ହେଲୋ ହାଏ , ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଶରୀର ଲାଗି ଗ୍ରୀନ୍ ଟି ଉପକାରୀ କିନ୍ତୁ ଏହାର ଏହି ଗୁରୁତ୍ୱପୂର୍ଣ କଥା ବିଷୟରେ ଜାଣିନଥିଲେ ଆପଣ ମଧ୍ୟ ଅସୁବିଧାରେ ପଡିପାରନ୍ତି। ଏହା କୋଲେଷ୍ଟରଲ କମ୍ କରିବା ସହ ହୃଦ୍ଘାତରୁ ଆରମ୍ଭ କରି ଷ୍ଟ୍ରୋକ୍ ପର୍ଯ୍ୟନ୍ତ ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। କେହି କେହି ସକାଳେ ଗ୍ରୀନ୍ ଟି ପିଇବାକୁ ଭଲ ପାଉଥିବା ବେଳେ କେହି ରାତିରେ ଶୋଇବା ପୂର୍ବରୁ ପିଇଥାନ୍ତି। ତେବେ ଗ୍ରୀନ୍ ଟି ଶୋଇବା ପୂର୍ବରୁ ପିଇବା କେତେଦୂର ଠିକ୍ ଜାଣନ୍ତୁ।
ତେବେ ଅନେକଙ୍କର ଏହି ଅଭ୍ୟାସ ଥିଲେ ମଧ୍ୟ ଏହାକୁ ବଦଳାଇବା ଜରୁରୀ । କାରଣ ଏହା କରିବା ଦ୍ୱାରା ନିଦ ଠିକ୍ରେ ହୋଇ ନ ଥାଏ। ଏହାଛଡା ୯୫ ମିଲିଗ୍ରାମ ଗ୍ରୀନ୍ ଟିରେ ଏକ କପ୍ କପିରୁ ୩ ଗୁଣ କପିଏନ୍ ବା ଉତ୍ତେଜକ ପଦାର୍ଥ ରହିଥାଏ, ଯାହା ନିଦ ହେବାକୁ ଦେଇ ନ ଥାଏ।ନ୍ୟୁଟ୍ରେଶନ ସାରହା ଆଡଲରଙ୍କ କହିବା ଅନୁଯାୟୀ ରାତିରେ ଶୋଇବା ପୂର୍ବରୁ ଗ୍ରୀନ୍ ଟି ପିଇବା ଫଳରେ ଉତ୍ତେଜକ ପଦାର୍ଥ ଶରୀରକୁ ଯାଇ ନିଦ ଖରାପ କରିଥାଏ। ଏହା ଏକ ଖରାପ ଅଭ୍ୟାସ ହୋଇଥାଏ। ଦିନକୁ ୨ କପ୍ ଗ୍ରୀନ୍ ଟି ଶରୀର ଲାଗି ଯଥେଷ୍ଟ ହୋଇଥାଏ।
କିଡ୍ନୀଷ୍ଟୋନରେ ଆକ୍ରାନ୍ତ ବ୍ୟକ୍ତି ଏହାକୁ ପିଇବା ଠିକ୍ ହୋଇ ନ ଥାଏ। ଏହାର ଅନେକ ଉପକାରୀ ଗୁଣ ଥିଲେ ମଧ୍ୟ ରାତିରେ ଏହାର ସେବନ ସ୍ବାସ୍ଥ୍ୟଲାଗି କ୍ଷତିକାରକ ହୋଇଥାଏ। ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।