ବର୍ଷାଙ୍କୁ ଶକ୍ତ ଝଟକା ଦେଲେ ଅନୁଭବ ମହାନ୍ତି, ସମାଧାନ ପାଇଁ ଆସିଲେ ନାହିଁ ସାଂସଦ |

NEWS

ହେଲୋ ହାଏ , ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ଥମୁନି ସାଂସଦ ଅନୁଭବ ଓ ଅଭିନେତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ। ଉଭୟଙ୍କୁ ମଧ୍ୟସ୍ତତା ମାଧ୍ୟମରେ ଆପୋଷ ସମାଧାନ ପାଇଁ କଟକ ଏସଡିଜେଏମ କୋର୍ଟ କହିଥିଲେ। ତେବେ ଆଜି ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରକୁ ଆସିବାକୁ ସମୟ ଦିଆଯାଇଥିଲା ବେଳେ ଅନୁଭବ ଆସିନଥିଲେ।

barsha

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମଧ୍ୟସ୍ଥତା ଚାଲିଥିବାରୁ ସମୟ ମାଗିଛନ୍ତି ଅନୁଭବ। ଅନୁଭବ ତାଙ୍କ ଓକିଲ ମାଧ୍ୟମରେ ଏକ ଟାଇମ ପିଟିସନ ଦେଇ ଚାଲି ଯାଇଥିଲେ। ତେବେ ଉଭୟଙ୍କୁ ଅନ୍ୟ ଏକ ଦିନରେ ଆସିବା ପାଇଁ ସମୟ ଦିଆଯାଇଛି। ଫେବୃଆରୀ ୨୩ରେ ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରକୁ ଆସିବାକୁ କୁହାଯାଇଥିବା ବର୍ଷାଙ୍କ ଓକିଲ କହିଛନ୍ତି।

anubhab

ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ କଟକ ଏସଡିଜେଏମ କୋର୍ଟ ସ୍ମିତ ରଞ୍ଜନ ପଟ୍ଟନାୟକଙ୍କୁ ନିଯୁକ୍ତି ଦେଇଥିଲେ। ତେବେ ଆଜି ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରକୁ ଆସିବାକୁ କୁହାଯାଇଥିବା ବେଳେ କେବଳ ବର୍ଷା ଆସିଥିଲେ ବୋଲି ବର୍ଷାଙ୍କ ଓକିଲ କହିଛନ୍ତି।

ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *