10th

ଏଣିକି ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣା ମିଳିବ ଟେଷ୍ଟ ପେପର୍। ଶିକ୍ଷା ମନ୍ତ୍ରୀ କଲେ ଏହି ବଡ଼ ଘୋଷଣା |

NEWS

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ମ୍ୟାଟ୍ରିକ ପରୀକ୍ଷାର୍ଥୀ ମାନଙ୍କ ପାଇଁ ବିଶେଷ ଖବର। ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ‘ପରୀକ୍ଷା ଦର୍ପଣ’। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣାରେ ‘ପରୀକ୍ଷା ଦର୍ପଣ’ ବହି ଯୋଗାଇଦେବ ଗଣଶିକ୍ଷା ବିଭାଗ। ରାଜ୍ୟର ମୋଟ୍ ୬ ଲକ୍ଷ ୨୦ ହଜାର ୫୦୮ ଜଣ ଛାତ୍ରଛାତ୍ରୀଙ୍କୁ ଏହି ବହି ଯୋଗାଇ ଦିଆଯିବ।

ମାଟ୍ରିକ୍ ପରୀକ୍ଷା ପାଇଁ ୩୦% ସିଲାବସ୍ କମା ଯାଇଛି । ଅନଲାଇନ୍, ଟିଭି, ରେଡ଼ିଓର ବ୍ୟବସ୍ଥା କରି ମଧ୍ୟ ଛାତ୍ରଛାତ୍ରୀ  ଭଲ ଭାବେ ପଢ଼ି ପରିନାହାଁନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ‘ପରୀକ୍ଷା ଦର୍ପଣ’ ଟେଷ୍ଟ ପେପର  ଛାତ୍ରଛାତ୍ରୀଙ୍କୁ ଦିଆଯିବ। ସମ୍ଭାବ୍ୟ ୭୦୦ପେଜ୍ ର ବହି ଦେବାକୁ ପ୍ରସ୍ତୁତି ହେଉଛି ଶିକ୍ଷା ବିଭାଗ ।

ମେ’ ୩ ତାରିଖରେ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ । ତେଣୁ ପରୀକ୍ଷାର ଯଥେଷ୍ଟ ପୂର୍ବରୁ ପିଲାଙ୍କ ପାଖରେ ବହି ପହଞ୍ଚାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ୩୩୦୩୩୯ ସରକାରୀ ସ୍କୁଲ ସହ ୨୭୦୨୬ ଆବାସିକ ଆଦିବାସୀ ସ୍କୁଲ ଏବଂ ୩୬୫୭୯ ଘରୋଇ ସ୍କୁଲ, ୨୪୯୩୯ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ସହ ୧୬୨୪ ଭୋକେସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏହି ବହି ଯୋଗାଇ ଦିଆଯିବ । ପରୀକ୍ଷା ପାଇଁ ଏହା ସାହାଯ୍ୟ କରିବ । ୭୦% ସିଲାବସକୁ ନେଇ ‘ପରୀକ୍ଷା ଦର୍ପଣ’ ବହି ଛପା ହେବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *