ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ କୋଟିଏ ଟଙ୍କା ଦାନ କଲେ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସକାଶେ ଏହା ତାଙ୍କର ଏକ ଛୋଟ ଅବଦାନ ବୋଲି ସେ କହିଛନ୍ତି ।
ଭବ୍ୟ ରାମ ମନ୍ଦିର ନିର୍ମାଣ ପ୍ରତିଟି ଭାରତୀୟଙ୍କ ସ୍ୱପ୍ନ । ବହୁ ବର୍ଷର ବିବାଦ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି । ଏହାକୁ ନିର୍ମାଣ କରିବା ପାଇଁ ସେ ଓ ତାଙ୍କ ପରିବାରର ଏହା ଏକ ଛୋଟ ଯୋଗଦାନ ବୋଲି ଗୌତମ କହିଛନ୍ତି । ଏହାବାଦ୍ ଦିଲ୍ଲୀର ବିଜେପି ନେତାମାନେ ମଧ୍ୟ ରାମ ମନ୍ଦିରର ନିର୍ମାଣ ପାଇଁ ଚାନ୍ଦା ଏକାଠି କରୁଛନ୍ତି । ଲୋକମାନେ ସ୍ୱଇଚ୍ଛାରେ ୧୦ ଟଙ୍କା, ୧୦୦ ଟଙ୍କା ଓ ୧୦୦୦ ଟଙ୍କା ମଧ୍ୟ ଦେଇପାରିବେ । ଏହି ଟଙ୍କାକୁ ନେଇ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ ।
ଏହାପୂର୍ବରୁ ମଧ୍ୟ ଅନେକ ନେତା ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିସାରିଛନ୍ତି । ଏବେ ଏହି ତାଲିକାରେ ଏବେ ଗୌତମ ଗମ୍ଭୀର ସାମିଲ୍ ହୋଇଛନ୍ତି । ଟିମ୍ ଇଣ୍ଡିଆରେ ନିଜର ଦମଦାର ପ୍ରଦର୍ଶନ କରିବା ପରେ ଗତ ସାଧାରଣ ନିର୍ବାଚନରେ ଗୌତମ ଗମ୍ଭୀର ବିଜେପି ଟିକେଟରୁ ସାଂସଦ ହୋଇଛନ୍ତି ।ଏହା ପୂର୍ବରୁ ବଲିଉଡ ଅଭିନେତା ଅକ୍ଷୟ କୁମାର ମଧ୍ୟ ଦାନ କରିଛନ୍ତି।
ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।