plyers

ବିରାଟ କୋହଲି ନୁହେଁ,ସଚିନ୍ ଙ୍କ ରେକର୍ଡ ଭାଙ୍ଗିବେ ଏହି କ୍ରିକେଟର,ଦେଖିଲେ ଆଶ୍ଚର୍ଯ୍ୟ ହେବେ |

NEWS

ହେଲୋ,ହାଏ ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, କ୍ରିକେଟର ସଚିନ ରମେଶ ତେନ୍ଦୁଲକର ଙ୍କୁ କିଏ ଅବା ନଜାଣେ। କ୍ରିକେଟ ଜଗତରେ ମହାନ ଖେଳାଳି ଭାବରେ ସଚିନ ତେନ୍ଦୁଲକର ଜଣାଶୁଣା। ତାଙ୍କ କ୍ରିକେଟ କ୍ୟାରିଅରରେ ଅଧିକ ରନ କରି ରେକର୍ଡ ମଧ୍ୟ ହାସଲ କରିଛନ୍ତି। ୨୦୧୩ ମସିହାରେ କ୍ରିକେଟ ଜଗତରୁ ଅବସର ପରେ ମଧ୍ୟ ସଚିନ ଭାଙ୍ଗି ପଡ଼ିନାହାନ୍ତି।ବିରାଟ କୋହଲି,ଷ୍ଟିଭ ସ୍ମିଥ୍, କେନ୍‌ ଓ୍ବିଲିମସନଙ୍କ ଭଳି ବ୍ୟାଟସମ୍ୟାନ ମାନେ ଏବେ ସଚିନଙ୍କ ଏହି ରେକର୍ଡ ଭାଙ୍ଗିବା ପାଇଁ ଚେଷ୍ଟା କରୁଛନ୍ତି। ଇଂଲଣ୍ଡ ଦଳର ପୂର୍ବତନ ବ୍ୟାଟସମ୍ୟାନ ଜେଫ୍ରୀ ବୟକଟ କହିଛନ୍ତି ଯେ, ଜୋଏ ରୁଟ ସଚିନଙ୍କ ରେକର୍ଡ ଭାଙ୍ଗିପାରିବେ। ତାଙ୍କର ଏହି ରେକର୍ଡ ଭାଙ୍ଗିବାର କ୍ଷମତା ଅଛି।

sachinn

ଜୋଏ ରୁଟ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜରେ ଭଲ ବ୍ୟାଟିଂ ପ୍ରଦର୍ଶନ ଦେଖାଇଥିଲେ। ଟେଷ୍ଟ ସିରିଜରେ ସେ ୮ ହଜାର ରନ ମଧ୍ୟ ପୂରଣ କରିସାରିଲେଣି। ରୁଟଙ୍କ ଏହିପରି ପ୍ରଦର୍ଶନ ପାଇଁ ଜେଫ୍ରୀ ବୟକଟ କହିଛନ୍ତି, ସଚିନଙ୍କ ରେକର୍ଡ ଭାଙ୍ଗିବାର କ୍ଷମତା କେବଳ ଜୋଏ ରୁଟଙ୍କ ପାଖରେ ହିଁ ଅଛି। ଆଉ ସେ ସଚିନଙ୍କ ରେକର୍ଡ ମଧ୍ୟ ଭାଙ୍ଗିପାରନ୍ତି।ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କ କ୍ରିକେଟ କ୍ୟାରିଅରରେ ସର୍ବାଧିକ ଟେଷ୍ଟ ମ୍ୟାଚ ଖେଳି ସେ, ସର୍ବାଧିକ ୧୫,୯୨୧ ରନ କରିଛନ୍ତି। ଏହି ରେକର୍ଡ ସହ ସଚିନ ୫୧ଟି ଶତକିୟ ଇନିଂଶ ମଧ୍ୟ ଖେଳିଛନ୍ତି। ଯାହାକି, କ୍ରିକେଟ ଜଗତରେ ଆଗରୁ କେବେ ହୋଇନଥିଲା। ବ୍ରାଏନ ଲାରା,ରିକି ପଣ୍ଟିଙ୍ଗ,ଜ୍ୟାକ କାଲିସ ଓ କମୁରା ସାଙ୍ଗାକର ଆଦି ବ୍ୟାଟସମ୍ୟାନ ମାନେ ସଚିନ କରିଥିବା ରେକର୍ଡ ପାଖାପାଖି ପହଞ୍ଚି ପାରିଥିଲେ କିନ୍ତୁ, ସଚିନଙ୍କ ରେକର୍ଡ ଭାଙ୍ଗି ପାରିନଥିଲେ।

ssss

ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *