ବନ୍ଧୁଗଣ ସରକାରୀ ଟେଲିକମ୍ କମ୍ପାନୀ ପୁଣି ଥରେ ମାଗଣା ସିମକାର୍ଡ ଅଫର ଆରମ୍ଭ କରିଛି। କମ୍ପାନୀ ଏହି ଅଫର ମୁତାବକ ସମସ୍ତ ନୂଆ ଗ୍ରାହକଙ୍କୁ 20 ଟଙ୍କିଆ ସିମ୍ କାର୍ଡ ମାଗଣାରେ ଦେଉଛି। ରିପୋର୍ଟ ଅନୁଯାୟୀ ଏହି ଅଫରର ଫାଇଦା ଉଠାଇବା ପାଇଁ ଗ୍ରାହକଙ୍କୁ FRC ଅର୍ଥାତ ପ୍ରଥମ ରିଚାର୍ଜର ଭେଲ୍ୟୁ 100 ଟଙ୍କାରୁ ଅଧିକ ହେବା ଉଚିତ। ଏହି ଅଫର ଚେନ୍ନାଇ ଏବଂ ତାମିଲନାଡୁ ଟେଲିକମ୍ ସର୍କଲରେ ଉପଲବ୍ଧ କରାଯାଇଛି। ରିପୋର୍ଟ ଅନୁଯାୟୀ ଏହି ଅଫର 31 ଜାନୁଆରୀ, 2021 ପର୍ଯ୍ୟନ୍ତ ରହିଛି।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗତବର୍ଷ ମଧ୍ୟ ବିଏସଏନଏଲ ନିଜର ସବସ୍କ୍ରାଇବର୍ସ ବଢ଼ାଇବା ପାଇଁ ଅତିକମରେ 100 ଟଙ୍କାର ରିଚାର୍ଜ ଉପରେ ଫ୍ରି ସିମ୍ କାର୍ଡ ଦେବା ପାଇଁ ଘୋଷଣା କରିଥିଲା।ରିପୋର୍ଟ ଅନୁଯାୟୀ ପ୍ରଥମ ଥର 100 ଟଙ୍କାରୁ ଅଧିକ ରିଚାର୍ଜ ଉପରେ ସବୁ ନୂଆ ଗ୍ରାହକଙ୍କୁ ମାଗଣା ସିମ୍ କାର୍ଡ ମିଳିବ। ଏହି ଅଫର ୮ ଜାନୁଆରୀରୁ 31 ଜାନୁଆରୀ ପର୍ଯ୍ୟନ୍ତ ରହିଛି। ସବୁ କମ୍ପାନୀର FRCର ଦାମ୍ ଅଲଗା ଅଲଗା ରହିଥାଏ ବିଏସଏନଏଲର ଫ୍ରି ସିମ୍ ଅଫରରେ ମଧ୍ୟ ଆପଣଙ୍କୁ ଅତି କମରେ 100 ଟଙ୍କା ରିଚାର୍ଜ କରିବାକୁ ହେବ। ବିଏସଏନଏଲର ନୂଆ ସବସ୍କ୍ରାଇବର୍ସ 108 ଟଙ୍କାର FRC ପ୍ଲାନରେ 250 ଟଙ୍କାରେ ସବୁ ଦିନ 2 ଜିବି ଡାଟା ଏବଂ ପ୍ରତି ଦିନ 500 ଏସଏମଏସର ଫାଇଦା ନେଇପାରିବେ। ଏହି ପ୍ଲାନର ବୈଧତା ୪୫ ଦିନର ଅଟେ।
ରିପବ୍ଲିକ ଡେ 2021 ଅଫରବିଏସ ଏନଏଲ ନିକଟରେ ରିପବ୍ଲିକ ଡେ 2021 ଅଫର ଲଞ୍ଚ୍ କରିଛି। ଏହି ଅଫର ଅନୁଯାୟୀ 1999 ଟଙ୍କା ପ୍ଲାନର ଭ୍ୟାଲିଡିଟୀ 21 ଦିନ ଏବଂ 2399 ଟଙ୍କିଆ ପ୍ଳାନର ଭ୍ୟାଲିଡିଟୀ 72 ଦିନ ବଢ଼ାଇ ଦିଆଯାଇଛି। ଅର୍ଥାତ ଏବେ 1999 ଟଙ୍କା ପ୍ଲାନରେ 386 ଦିନର ବୈଧତା ଏବଂ 2399 ଟଙ୍କା ପ୍ଲାନରେ 437 ଦିନର ଭ୍ୟାଲିଡିଟୀ ଦିଆଯାଉଛି। ଧ୍ୟାନରେ ରଖନ୍ତୁ ଯେ ଏହା ଲିମିଟେଡ ଟାଇମ ଅଫର ଯାହା 31 ଜାନୁଆରୀ ପର୍ଯ୍ୟନ୍ତ ରହିଛି।