ହେଲୋ ହାଏ , ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ଆଧାର କାର୍ଡ ଆଜିକାଲି ଅତି ଜରୁରୀ ଡକ୍ୟୁମେଣ୍ଟ ହୋଇଯାଇଛି । ଦୈନନ୍ଦିନ ଜୀବନରେ ଏହା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ପ୍ରାୟତଃ ସବୁ ସରକାରୀ କାମରେ ଏହା ଦରକାର ପଡୁଛି । ଆଧାର କାର୍ଡରେ ପ୍ରତି ନାଗରିକଙ୍କ ଡାଟାବେସ୍ ଯଥା ନାଁ, ଠିକଣା, ମୋବାଇଲ୍ ନମ୍ବର, ଫଟୋ ଓ ବାୟୋମେଟ୍ରିକ୍ ଆଦି ରହିଥାଏ । ଏହି ସୂଚନା ସବୁବେଳେ ଅପଡେଟେଡ୍ ହେବା ଉଚିତ୍ । ସାଧାରଣତଃ ଲୋକମାନେ ନିଜ ନାଁ, ଠିକଣା, ମୋବାଇଲ୍ ନମ୍ବର ଆଦି ସହଜରେ ବଦଳାଇନଥାନ୍ତି । କିନ୍ତୁ ବୟସ ବଢିବା ସହିତ ଚେହେରାରେ ପରିବର୍ତ୍ତନ ହେବାକୁ ଲାଗେ । କିନ୍ତୁ ଆଧାର କାର୍ଡରେ ଫଟୋ ପୂରୁଣା ହୋଇଯାଏ ।
ଯଦି ଆପଣଙ୍କ ଆଧାର କାର୍ଡର ଫଟୋ ମଧ୍ୟ ପୂରୁଣା ହୋଇଯାଇଛି ତେବେ ଆପଣ ଏହାକୁ ୨ଟି ଉପାୟରେ ବଦଳାଇପାରିବେ । ପ୍ରଥମ ଉପାୟରେ ଆଧାର କାର୍ଡ ସେଣ୍ଟରରେ ଯାଇ ଫଟୋ ବଦଳାଇପାରିବେ ଯେଉଁଥିରେ ଆପଣଙ୍କୁ ମାତ୍ର ୫୦ ଟଙ୍କା ଫିସ୍ ଦେବାକୁ ପଡିବ । ଅନ୍ୟଟି ପୋଷ୍ଟ ଜରିଆରେ ଆଧାର କାର୍ଡରେ ଅପଡେଟ୍ କରିପାରିବେ । ଏହି ପୋଷ୍ଟ ଆପଣଙ୍କୁ UIDAI ର ଆଞ୍ଚଳିକ କାର୍ଯ୍ୟାଳୟକୁ ପଠାଇବାକୁ ପଡିବ । ଆସନ୍ତୁ ଜାଣିବା କେମିତି….
Google ରେ ଯାଇ UIDAIର ଅଫିସିଆଲ୍ ୱେବସାଇଟ ଖୋଲନ୍ତୁ।ଏହା ପରେ ଆପଣଙ୍କୁ ଲେଫ୍ଟ ହ୍ୟାଣ୍ଡ ସାଇଡର ସ୍କ୍ରିନରେ Get Aadhaar ସେକ୍ସନ ନଜର ଆସିବ | ଏଠାରେ ଆପଣ ଆଧାର ନାମାଙ୍କନ/ଅପଡେଟ୍ ଫର୍ମକୁ ଡାଉନଲୋଡ୍ କରନ୍ତୁ | କେନ୍ଦ୍ରରେ ଆପଣଙ୍କୁ ନିଜ ବାୟୋମେଟ୍ରିକ୍ ଡାଟାକୁ ପୁଣି କ୍ୟାପ୍ଚର କରିବାକୁ ହେବ | ଏହି ପ୍ରକ୍ରିୟାରେ ଆପଣଙ୍କ ଫଟୋ, ଫିଙ୍ଗରପ୍ରିଣ୍ଟ, ରେଟିନା ସ୍କାନ୍ ସାମିଲ | ଏହା କରିବା ମାତ୍ରେ ଆପଣଙ୍କ ଆଧାର ଡିଟେଲ୍ସ ଅପଡେଟ୍ ହୋଇଯିବ | ଅପଡେଟେଡ୍ ପିକ୍ଚର ସହିତ ଆପଣଙ୍କୁ ନୂଆ ଆଧାର କାର୍ଡ ପ୍ରାୟ ୯୦ ଦିନ ଭିତରେ ମିଳିଯିବ
ପ୍ରଥମେ UIDAI ପୋର୍ଟାଲକୁ ଯାଇ ସେଠାରୁ ‘Aadhaar Card Update Correction’ ଫର୍ମକୁ ଡାଉନଲୋଡ୍ କରିବାକୁ ହେବ | ଏବେ ଆପଣ ଏହି ଫର୍ମରେ ପଚରାଯାଇଥିବା ସୂଚନାକୁ ସଠିକ୍ ଭାବେ ଭରନ୍ତୁ | ଏହା ପରେ ଆପଣ UIDAI ର ଆଞ୍ଚଳିକ କାର୍ଯ୍ୟାଳୟର ନାମ ଆଧାର କାର୍ଡ ଅପଡେଟ୍ କରାଇବା ପାଇଁ ଏକ ପତ୍ର ଲେଖନ୍ତୁ | ଏହି ପତ୍ର ସହିତ ନିଜ ସ୍ୱ-ପ୍ରମାଣିକ ଫଟୋ(ସାଇନ୍ କରି)କୁ ଆଟାଚ୍ କରନ୍ତୁ | ଏହା ପରେ ଫର୍ମ ଓ ପତ୍ର ଉଭୟକୁ UIDAI ର ଅଫିସର ଠିକଣାରେ ଲେଖି ପୋଷ୍ଟ କରନ୍ତୁ | ନିଜ ନିକଟସ୍ଥ UIDAI କେନ୍ଦ୍ରର ଠିକଣା ଆପଣ ଅନଲାଇନ୍ ସାଇଟ ସହିତ ହାସଲ କରିପାରିବେ | ୨ ସପ୍ତାହ ଭିତରେ ଆପଣଙ୍କୁ ନୂଆ ଫଟୋଗ୍ରାଫ୍ ସହିତ ନୂଆ ଆଧାର କାର୍ଡ ମିଳିଯିବ |
ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।