sleep

ପ୍ରକୃତରେ ଜଣେ ବ୍ୟକ୍ତି କେତେ ସମୟ ଶୋଇବା ଉଚିତ? ଏତିକିରୁ କମ୍ ଶୋଉଥିଲେ ସାବଧାନ |

HEALTH

ହେଲୋ ହାଏ , ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ଏକ ରିସର୍ଚ୍ଚ ରୁ ଜଣାପଡିଛି ଯେ ଜଣେ ବ୍ୟକ୍ତି ନିଜ ଜୀବନର 27 ବର୍ଷ କେବଳ ସୋଇବାରେ ବିତେଇ ଦିଏ। ଡାକ୍ତର ମାନେ କୁହନ୍ତି ଯେ ଜଣେ ବ୍ୟକ୍ତି ଯିଏ କି ଉଭୟ ମାନସିକ ଏବଂ ଶାରୀରିକ ପରିଶ୍ରମ କରନ୍ତି ସେମାନେ 7 ରୁ 8 ଘଣ୍ଟା ଶୋଇବା ଉଚିତ। ବିଦ୍ୟାର୍ଥୀ ମାନେ କମସେ କମ ୬ଘଣ୍ଟା ନିଶ୍ଚିତ ଶୋଇବା ଉଚିତ। କିନ୍ତୁ ଯଦି ଆପଣ କମ ସମୟ ଶୁଅନ୍ତି ତେବେ ଏହା ହାନିକାରକ ହୋଇଥାଏ ଏବଂ ଯଦି ଆପଣ ଅଧିକ ସମୟ ଶୋଇଥାନ୍ତି ତେବେ ମଧ୍ୟ ହାନିକାରକ ହୋଇଥାଏ।

sleepp

୫ ଘଣ୍ଟାରୁ କମ୍‌ ସମୟ ଶୋଉଥିବା ବ୍ୟକ୍ତିଙ୍କୁ ନିଦ୍ରାହୀନତା ହୋଇଛି ବୋଲି କୁହାଯାଇଥାଏ। ଯଦି ଏହି ସମସ୍ୟା ଦୀର୍ଘଦିନ ଧରି ଲାଗି ରୁହେ, ତେବେ ମଧୁମେହ ଓ ମେଦବହୁଳତା ଦେଖାଦେବା ଆଶଙ୍କା ଅଧିକ ରହିଥାଏ। ଏହାଦ୍ୱାରା ଏକ ବର୍ଷ ମଧ୍ୟରେ ଓଜନ ପ୍ରାୟ ୪.୫ ରୁ ୫.୫ କିଲୋଗ୍ରାମ୍‌ ବଢ଼ିଯିବାର ସମ୍ଭାବନା ରହିଥାଏ। ନିଦ ନ ଆସିବା ରକ୍ତ ଶର୍କରା ଓ ଇନସୁଲିନ୍‌ସ୍ତରକୁ ପ୍ରଭାବିତ କରେ।

ଏନେଇ କେତେକ ନିଦ୍ରା ବିଶେଷଜ୍ଞ କୁହନ୍ତି,ଅନିଦ୍ରା ଯୋଗୁ ମେଦବହୁଳତା ଦେଖାଦେଇଥାଏ। ଗବେଷକ ୫ ହଜାର ଲୋକଙ୍କ ଉପରେ ଏଥିପାଇଁ ଛଅ ସପ୍ତାହ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। କିଛି ଲୋକଙ୍କୁ ୧୦ ଘଣ୍ଟା ଶୋଇବାକୁ କୁହାଯାଇଥିଲା। ଏହାର ୨୮ ଘଣ୍ଟା ପରେ ସେମାନଙ୍କୁ ୫ ଘଣ୍ଟା ଶୋଇବାକୁ ଦିଆଯାଇଥିଲା। ୫ ଘଣ୍ଟାରୁ କମ୍‌ ଶୋଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଇନ୍‌ସୁଲିନ୍‌ସ୍ତର ଉପରେ ପ୍ରଭାବ ଅନୁଭୁତ ହୋଇଥିଲା

sleep

ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *