ipl

ଏହି ୬ଜଣ ଓଡ଼ିଆ ଖେଳାଳୀ ଏବର୍ଷ ଖେଳିବେ ଆଇପିଏଲ, ଓଡିଶା କ୍ରିକେଟ ଅଶୋସେସନ କଲା ସୁପାରିଶ |

NEWS

ହେଲୋ ହାଏ , ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ଆଇପିଏଲ 14ତମ ସଂସ୍କରଣର ନିଲାମ ପ୍ରକ୍ରିୟା ପାଇଁ 6 ଜଣ ଖେଳାଳିଙ୍କ ନାମ ସୁପାରିଶ କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ । ଏହି 6ଜଣ ଖେଳାଳି ଗତ ସିଜନରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଓସିଏ ସଭାପତି ଲୋଚନ ମହାନ୍ତି।

lochana

ପ୍ରାଥମିକ ପର୍ଯ୍ୟାୟରେ ଓସିଏ ପକ୍ଷରୁ କେବଳ ନାମ ସୁପାରିଶ କରାଯାଇଛି। ଏହାପରେ ମନୋନୀତ ହୋଇଥିବା 6ଜଣ ଖେଳାଳିଙ୍କ ନାମ ସ୍କ୍ରୁଟିନି କମିଟିକୁ ଯିବ। ସ୍କ୍ରୁଟିନି ହେବା ପରେ ସେମାନଙ୍କ ଫିଟନେସ ଟେଷ୍ଟ କରାଯିବ। ଏହି ପର୍ଯ୍ୟାୟରେ ଯୋଗ୍ୟତା ହାସଲ କଲେ ଆଇଏଲ 14ତମ ସଂସ୍କରଣର ନିଲାମ ପ୍ରକ୍ରିୟାରେ ଭାଗ ନେବାର ସୁଯୋଗ ପାଇବେ ।

ଆଇପିଏଲ ଫ୍ରାଞ୍ଚାଇଜ ଯଦି ଓଡ଼ିଶା ଖେଳାଳିଙ୍କ ରେକର୍ଡ ତଥା ଗତ ସିଜନର ପ୍ରଦର୍ଶନରେ ପ୍ରଭାବିତ ହେବେ, ତାହେଲେ ସେମାନେ ଆଇପିଏଲ ଖେଳିବାର ସୁଯୋଗ ପାଇବେ ବୋଲି କହିଛନ୍ତି ଲୋଚନ ମହାନ୍ତି । ରାଜେଶ ଧୂପର , ପପୁ ରାଏ, ଶୁଭ୍ରାଂଶୁ ସେନାପତି , ରାଜେଶ ମହାନ୍ତି , ଗୌରବ ଚୌଧୁରୀ ଓ ତାରିଣୀ ସ ଙ୍କ ନାଁ ବିସିସିଆଇକୁ ସୁପାରିଶ କରିଛି ଓଡିଶା କ୍ରିକେଟ ଆସୋସିଏସନ । ଚଳିତ ସିଜନରେ ଏହି 6 ଜଣ ଖେଳାଳିଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟିର ଥିଲା । ଏହାକୁ ନେଇ ସୂଚନା ଦେଇଥିଲେ ଓସିଏ ଅଧ୍ୟକ୍ଷ ସୁବ୍ରତ ବେହେରା ।

sds

ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *