ବନ୍ଧୁଗଣ ହିନ୍ଦୁ ଧର୍ମ ଅନୁସାରେ ପଞ୍ଚଦେବଙ୍କ ମଧ୍ୟରୁ ସୂର୍ଯ୍ୟ ଦେବତାଙ୍କୁ ପ୍ରଥମ ସ୍ଥାନ ଦିଆଯାଇଛି।ଯଦି ଆପଣଙ୍କ ଜାତକ ରେ ସୂର୍ଯ୍ୟ ଗ୍ରହ ଠିକ୍ ସ୍ଥାନରେ ରହିଥାନ୍ତି ତାହାଲେ ରାଜପଦ ପ୍ରାପ୍ତି ହୋଇପାରେ।ସୂର୍ଯ୍ୟ ଦେବତାଙ୍କୁ ଗ୍ରହମାନଙ୍କର ରାଜା କୁହନ୍ତି।ସୂର୍ଯ୍ୟ ଦେବଙ୍କ ଆରାଧନା ଦ୍ୱାରା ବ୍ୟକ୍ତିର ସବୁ ଅଶୁଭ ଗ୍ରହ ସୁଭ ଗ୍ରହରେ ପରିବର୍ତ୍ତନ ହୋଇଯାଏ।ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଜଳ ଅର୍ପଣ କରିବା ଉତ୍ତମ ଉପାୟ ଅଟେ, ବିଶେଷ କରି ରବିବାର ଦିନ। ସୂର୍ଯ୍ୟ ଦେବଙ୍କୁ ଜଳ ଦେବାର ମହିମା ଏବଂ ଲାଭ ଶାସ୍ତ୍ରରେ ମଧ୍ୟ ଲେଖାଯାଇଅଛି।ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ଚକିରୀ ରେ ସବୁ ଅସୁବିଧା ଦୂର ହେବା ସହିତ ପଦୋନ୍ନତି ହେବ। ଯେଉଁ ବ୍ୟକ୍ତି ସବୁ ରବିବାରେ ସୂର୍ଯ୍ୟ ଦେବଙ୍କ ଆରାଧନା କରିଥାଏ ତାଙ୍କୁ ଜଳ ଅର୍ପଣ କରିଥାଏ, ସେହି ବ୍ୟକ୍ତି ଜୀବନରେ ସବୁବେଳେ ଖୁସିରେ ରହିଥାଏ। ଯମରାଜା ସୂର୍ଯ୍ୟ ଦେବଙ୍କ ପୁତ୍ର ଅଟନ୍ତି।ଯେଉଁ ବ୍ୟକ୍ତି ସୂର୍ଯ୍ୟ ଦେବଙ୍କୁ ପ୍ରସନ କରିଥାଏ ତାହା ଦ୍ଵାରା ଯମରାଜା ମଧ୍ୟ ପ୍ରସନ୍ନ ହୋଇଥାନ୍ତି।
ଆପଣ ଯଦି ନିୟମ ପାଳନ ନ କରି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବେ ତେବେ ଆପଣଙ୍କୁ ସୁଫଳ ମିଳିବ ନାହିଁ।ଆଜି ଆମେ ସୂର୍ଯ୍ୟ ଦେବଙ୍କୁ ବିଧି ପୂର୍ବକ କିପରି ଜଳ ଅର୍ପଣ କରାଯାଏ ତାହା ବିଷୟରେ ଜାଣିବା।ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରୁଥିବା ଜଳ ଏହି ଜିନିଷ ମିଶାଇ ଦିଅନ୍ତୁ ଯାହା ଫଳରେ ସୂର୍ଯ୍ୟ ଦେବ ଏବଂ ତାଙ୍କ ପୁତ୍ର ଯମରାଜ ମଧ୍ଯ ପ୍ରସନ୍ନ ହୋଇଯିବେ।ପ୍ରଥମେ ସୂର୍ଯ୍ୟାଦୟ ପୂର୍ବରୁ ଉଠିବା ଦରକାର ଏବଂ ସ୍ନାନ କରିନେବେ।ସୂର୍ଯ୍ୟାଦୟ ହେବା ସମୟରେ ତାଙ୍କ ଆଗରେ ଗୋଟେ ଦୀପ ଜାଳିଦିଅନ୍ତୁ। ଦୀପକୁ ଜାଳିବା ପାଇଁ ଆପଣ ସୋରିଷ ତେଲ ର ବ୍ୟବହାର କରନ୍ତୁ, ତା ପରେ ଆପଣଙ୍କର ମନସ୍କାମନା ସୂର୍ଯ୍ୟ ଦେବଙ୍କ ଆଗରେ କୁହନ୍ତୁ।ତାପରେ ଗୋଟେ ତମ୍ବା ପାତ୍ରରେ ଶୁଦ୍ଧ ଏବଂ ପୂର୍ଣ୍ଣ ଜଳ ଭର୍ତି କରି ପୂର୍ବ ଦିଗକୁ ମୁହଁ କରି ସୂର୍ଯ୍ୟ ଦେବଙ୍କୁ ଜଳ ଚଢ଼ାନ୍ତୁ। ଜଳ ଅର୍ପଣ କରିବା ସମୟରେ ଓଁ ସୂର୍ଯ୍ୟାୟ ନମଃ ମନ୍ତ୍ରକୁ ୩ ଥର ଉଚ୍ଚାରଣ କରନ୍ତୁ। ଜଳ ଅର୍ପଣ କରି ଭୂମିଷ୍ଟ ପ୍ରଣାମ କରି ସୂର୍ଯ୍ୟ ଦେବଙ୍କ ଆଶ୍ରୀର୍ବାଦ ନିଅନ୍ତୁ।
ଏବେ ଆପଣ ଜାଣିବେ ଜଳରେ କଣ ମିଶାଇ ଅର୍ପଣ କଲେ ଆପଣଙ୍କ ଆୟୁ ଲମ୍ବା ହେବ, ଧନର ବୃଦ୍ଧି ହେବ ଏବଂ ରୋଗ ଆଉ ଆକାଳ ମୃତ୍ୟୁ ହେବ ନାହିଁ। ଦେବୀ ଯମୁନା ସୂର୍ଯ୍ୟ ଦେବତାଙ୍କ ପୁତ୍ରୀ ଅଟନ୍ତି, ଏବଂ ଯମରାଜଙ୍କ ଭଉଣୀ ଅଟନ୍ତି। ଯମୁନା ନଦୀ ର ଜଳ କୁ ଆପଣ ଯେତେବେଳେ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରିବେ ତାହାଲେ ଯମରାଜା ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ତଥା ବ୍ୟକ୍ତିକୁ ଦୀର୍ଘାୟୁ ର ଆଶୀର୍ବାଦ ଦିଅନ୍ତି। ଯେତେବେଳେ ଆପଣ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବେ ସେଥିରୁ ଟୋପାଏ କିମ୍ବା ୨ଟୋପା ଯମୁନା ନଦୀର ଜଳ ମିଶାଇ ଦିଅନ୍ତୁ। ତମ୍ବା ପାତ୍ରରେ ୨ କିମ୍ବା ୩ ବୁନ୍ଦା ଯମୁନା ନଦୀର ଜଳ ମିଶାଇ ଦିଅନ୍ତୁ। ଏହା କରିବା ଦ୍ୱାରା ଘରେ କୈଣସି ପ୍ରକାରର ରୋଗ ରହିନଥାଏ, ବ୍ୟକ୍ତି କୁ ଦୃଘଟଣା କିମ୍ବା ଅକସ୍ମାତ ମୃତ୍ୟୁ ହୋଇ ନ ଥାଏ।