kny

କାହିଁକି ହୁଏ ଯନ୍ତ୍ରଣା? ଅଣ୍ଟା ଆଣ୍ଠୁ ଗଣ୍ଠି ବିନ୍ଧା ଯନ୍ତ୍ରଣା ହେଉଥିଲେ ତୁରନ୍ତ ପଢିନିଅନ୍ତୁ ଏହି ଖବର |

HEALTH

ହେଲୋ ହାଏ , ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ।ବନ୍ଧୁଗଣ,ଅଷ୍ଟିଓଆର୍ଥ୍ରାଇଟିସ୍‌ର କାରଣ ଗୁଡ଼ିକ ହେଲା ବଂଶଗତ କାରଣ ଓ ମୁଖ୍ୟ କାରଣ ହେଲା ଗଣ୍ଠିରେ ବାରମ୍ବାର ହେଉଥିବା ଆଘାତ। ବୟସ ଓ ମେଦବହୁଳତା ଏହି ରୋଗର ଅନ୍ୟତମ କାରଣ। କିନ୍ତୁ ଅନ୍ୟ ଗଣ୍ଠିବାତ ଭଳି ଗଣ୍ଠି ଭିତରେ ବହୁତ କମ୍‌ ଇନ୍‌ଫ୍ଲାମେସନ୍‌ ହୋଇଥାଏ। ରୋଗାକ୍ରାନ୍ତ ହେଉଥିବା ଗଣ୍ଠି ଉପରେ କାମ କରୁଥିବା ମା˚ସପେଶୀଗୁଡ଼ିକ କ୍ରମେ ଦୁର୍ବଳ ହୋଇଯାଏ। ଫୁଲିଥିବା ଗଣ୍ଠିଟି ଲାଲ୍‌ ହୋଇନଥାଏ ଓ ତତଲା ଲାଗେ ନାହିଁ। ଗଣ୍ଠିଟି ଚଲାଇଲା ବେଳେ ଏକ ପ୍ରକାର ଶବ୍ଦ ହୋଇଥାଏ। ଯାହାକୁ କ୍ରେପିଟସ୍‌ କୁହନ୍ତି। ଏହି ରୋଗର ଲକ୍ଷଣମାନ ଶୀତଦିନରେ ଅଧିକ ହୋଇଥାଏ। ହାତରେ ଗଣ୍ଠି ସବୁ ଟାଣ ହୋଇ ଫୁଲିଯାଇଥାଏ।

ତାହାକୁ ‘ହେବେରଡେନ୍‌ ନୋଡ୍‌’ ଓ ‘ବୌକାଡ଼ ନୋଡ’ ବୋଲି କୁହାଯାଇଥାଏ। ଯେଉଁମାନେ ଭାରି ଜିନିଷ ଉଠାନ୍ତି, ପାହାଚ ଓ ସିଡିରେ ତଳ ଉପର ହୁଅନ୍ତି, ସେମାନଙ୍କ ଆଣ୍ଠୁ, ଅଣ୍ଟା ଓ ପାଦରେ କଷ୍ଟ ଅନୁଭୂତ ହୋଇଥାଏ। ଏହି ସବୁକାମ କରିବା ଦ୍ବାରା ଅଷ୍ଟିଓଆର୍ଥ୍ରାଇଟସ୍‌ ଶୀଘ୍ର ଶୋଚନୀୟ ରୂପ ଧାରଣ କରେ। ଅଷ୍ଟିଓଆର୍ଥ୍ରାଇଟିସ୍‌ ଏକ ‘ଡିଜେନେରେଟିଭ୍‌’ ଗଣ୍ଠିବାତ ରୋଗ। ତେଣୁ ଏହା ମୁଖ୍ୟତଃ ବୟସ ଜନିତ ଅଟେ।

ଏକ୍ସ-ରେ କରି ଚିକିତ୍ସା କଲେ ଗଣ୍ଠି ମଧ୍ୟରେ ଥିବା ସ୍ଥାନ ବା ଗ୍ୟାପ କମିଯାଇଥାଏ ଓ ଅଷ୍ଟିଓ ଫାଇଟ୍‌ ସବୁ ବାହାରିଥାଆନ୍ତି। ଗଣ୍ଠି ଭିତରେ ଥିବା ହାଡ଼ଗୁଡ଼ିକ ‘ସ୍କେଲୋସିସ୍‌’ ବା ମୋଟା ହୋଇଥାଏ। ବେଳେବେଳେ ଗଣ୍ଠିରେ ଲକ୍ଷଣ ଶୋଚନୀୟ ଥିଲେ ମଧ୍ୟ ଏକ୍ସରେ ସେମିତି କିଛି ଜଣାପଡେ଼ନାହିଁ। ତେଣୁ ଏମ୍‌ଆର‌୍‌ଆଇ ପରୀକ୍ଷା କରିବାକୁ ପଡେ଼। ଏହି ରୋଗର ଚିକିତ୍ସା ହେଉଛି ଗଣ୍ଠିକୁ ଅକାମି କରି ବସି ରହିବା ଉଚିତ୍‌ ନୁହେଁ। ନିୟମିତ ଭାବେ କିଛି ଶାରୀରିକ ବ୍ୟାୟାମ ଓ ଅତି କମ୍‌ରେ ଦିନକୁ ଅଧଘଣ୍ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଚାଲିବା ଦରକାର। ଫିଜିଓଥେରାପିଷ୍ଟଙ୍କର ଉପଦେଶ ଅନୁଯାୟୀ ଗଣ୍ଠିରେ କିଛି ଷ୍ଟ୍ରେନ୍ଦେନିଙ୍ଗ ଓ ଆରୋଭିକ୍‌ କଣ୍ତିସନିଙ୍ଗ କରିବା ଦରକାର। ଜୀବନଶୈଳୀରେ ପରିବର୍ତ୍ତନ ଯଥା, ଓଜନ କମାଇବା, କମ୍‌ କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଇବା, ନିୟମିତ ଶାରୀରିକ ବ୍ୟାୟାମ କରାଯିବା ଉଚିତ୍‌। ଯେଉଁ ପ୍ରକାର ପେସାରେ ଗଣ୍ଠି ବଥା ଅଧିକ ହେଉଛି କିମ୍ବା ଗଣ୍ଠି ଉପରେ ଅଧିକ ଚାପ ପଡୁଛି, ସେହି ପେସାକୁ ତ୍ୟାଗ କରାଯିବା ଉଚିତ୍‌।

knee

ବିଭିନ୍ନ ପ୍ରକାର ଦରଜ ଓ ଭିଟାମିନ୍‌ ଏ’, ଡି’, ତୈଳ ମାଲିସ୍‌ କରାଯିବା ଆବଶ୍ୟକ। ନି କ୍ୟାପ କିମ୍ବା ବ୍ରେସ୍‌ ବ୍ୟବହାର କଲେ ଗଣ୍ଠି ଦରଜ କମିଥାଏ। ଗରମ ପାଣି ସେକ ମଧ୍ୟ ଲାଭଦାୟକ। ଦରଜ ବଟିକା ମଧ୍ୟରେ ପାରାସିଟାମଲ ଦିନକୁ ଦୁଇରୁ ତିନିଥର ଖାଇପାରିବେ। ଅଧିକ ମାତ୍ରାରେ ପାରାସିଟାମଲ ଖାଇଲେ ମଧ୍ୟ ବେଳେବେଳେ ଗଣ୍ଠି ବଥା କମିନଥାଏ। ପାରାସିଟାମଲ ସାଙ୍ଗକୁ କିଛି ଦିନ ପାଇଁ ନାପ୍ରୋକ୍ସିନ୍‌ ଏସିକ୍ଲୋଫେନାକ୍‌ ମିଶାଇଲେ ବଥା କମିଯାଏ। ଏହି ସବୁ ଔଷଧ ଖାଇଲେ ଅମ୍ଲ ରୋଗ, ବାନ୍ତି ଓ ଯକୃତ ଖରାପ ହୋଇଥାଏ। ବେଶୀଦିନ ବଥା ଔଷଧ ଖାଉଥିଲେ ଏହି ସବୁ ପ୍ରତି ଧ୍ୟାନ ଦେବା ଉଚିତ୍‌।

ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *