bjd

ଖେଳ କରିବ ବିଜେଡ଼ି! ପ୍ରତି ଜିଲ୍ଲାରେ କ୍ରିକେଟ ଫୁଟବଲ ଟୁର୍ଣ୍ଣାମେଣ୍ଟ କରିବ ବିଜେଡ଼ି |

HEALTH

ହେଲୋ ହାଏ , ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ଖେଳ କରିବ ବିଜେଡି ! ଏହି ବାକ୍ୟଟି ଆପଣଙ୍କ ମନରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିପାରେ। ବିଜୁ ଜନତା ଦଳ ପୁଣି କି ଖେଳ କରିବ?  ହେଲେ ଏହା ପଛର କଥାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ରାଜ୍ୟରେ କ୍ରମାଗତ ବଢିଚାଲିଛି । ହେଲେ ବିଭିନ୍ନ ସର୍ଭେ ରିପୋର୍ଟ କହୁଛି, ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁଗାମୀଙ୍କ ସଂଖ୍ୟା ମଧ୍ୟ କମ ନୁହେଁ । ବିଶେଷ କରି ଯୁବକ ଓ ଛାତ୍ରଗୋଷ୍ଠୀ ବିଜେପି ଆଡ଼କୁ ଢଳୁଥବା ଲକ୍ଷ୍ୟ କରାଯାଉଛି । ସେହି ଆଶଙ୍କାରେ ଯୁବ ଓ ଛାତ୍ର ଗୋଷ୍ଠୀଙ୍କ ଭୋଟ ବ୍ୟାଙ୍କ ଉପରେ ଆଖି ପକାଇ ଅତ୍ୟନ୍ତ ଚତୁରତାର ସହ  ରାଜନୈତିକ ଗୋଟି ଚାଳନା କରିଛି ବିଜୁ ଜନତା ଦଳ ।

naveen

ଖେଳ ପ୍ରତି ଯୁବକ ଓ ଛାତ୍ରମାନଙ୍କର ସଂପୃକ୍ତି ଅଧିକ । ତେଣୁ ବିଜେଡିର ଶୀର୍ଷ ନେତୃତ୍ୱ ନିଷ୍ପତ୍ତି କରିଛନ୍ତି ଏଣିକି ଖେଳକୁ ରାଜନୈତିକ ପ୍ରୋତ୍ସାହନ ଦେବାକୁ ପଡ଼ିବ। ଅର୍ଥାତ ପ୍ରତି ଜିଲ୍ଲାରେ କ୍ରିକେଟ ଓ ଫୁଟବଲ ଟୁର୍ଣ୍ଣାମେଂଟ କରିବ ବିଜୁ ଜନତା ଦଳ । ଜିଲ୍ଲାସ୍ତରୀୟ ଏହି କ୍ରୀଡା ପ୍ରତିଯୋଗିତାର ଆୟୋଜନ ସରକାର କରିବେ ନାହିଁ ବଂର ଶାସକ ଦଳ କରିବ । ମିଳିଥିବା ସୂଚନା ଅନୁସାରେ ବିଜେଡିର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମୟୁରଭଂଜ ଜିଲ୍ଲାର ପ୍ରଭାରୀ ଅଛନ୍ତି । ତେଣୁ ମୟୁରଭଂଜ ପ୍ରିମିୟର ଲିଗରୁ ଏହି ପରୀକ୍ଷାନିରୀକ୍ଷା ଆରମ୍ଭ କରିବାକୁ ଯାଉଛି ଦଳ।

ଏ ପଟେ ବିଜେଡିର ଏହି ଖେଳ ରାଜନୀତିକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ବିରୋଧୀ । ପିିସିସି ସଭାପତି କହିଛନ୍ତି, ରାଜ୍ୟରେ ଜିଲ୍ଲାସ୍ତରୀୟ ଖେଳକୁ ପ୍ରୋତ୍ସାହିତ କରିବା ପାଇଁ କଂଗ୍ରେସ ଅମଳରେ ପ୍ରୟାସ ଆରମ୍ଭ ହୋଇଥିଲା । ଏବେ ବିଜେଡି ପାଖରେ ପ୍ରଚୁର ପଇସା ଥିବାରୁ ଏହାକ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରାଯାଇଥିବା ସେ ଅଭିଯୋଗ ବାଢିଛନ୍ତି । ସେପଟେ ବିଜେପି କହିଛି ନିର୍ବାଚନ ଆସିଲେ ବିଜେଡିର ଯୁବକ ଓ ଛାତ୍ରଙ୍କ କଥା ମନେପଡେ ।

nabeen

ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *