dridhaaa

ବରୁଣ ଧବନ ଙ୍କ ପରେ ଏବେ ରୋହନ ଙ୍କୁ ବିବାହ କରିବେ ଶ୍ରଦ୍ଧା କପୁର,ବାପା ଶକ୍ତି କପୁର କହିଲେ ଏମିତି କଥା |

NEWS

ହେଲୋ ହାଏ,ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ବଲିଉଡ ଅଭିନେତା ବରୁଣ ଧଓ୍ବନ- ନତାଶା ଦଲାଲଙ୍କ ପରେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଛି। ଶ୍ରଦ୍ଧା କପୁର ରୋହନ ଶ୍ରେଷ୍ଠଙ୍କୁ ଡେଟ କରୁଛନ୍ତି। ରୋହନ ଶ୍ରେଷ୍ଠ ଜଣେ ଜଣାଶୁଣା ଫଟୋଗ୍ରାଫର। ରୋହନ ବରୁଣ ଧଓ୍ବନଙ୍କୁ ବିବାହ ଶୁଭେଚ୍ଛା ଜଣାଇଥିଲେ। ବରୁଣ ଧୱନ ତାଙ୍କ ଟ୍ୱିଟରେ ସଙ୍କେତ ଦେଇଛନ୍ତି ଯେ, ଫଟୋଗ୍ରାଫର ରୋହନ ଶ୍ରେଷ୍ଠ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ରଦ୍ଧା କପୁରଙ୍କୁ ବିବାହ କରିପାରନ୍ତି। ତେବେ ଏହି ସମ୍ପର୍କରେ ଶକ୍ତି କପୁରଙ୍କ ବୟାନ ସାମ୍ନାକୁ ଆସିଛି।

sradha

ଝିଅର ବିବାହ ସମ୍ପର୍କରେ ଶକ୍ତି କପୁର ଇ-ଟାଇମ୍ସକୁ କହିଛନ୍ତି ଯେ, ‘ଇଣ୍ଟରନେଟରେ କ’ଣ ତାଲୁଛି ମୋତେ ଜଣା ନାହିଁ। କିନ୍ତୁ ମୁଁ ସବୁବେଳେ ମୋ ଝିଅ ସାଙ୍ଗରେ ଛିଡା ହୋଇ ରହିବି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ତାଙ୍କ ନିଷ୍ପତ୍ତିରେ ସବୁବେଳେ ରାଜି। ଏହି ନିଷ୍ପତ୍ତିରେ ତାଙ୍କ ବିବାହ ମଧ୍ୟ ସାମିଲ ରହିଛି। କେବଳ ରୋହନ କାହିଁକି ? ଯଦି ସେ ଆସି ମୋତେ କୁହନ୍ତି ଯେ, ମୁଁ କାହାକୁ ବାଛି ନେଇଛି, ତେବେ ମୋର କୌଣସି ଆପତ୍ତି ରହିବ ନାହିଁ ।

ରୋହନଙ୍କ ବିଷୟରେ କଥାବାର୍ତ୍ତା କରି ଶକ୍ତି କପୁର କହିଛନ୍ତି ଯେ, ରୋହନ ଭଲ। ସେ ପିଲାଦିନରୁ ଆଜି ପର୍ଯ୍ୟନ୍ତ ସବୁବେଳେ ଘରକୁ ଆସନ୍ତି। ଉଭୟ ପିଲାଦିନର ବନ୍ଧୁ । ତେବେ ଶ୍ରଦ୍ଧା କେବେହେଲେ କହି ନାହାନ୍ତି ଯେ, ରୋହନ ଏବଂ ତାଙ୍କର ବିବାହକୁ ନେଇ କିଛି ଯୋଜନା ଅଛି। ଶକ୍ତି କହିଛନ୍ତି ଯେ ସେ ରୋହନଙ୍କ ପିତା ରାକେଶ ଶ୍ରେଷ୍ଠଙ୍କୁ ଜାଣିଛନ୍ତି। ଦୁହେଁ ଏକାଠି ଅନେକ ଶୁଟ୍ କରିଛନ୍ତି, ରାତ୍ରୀ ଭୋଜନ କରିଛନ୍ତି । ଉଭୟ ଭଲ ବନ୍ଧୁ ।

sraddha

ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *