school

ଏଥର ନିଜ ସ୍କୁଲରେ ପରୀକ୍ଷା ଦେବେ ମ୍ୟାଟ୍ରିକ ପରୀକ୍ଷାର୍ଥୀ,ଜାଣନ୍ତୁ କଣ ରହିଛି ନିୟମ |

NEWS

ହେଲୋ ହାଏ , ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ସମସ୍ତ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀ ନିଜ ସ୍କୁଲରେ ପରୀକ୍ଷା ଦେବେ । ଅନ୍ୟ ସ୍କୁଲକୁ ଯାଇ ପରୀକ୍ଷା ଦେବାକୁ ଆଉ ପଡ଼ିବ ନାହିଁ । ଅନ୍ୟ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ପରୀକ୍ଷା ନିରୀକ୍ଷକ ଭାବେ ଉକ୍ତ ସ୍କୁଲ ମାନଙ୍କରେ କାର୍ଯ୍ୟ କରିବେ । ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ଏକ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଆସନ୍ତା ମେ ୩ରୁ ୧୫ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଛାତ୍ରଛାତ୍ରୀ ପ୍ରତି ବିଷୟ ୧୦୦ ମାର୍କ ବଦଳରେ ୮୦ ମାର୍କର ପରୀକ୍ଷା ଦେବେ । ସେଥିମଧ୍ୟରେ ୫୦ ନମ୍ବର ଅବଜେକଟିଭ୍ ଓ ୩୦ ନମ୍ବର ସବଜେକଟିଭ୍ ରହିବ । ମାତ୍ର ପରୀକ୍ଷା ଫଳ ପ୍ରକାଶ ସମୟରେ ୧୦୦ ନମ୍ବରରୁ ମୂଲ୍ୟାଙ୍କନ କରାଯିବ । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମୟରେ ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ସମୟ ଦିଆଯିବ ।

ପିଲାମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ, ଅନ୍ୟ ସ୍କୁଲର ପରୀକ୍ଷକ ଯୋଗଦେବେ । ସକାଳ ୮ଟାରୁ ୧୦ଟା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ । ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବା ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *