସଲକୁ କିଣିବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ଥିଲା ବୋଲି ଦାବି କରାଯାଇଥିଲା। ହେଲେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା ରିଲାଏନ୍ସ। ଜିଓ ବ୍ରାଣ୍ଡ ଏସବୁରେ ସମ୍ପୃକ୍ତ ନ ଥିବା କମ୍ପାନୀ ପକ୍ଷରୁ କୁହାଯାଇଥିଲା।ପରେ ଟେଲିଭିଜନରେ ଏନେଇ ଖବର ପ୍ରକାଶ ପାଇବା ପରେ ଜିଓ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଜିଓ ଏବେ କୃଷି ଉତ୍ପାଦ ସହ ଜଡ଼ିତ କାରୋବାରରେ ନାହିଁ। ଏଣୁ ଘଟଣାକୁ ଗୁରୁତ୍ୱର ସହ ନିଆଯାଇ ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କୁହାଯାଇଥିଲା।
ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।