lembu

ଚୁପଚାପ ଘରର ଏହି ଜାଗାରେ ଫୋପାଡିଦିଅନ୍ତୁ ଗୋଟେ ଲେମ୍ବୁ ଘରେ ହେବ ଧନର ବର୍ଷା ।

FACT

ବନ୍ଧୁଗଣ କୁହାଯାଏ ଭଲ କାମ କଲେ ଭଲ ଫଳ ମିଳିଥାଏ I କିନ୍ତୁ ବହୁ ଲୋକ ଅଛନ୍ତି ଯେଉଁମାନେ କି କଷ୍ଟ କରି ଭଲ କାମ କରିଥାନ୍ତି କିନ୍ତୁ ସେମାନଙ୍କ ଜୀବନରେ କେବଳ ଦୁଃଖ ହିଁ ଦୁଃଖ ଭରି ରହିଥାଏ I ଯେତେଚେଷ୍ଟା କଲେ ମଧ୍ୟ ସେମାନଙ୍କ ଘରେ ଟଙ୍କା ପଇସା ର ଅଭାବ ରହିଥାଏ I ମା ଲକ୍ଷ୍ମୀ ପ୍ରସନ୍ନ ହେଇନଥାନ୍ତି କିମ୍ବା ଘରେ ନକାରାତ୍ମକ ଶକ୍ତି ର ପ୍ରଭାବ ରହିଥାଏ I ତେବେ ଶାସ୍ତ୍ର ଅନୁଯାଇ ଏମିତି କିଛି ଅଛି ଯାହାକି ମନୁଷ୍ୟ ଶ୍ରଦ୍ଧା ର ସହିତ କରିବା ଦ୍ୱାରା ମା ଲକ୍ଷ୍ମୀ ସନ୍ତୁଷ୍ଟ ହେଇଥାନ୍ତି I ତେବେ ମା ଲକ୍ଷ୍ମୀ ଙ୍କର ଗୁରୁବାର ହେଉଛି ସବୁଠାରୁ ପ୍ରିୟବାର I

lembu

ଶାସ୍ତ୍ର ଅନୁଯାଇ ଆଜି ହେଉଛି ବଡ ଗୁରୁବାର ଆଜିର ଦିନରେ ଗୋଟିଏ କାମ କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ର ବିନାଶ ଘଟି ମା ଲକ୍ଷ୍ମୀ ଙ୍କର କୃପା ମିଳିବ I ଆଜି ବଡ ଗୁରୁବାର ରେ ସକାଳୁ ଉଠି ସ୍ନାନ ସାରି ଏକ ଅକ୍ଷତ କେଉଁଠି ବି ଦାଗ ନଥିବ ପାଚିଲା ଲେମ୍ବୁ କୁ ନିଅନ୍ତୁଏବଂ ଠାକୁର ଘରେ ମା ଲକ୍ଷ୍ମୀ ଏବଂ ନାରାୟଣ ଙ୍କ ମୂର୍ତି ପାଖରେ ରଖିଦିଅନ୍ତୁ I ହାତ ଯୋଡି ଅତି ଶ୍ରଦ୍ଧା ର ସହିତ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ର କୁ 21 ଥର ପାଠ କରନ୍ତୁ I

ଲେମ୍ବୁଟିକୁ ଡାହାଣ ହାତରେ ନେଇଆସନ୍ତୁ ଏବଂ ଯେଉଁ ସବୁ ସମସ୍ୟା ଲାଗିରହୁଛି ତାହାକୁ କହିଦିଅନ୍ତୁ I ଲେମ୍ବୁଟିକୁ ଆପଣଙ୍କ ମୁଣ୍ଡ ଉପରେ ସାତଥର ବୁଲାଇ ଆଣନ୍ତୁ ଏବଂ ଠାକୁର ଘରେ ରାତିସାରା ରଖିଦିଅନ୍ତୁ Iତା ପରଦିନ ସକାଳୁ ଉଠି ସ୍ନାନ ସାରି ପୂଜା ପରେ ଲେମ୍ବୁଟିକୁ ନେଇଆସନ୍ତୁ ଏବଂ ଚାରିଭାଗ କରି କାଟିଦିଅନ୍ତୁ I ଚାରି ଭାଗ ଲେମ୍ବୁରେ କୁଙ୍କୁମ ବା ସିନ୍ଦୁର ଲଗାଇ ଘର ବାହାରେ ଚାରି ଦିଗକୁ ଚାରି ଖଣ୍ଡ ଫୋପାଡ଼ି ଦିଅନ୍ତୁ I ସମସ୍ତ ନକାରାତ୍ମକ ଶକ୍ତି ର ବିନାଶ ଘଟିବ I

Leave a Reply

Your email address will not be published. Required fields are marked *