dhana

ଚାଣକ୍ୟ ନୀତି; ପାଖରେ ଧନ ରହୁନଥିଲେ କରନ୍ତୁ ଏହି ଗୋଟିଏ ଉପାୟ,ଶୀଘ୍ରହେବେ ଧନବାନ |

FACT

ଜଣେ ଶ୍ରେଷ୍ଠ ବିଦ୍ୱାନ ହେବା ସହ ଦକ୍ଷ ଅର୍ଥନୀତିଜ୍ଞ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ଜଣେ ବ୍ୟକ୍ତି ଜୀବନରେ ଅର୍ଥର ମହତ୍ୱକୁ ସେ ବୁଝିଥିଲେ। ସେ କୁହନ୍ତି, ଧନର ଦେବୀ ଲକ୍ଷ୍ମୀ। ସେ ସ୍ବଭାବରେ ଚଞ୍ଚଳ। ଏଣୁ ଧନର ସଞ୍ଚୟ କରାଯିବା ଉଚିତ। କାରଣ ବିପଦ ସମୟରେ ଧନ ହିଁ ପ୍ରକୃତ ବନ୍ଧୁର ଭୂମିକା ନିର୍ବାହ କରିଥାଏ। ଏହା ଏକ ସାଧନ। ଏଣୁ ସଞ୍ଚୟ ସମୟରେ ଗମ୍ଭୀର ରହିବା ଆବଶ୍ୟକ।ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଲକ୍ଷ୍ମୀ ସମସ୍ତଙ୍କ ଉପରେ କୃପା କରନ୍ତି ନାହିଁ। ଯଦି ଜଣେ ନିଜ ଜୀବନରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ଚାହାନ୍ତି, ତେବେ ସେ କିଛି କଥା ମନେ ରଖିବା ଉଚିତ। |

laxmi1

ଆୟ ଅପେକ୍ଷା ବ୍ୟୟ ଅଧିକ କରନ୍ତୁ ନାହିଁ | ଯିଏ ନିଜ ଆୟଠାରୁ ଅଧିକ ଖର୍ଚ୍ଚ କରେ ସେ ସର୍ବାଦା ଚିନ୍ତାଗ୍ରସ୍ତ ଥାଏ। ସେ ସର୍ବାଦା କରଜରେ ବୁଡ଼ି ରୁହନ୍ତି। ତେଣୁ ବ୍ୟକ୍ତିଙ୍କୁ ଭାବିଚିନ୍ତି ଖର୍ଚ୍ଚ କରିବା ଉଚିତ। ବିନା ବିଚାରରେ ଟଙ୍କା ଖର୍ଚ୍ଚ କଲେ ବିପଦ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯିଏ ଧନର ମହତ୍ୱ ବୁଝେ, ତା ଉପରେ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ବୋଲି ଚାଣକ୍ୟ କହିଛନ୍ତି।

ଅନ୍ୟର କ୍ଷତି ପାଇଁ ଚଙ୍କା ବ୍ୟବହାର କରନ୍ତୁ ନାହିଁ: ଯଦି କେହି ଅନ୍ୟକୁ କ୍ଷତି ପହଞ୍ଚାଇବା ପାଇଁ ଟଙ୍କା ବ୍ୟବହାର କରେ ତେବେ ତାକୁ ଗୁରୁତର ପରିଣାମର ସାମ୍ନା କରିବାକୁ ପଡିପାରେ। କାରଣ ସେମାନଙ୍କ ଉପରେ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ତେଣୁ ଉଚିତ କାର୍ଯ୍ୟ ପାଇଁ ଧନର ବ୍ୟବହାର କରିବା ଉଚିତ। ସେବା/ମାନବକଲ୍ୟାଣ ପାଇଁ ପ୍ରସ୍ତୁତ ରହିବା ଉଚିତ: ଚାଣକ୍ୟଙ୍କ ମତରେ ଜଣେ ଧନୀ ବ୍ୟକ୍ତି ସର୍ବଦା ମାନବକଲ୍ୟାଣ ପାଇଁ ପ୍ରସ୍ତୁତ ରହିବା ଉଚିତ। ମନୁଷ୍ୟଙ୍କୁ ସାହାଯ୍ୟ କରିବା ପାଇଁ ଯେଉଁମାନେ ଟଙ୍କା ଖର୍ଚ୍ଚ କରିଥାନ୍ତି, ଲକ୍ଷ୍ମୀ ସେଭଳି ଲୋକମାନଙ୍କୁ ଆଶୀର୍ବାଦ କରନ୍ତି ବୋଲି ସେ କହିଛନ୍ତି।

ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *