sarbanasa

ସକାଳୁ ଉଠି ଏହି ଜିନିଷ ଦେଖିଲେ ହେବ ସର୍ବନାଶ ଏବଂ ଏହି ଜିନିଷ ଦେଖିଲେ ହେବ ଧନର ବର୍ଷା।

FACT

ବନ୍ଧୁଗଣ ଶାସ୍ତ୍ର ଏବଂ ପୁରାଣରେ ବହୁତ କଥା ଏମିତି କୁହା ଯାଉଛି ଯାହା କରିବା ଦ୍ୱାରା ମଣିଷ ନିଜ ଜିବନ ପରିବର୍ତ୍ତନ କରି ପାରିଥାଏ । ତେବେ କଣ କରିବା ଉଚିତ ଆଉ କଣ କରିବା ଦ୍ୱାରା ମଣିଷ ଜିବନ ନର୍କ ହୋଇଥାଏ ତାହା ବିଷୟରେ ମଧ୍ୟ ବିସ୍ତାର ସହ କୁହା ଯାଇଛି । ଶାସ୍ତ୍ରରେ ସ୍ପଷ୍ଟ ଭାବରେ କୁହା ଯାଇଛି ଯେ ସକାଳେ ଉଠି କଣ ଦେଖିଲେ ମଣିଷକୁ ଲାଭ ମିଳିଥାଏ ଆଉ କଣ କଣ ଦେଖିଲେ ଘରେ ଅନିଷ୍ଠ ଘଟିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ ବିସ୍ତାର ସହ କହିବାକୁ ଯାଉଛୁ ।ତେବେ ଆସନ୍ତୁ ବାସ୍ତୁ ଅନୁଯାଇ କଣ ନକରିବା ଉଚିତ ତାହା ବିଷୟରେ ଆଗ ଜାଣିବା ପ୍ରଥମେ ଶାସ୍ତ୍ର ଅନୁଯାଇ ସକାଳୁ ଉଠି ଝଗଡା କରିବା ବା ଝଗଡା କରୁଥିବା ବ୍ୟକ୍ତି ଚେହେରା ଦେଖିବା ଉଚିତ ନୁହଁ ଏହା କରିବା ଦ୍ବାରା ଆପଣଙ୍କ ମନକୁ ବହୁତ କଷ୍ଟ ହୋଇଥାଏ ଆଉ ଆପଣଙ୍କ ଦିନ ବହୁତ ଖରାପ ଯାଇଥାଏ ।

ଦ୍ଵିତୀୟରେ ସକାଳୁ ଉଠି ବିନା ସ୍ନାନରେ ପୂଜା ସ୍ଥଳକୁ ଯିବା ଉଚିତ ନୁହଁ ଆଗ ଆପଣ ସ୍ନାନ କରି ପବିତ୍ର ହୋଇ ଯାଆନ୍ତୁ ତା ପରେ ପୂଜା ସ୍ଥଳକୁ ଯିବେ । ତୃତୀୟରେ ଶାସ୍ତ୍ର ଅନୁଯାଇ ମଣିଷକୁ ସକାଳୁ ଉଠି ନିଜ ଚେହେରା ବା ଅନ୍ୟ ମାନଙ୍କ ଚେହେରା ଆଇନାରେ ଦେଖିବା ଉଚିତ ନୁହଁ ।ଚର୍ତୁଥରେ ସକାଳୁ ଉଠି ଯଦି ଚରିତ୍ର ହିନ ଲୋକଙ୍କ ଚେହେରା ଦେଖନ୍ତି ତେବେ ଆପଣଙ୍କ ଦିନ କେବଳ କାମ ବାସନା ରେ ଯିବ ଆଉ ଆପଣ ଅନ୍ୟ କିଛି କାମ କରି ପାରିବେ ନାହିଁ ।

pujaaa

ତେବେ ଆସନ୍ତୁ ଜାଣିବା ସକାଳୁ ଉଠି କଣ କଣ କାମ କରିବା ଉଚିତ ଯାହା ଦ୍ଵାରା ଆପଣଙ୍କ ସମୟ ଭଲ ରହିବ ସକାଳୁ ଉଠି ଯେଉଁ ଘର ସାନ ମାନେ ନିଜ ବଡ ଗୁରୁଜନ ମାନଙ୍କ ପାଦ ଛୁଇଁ ଥାନ୍ତି ସେହି ଘରେ ସୁଖ ସମୃଦ୍ଧି ଆସିଥାଏ ।ସକାଳୁ ଉଠି ଯେଉଁ ବ୍ୟକ୍ତି ବିଲରେ ଫସଲ ଦେଖିଥାନ୍ତି ତାଙ୍କ ଜୀବନରେ ଧନର ବର୍ଷା ହବା ସହ ଶାନ୍ତି ପ୍ରାପ୍ତ ହୋଇଥାଏ ।ଯେଉଁ ବ୍ୟକ୍ତି ସକାଳୁ ଉଠି ଗାଈ ର ଦର୍ଶନ କରିଥାନ୍ତି ତାଙ୍କୁ ଜୀବନରେ ସବୁକିଛି ମିଳିଥାଏ ।

Leave a Reply

Your email address will not be published. Required fields are marked *