ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଆପଣ ଗ୍ୟାସ ସମସ୍ୟା ନେଇ ଚିନ୍ତିତ ଅଛନ୍ତି କି ଦୈନିନ୍ଦିନର ବ୍ୟସ୍ତ ଜୀବନ ଭିତରେ ଏହା ଆପଣଙ୍କୁ ଅସୁବିଧାରେ ପକାଉଛି କି ତାହେଲେ ଆପଣଙ୍କ ପାଇଁ ଏହି ଖବର ଜାଣିବା ନିହାତି ଆବଶ୍ୟକ । କେଉଁ କାରଣରୁ ଗ୍ୟାସ୍ ହୋଇଥାଏ ଓ ଏଥିରୁ ଆପଣ କିଭଳି ବର୍ତ୍ତବେ । ଗ୍ରେଟର କୈଳାଶ ହସ୍ପିଟାଲ ମୁଖ୍ୟ କ୍ଲିନିକାଲ୍ ଡାଏଟିସିଆନ ଡା. ବିନିତା ଜୟସବାଲ ଗ୍ୟାଷ୍ଟ୍ରିକ ଭଳି ସମସ୍ୟା ବିରୁଦ୍ଧରେ ୪ ଟି ତଥ୍ୟ ପ୍ରଦାନ କରିବା ସହ କ’ଣ ଖାଇବା ଦ୍ୱାରା ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ଏହା ମଧ୍ୟ ଏଠାରେ ଦର୍ଶାଇଛନ୍ତି ।ଡା. ବିନିତା ଜୟସବାଲଙ୍କ କହିବାନୁସାରେ ପେଟରେ ହଜମକ୍ରିୟାକୁ ଠିକ୍ ରଖିବା ଏନ୍ଜାଇମ କ୍ଷରଣ କମ୍ ହେବା ଦ୍ୱାରା ଗ୍ୟାସ ଭଳି ଅସୁବିଧା ବଢିବାରେ ଲାଗେ ।
ଏହି ସମସ୍ୟା ଲଗାତାର ବଦହଜମୀ ଯୋଗୁଁ ବଢିବାରେ ଲାଗିଥାଏ ଏହାଛଡା ମସଲାଯୁକ୍ତ ଖାଦ୍ୟ କିମ୍ବା ମେଦ ବହୁଳ ଜନିତ ଖାଦ୍ୟ ଯେମିତିକି ଶିଙ୍ଗଡା,କଚୋଡି ଜନିତ ଖାଦ୍ୟ ଖାଇଲେ ମଧ୍ୟ ଏହି ଗ୍ୟାସ ସମସ୍ୟା ବଢିବାରେ ଲାଗେ । ଅଖାଦ୍ୟ ଖାଦ୍ୟ ଖାଇବା ହେତୁ ଏସିଡ୍ ମାତ୍ରାଧିକ ହୋଇଥାଏ ,ଏଥିଯୋଗୁଁ ବାରମ୍ବାର ଗ୍ୟାସ ସମସ୍ୟା ଉପୁଜେ ରାତିରେ ଡେରି ରାତି ଯାଏଁ ଚାହିଁବା ଏବଂ ସକାଳେ ଡେରି ଯାଏଁ ଶୋଇବା ହେତୁ ଗ୍ୟାସ ହୋଇଥାଏ ।ଅତ୍ୟଧିକ ଚିନ୍ତା ଏବଂ କ୍ରୋଧ ଯୋଗୁଁ ପାଚନକ୍ରିୟାରେ ଏନ୍ଜାଇମର କ୍ଷରଣ କମ୍ ହୋଇଥାଏ , ଏହାଦ୍ୱାରା ମଧ୍ୟ ଗ୍ୟାସ ସମସ୍ୟା ବଢିଥାଏ ଲଗାତାର ଗୋଟିଏ ସ୍ଥାନରେ ବସି କାର୍ୟ୍ୟ କରିବା ଦ୍ୱାରା ହଜମକ୍ରିୟା ଯଥା ସମ୍ଭବ ନହୋଇପାରିବା କାରଣରୁ ମଧ୍ୟ ଗ୍ୟାସ ହୋଇଥାଏ ।ଆସନ୍ତୁ ଜାଣିବା କେଉଁ ଜିନିଷ ଖାଇବା ଦ୍ୱାରା ଗ୍ୟାସ ଭଳି ସମସ୍ୟା ଉପୁଜେ ବନ୍ଧୁଗଣ ଆଳୁରେ ଶ୍ୱେତସାର ମାତ୍ରାଧିକ ଥିବା ହେତୁ ଆଳୁ ଖାଇଲେ ଗ୍ୟାସ ହୋଇଥାଏ ।
ଚିନା ବାଦାମରେ ବହୁମାତ୍ରାରେ ସୁଗାର ରେଫିନୋଜ ଥିବା ଯୋଗୁଁ ହଜମ ହେବାକୁ ବହୁତ ସମୟ ନେଇଥାଏ, ଫଳରେ ଗ୍ୟାସ ସମସ୍ୟା ଉପୁଜେ କ୍ଷୀରରେ ଅଧିକ ମାତ୍ରାରେ ଲାକ୍ଟୋଜ ଦୁଗ୍ଧ ଶର୍କରା ଥାଏ , ଯାହାକି ହଜମକ୍ରିୟା ଲାଗି ବହୁତ ସମୟ ନିଏ । ତେଣୁ ଗ୍ୟାସ ହୋଇଥାଏ ଫୁଲକୋବି ଓ ବନ୍ଧାକୋବିରେ ରେଫିନୋଜ ଅଧିକ ଥିବା ହେତୁ ଏହା ହଜମ ହେବା ଲାଗି ଅଧିକ ସମୟ ନିଏ । ତେଣୁ ଏହାଦ୍ୱାରା ମଧ୍ୟ ଗ୍ୟାସ ହୋଇଥାଏ ସେଓରେ ସୋର୍ବିଟୋଲ ମାତ୍ରା ଅଧିକ ଥାଏ ଯାହା ଶରୀରରେ ମିଶିବା ଲାଗି ସମୟ ଲାଗେ, ତେଣୁ ଏହାଦ୍ୱାରା ଗ୍ୟାସ ସମସ୍ୟା ଉତ୍ପନ୍ନ ହୋଇଥାଏ। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।