ହେଲୋ ହାଏ , ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ପାମୋଲିନ୍ ତେଲରୁ ଅସଲି ଭଳି ମହମହ ବାସୁଥିବା ଗୁଆଘିଅ ତିଆରି ହେଉଛି । ଘାସ, ବେଲପତ୍ରରେ ପ୍ରସ୍ତୁତ ଗୁଣ୍ଡ ଚା’ ଅସଲି ଠାରୁ ବଳି ଯାଉଛି । ସାବୁନ, ତେଲ, ସସ୍, ଡାଲି, ମସଲା ଭିତରେ ଅସଲି ନକଲି ଜାଣିବା କଷ୍ଟକର ହୋଇପଡ଼ିଛି । ପ୍ଲାଷ୍ଟିକ୍ ଅଣ୍ଡା ବି ବଜାରକୁ ଆସିଗଲାଣି । ହେଲେ ମାଛ ଭଳି ଅର୍ଗାନିକ ଦ୍ରବ୍ୟ ଯେ ନକଲି ହୋଇପାରେ ତାହା ଗ୍ରାହକଙ୍କ କଳ୍ପନାର ବାହାରେ । ଏବେ ମାଛ ବଜାରରେ ଭଳିକି ଭଳି ଡୁପ୍ଲିକେଟ୍ ମାଛ ମିଳୁଛି । ଗ୍ରାହକଙ୍କ ଆଖିରେ ଏହି ନକଲି ମାଛ ଅସଲି ପ୍ରଜାତି ଭଳି ଦିଶୁଛି । ଭଲ ଦର ଦେଇ ଗ୍ରାହକ ଏହାକୁ ବ୍ୟାଗ୍ରେ ପୂରାଇ ଘରକୁ ନେଉଛନ୍ତି ।ଆଇଁଷପ୍ରିୟ ଓଡ଼ିଆ ସପ୍ତାହକୁ ୪ ବାର ବଜାରକୁ ମାଛ ଆଣିବା ପାଇଁ ଦୌଡ଼ନ୍ତି ।
ସକାଳୁ ସକାଳୁ ମାଛ ବଜାରରେ ପହଞ୍ଚି ପ୍ରଥମେ ଦେଶୀ ମଧୁର ମାଛ ଖୋଜନ୍ତି । ପୋହଳା, ମାଗୁର, ମିରିକାଳୀ, ପୋବତା, ଖୁରାଣ୍ଟି, ସାରେଣା ଆଦି ମାଛ ନଜରରେ ପଡ଼ିଲା ମାତ୍ରେ ଦର ଯାହା ହେଉନା କାହିଁକି କିଣି ନିଅନ୍ତି । ତେବେ ଉପରୋକ୍ତ ପ୍ରଜାତିର ମାଛ କାଳକ୍ରମେ ନଦୀ ପୋଖରୀରେ ଦୁର୍ଲଭ ହୋଇଗଲାଣି । ନଦୀ ଜଳ ପ୍ରଦୂଷିତ ହେବା ଫଳରେ ଏଭଳି ମାଛ ଆଉ ମାଛଧରାଳୀଙ୍କ ଜାଲରେ ପଡ଼ୁନାହାନ୍ତି । କାଁ ଭାଁ କିଛି ଅସଲି ମାଛ ପଡ଼ିଲେ ତାହା ବଜାର ପର୍ଯ୍ୟନ୍ତ ପହଞ୍ଚି ପାରୁନି । ଏପଟେ ଚାହିଦା ପ୍ରବଳ । ଗ୍ରାହକଙ୍କ ଆଗ୍ରହକୁ ନଜର ଦେଇ ବେପାରୀମାନେ ପେଞ୍ଚ ଖଞ୍ଜିଛନ୍ତି । ଅସଲି ଦେଶୀ ମାଛ ଭଳି ଦେଖା ଯାଉଥିବା କିଛି ପ୍ରଜାତିର ମାଛକୁ ପସରାରେ ଖଞ୍ଜୁଛନ୍ତି । ଗ୍ରାହକଙ୍କୁ ଦେଶୀ ମାଛ ବୋଲି ଉସୁକାଉଛନ୍ତି । ଫରକ ବାରି ନପାରି ଗ୍ରାହକ ବେପାରୀଙ୍କ ଚାଲ୍ରେ ଫସି ଡୁପ୍ଲିକେଟ୍ ମାଛକୁ ଅସଲି ଦରରେ କିଣି ନେଉଛନ୍ତି ।
ଏଥର ଆସିବା ବଜାରରେ ମିଳୁଥିବା ନକଲି ଓ ଅସଲି ମାଛ ଭିତରେ ଫରକ ପ୍ରସଙ୍ଗକୁ । ନଈ ପୋହଳା ସବୁଠାରୁ ମିଠା ମାଛ । ପୋହଳା ମାଛ ୨ ପ୍ରକାରର । ଗୋଟିଏ ହେଉଛି ବାଟା ପୋହଳା ଯାହାକି ଗୋଟାକୁ ୨୦୦ରୁ ୬୦୦ ଗ୍ରାମ ପର୍ଯ୍ୟନ୍ତ ଓଜନ । ଅନ୍ୟଟି କାଠି ପୋହଳା । ଏହି ପ୍ରଜାତିର ମାଛ ସବୁଠାରୁ ବଡ଼ ୫୦-୬୦ ଗ୍ରାମ ପର୍ଯ୍ୟନ୍ତ ହୁଅନ୍ତି । ଏବେ ନଦୀରେ ଆଉ ପ୍ରାୟ ପୋହଳା ମାଛ ପଡ଼ୁ ନାହାନ୍ତି । ଫଳରେ ବଜାରରେ ଅସଲି ପୋହଳା ମିଳିବା କଷ୍ଟକର । ତେବେ ଚାହିଦାକୁ ଦୃଷ୍ଟିରେ ରଖି ବେପାରୀମାନେ ୨ଟି ପ୍ରଜାତିର ମାଛକୁ ପୋହଳା ଭାବେ ରଙ୍ଗ ଦେଇଛନ୍ତି । ଫିଙ୍ଗରଲିଙ୍ଗ ମିରିକାଳୀ ଜାଁଳ ଠିକ୍ କାଠି ପୋହଳା ଭଳି ଦେଖାଯାଏ । ଅସଲି ପୋହଳାର ରଙ୍ଗ ଚକ୍ ଚକ୍ ଧଳା ହୋଇଥିବା ବେଳେ ମିରିକାଳୀ ଜାଁଳ ପିଠିରେ ଇଷତ ସବୁଜ ରଙ୍ଗ ଥାଏ । ପୋହଳା ମାଛ ଆଖି ସମ୍ପୂର୍ଣ୍ଣ ଧଳା । କିନ୍ତୁ ମିରିକାଳୀର ଆଖିରେ ନାଲି ରଙ୍ଗର ଆବରଣ ଥାଏ । ନଜାଣିବା ଲୋକ ଅସଲି ନକଲି ଠଉରାଇ ନପାରି ପୋହଳା ଭାବେ ଏହାକୁ କିଣି ନେଉଛନ୍ତି । ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।