mula

ମୂଳା ଖାଇବାର ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ,ଭଲ ହୁଏ ଏହି ବଡ଼ ରୋଗ |

HEALTH

ହେଲୋ ହାଏ , ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ଶୀତଦିନେ ମୂଳା ଖାଇବା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଥଣ୍ଡା ସିଜିନରେ ମୂଳ ସବୁଆଡ଼େ ପ୍ରାୟତଃ ଲପଲବ୍ଧ ହୋଇଥାଏ । ମୂଳାରେ କ୍ୟାଲସିୟମ, ଫାଇବର, ମ୍ୟାଗ୍ନେସିୟମ ଓ ଭିଟାମିନ-ସି ଆଦି ରହିଛି । ତେଣୁ ଏହା ଶରୀରରେ ହଜମ କ୍ରିୟାକୁ ଠିକ ରଖିବାରେ ସହାୟକ ହୋଇଥାଏ । ଆସନ୍ତୁ ଜାଣିବା ମୂଳା ଖାଇଲେ କଣ ସବୁ ଫାଇଦା ମିଳିଥାଏ ।

mula

ମୂଳାକୁ ସାଲାଡ ଭାବରେ ଖାଇବା ଦ୍ୱାରା ଶରୀରରେ ସୃଷ୍ଟି ହେଉଥିବା ପଥର ତରଳଯିବା ସହ ବାହାରି ଯାଇଥାଏ । ଲ୍ୟୁକୋରିଆ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ମୂଳା ରସ ଓ ପତ୍ର ଖାଇବା ଉଚିତ । ଏଥିସହ ମୂଳା ହୃଦରୋଗର ଆଶଙ୍କାକୁ ହ୍ରାସ କରିଥାଏ ।

ମୂଳା ଶରୀରକୁ ପୋଟାସିୟମ ଯୋଗାଉଥିବାରୁ ଏହା ରକ୍ତଚାପକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଭିଟାମିନ-ସି ଥିବାରୁ ଏହା ଥଣ୍ଡା ଓ କାଶରୁ ରକ୍ଷା କରିଥାଏ ।ନିୟମିତ ମୂଳା ଖାଇବା ଦ୍ୱାରା ଶରୀରରେ ଲାଲ ରକ୍ତକଣିକା ଠିକ ଭାବେ ନିୟନ୍ତ୍ରିତ ହୋଇଥାଏ । ଏଥିସହ ମୂଳା ରକ୍ତରେ ଅମ୍ଲଜାନ ଯୋଗାଣ କରିବାରେ ସହାୟକ ହୋଇଥାଏ ।

ପ୍ରତିଦିନ ସକାଳେ ମୂଳା ରସ ପିଇବା ଦ୍ୱାରା ଆପଣଙ୍କର ତ୍ୱଚା ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ । ଚର୍ମର ଶୁଷ୍କତା, ଦାଗ, ବ୍ରଣ ଆଦିକୁ ଏହା ରୋକିଥାଏ । ଏଥିସହ କେଶ ଝଡ଼ିବା ବନ୍ଦ କରିବା ସହ କେଶ ମୂଳକୁ ମଜବୁତ କରିଥାଏ ।

ଥାଇରଏଡ୍ ରୋଗରେ ଆକ୍ରାନ୍ତ ରୋଗୀମାନେ ମାତ୍ରାଧିକ ମୂଳା ଖାଇବା ଅନୁଚିତ । ମୂଳା ବେଶୀ ଖାଇବା ଦ୍ୱାରା ଶରୀରରେ ହରମୋନ ସୃଷ୍ଟିରେ ବାଧା ସୃଷ୍ଟି ହୋଇଥାଏ । ଏଥିସହ ମୂଳା ଶରୀରରେ ଅମ୍ଲତା, ଗ୍ୟାଷ୍ଟ୍ରିକ, ମୋଟାପଣ ଆଦିକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *