break

ଏହି ବଲିଉଡ ଷ୍ଟାର ମାନଙ୍କ ମଧ୍ୟରେ ହୋଇଥିଲା ବ୍ରେକଅପ, କିନ୍ତୁ ଆଜି ମଧ୍ୟ ସେମାନେ ଅଟନ୍ତି ବନ୍ଧୁ |

NEWS

ହେଲୋ ହାଏ,ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଂକୁ ଏମିତି ସବୁ ବଲିଉଡ ଯୋଡି ବିଷୟରେ ଜଣାଇବୁ ଯେଉଁମାନଙ୍କ ମଧ୍ୟରେ ବ୍ରେକପ ହୋଇଯାଇଥିଲା। ପରେ ସେମାନେ ବନ୍ଧୁଙ୍କ ଭଳି ରହିଥିଲେ। ପ୍ରେମ କେତେଦିନ ଚାଲିବ ତାର ଗ୍ୟାରେଣ୍ଟି ନାହିଁ।କାରଣ ପ୍ରେମ ଚାଇନା ର ମାଲ ପରି ଅଟେ ବୋଲି ଅନେକ କୁହନ୍ତି। ପ୍ରେମରେ ଭଟ୍ଟା ପଡ଼ିଲେ ସମ୍ପର୍କ ତୁଟିଯାଏ। ହେଲେ ବଲିଉଡ୍‌ରେ ଏଭଳି ଅନେକେ କଳାକାର ଅଛନ୍ତି ଯେଉଁମାନେ ପ୍ରେମ ସମ୍ପର୍କ ତୁଟିବା ପରେ ବି ଭଲ ବନ୍ଧୁ ହୋଇ ରହିଛନ୍ତି। ସେମାନେ ପରସ୍ପରର ସମ୍ମାନ କରିବା ସହ ଖୁସିରେ ଆଗକୁ ବଢ଼ି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ranveer
ଅଭିନେତା ରଣବିର କପୁର ଏବେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଡେଟ୍‌ କରୁଛନ୍ତି। ହେଲେ ଦିନେ ସେ ଦୀପିକା ପାଦ୍ୟୁକୋନ୍‌ଙ୍କ ପ୍ରେମିକ ଥିଲେ। ସମ୍ପର୍କ ତୁଟିଥିଲା, ମନ ଖଟା ହୋଇଥିଲା, କଷ୍ଟ ବି ହୋଇଥିଲା। ହେଲେ ସମୟ ବଦଳିବା ସହ ସବୁକିଛି ସାମାନ୍ୟ ହୋଇଥିଲା। ଏବେ ସେମାନେ ପରସ୍ପରର ଭଲ ବନ୍ଧୁ। ବାହାରେ ହେଉ ଅବା କାମରେ ଉଭୟ ଉଭୟଙ୍କୁ ଭେଟିଲେ ମୁହଁ ବୁଲାଇ ଚାଲିଯିବା ପରିବର୍ତ୍ତେ ଭଲରେ କଥା ହୋଇଥାନ୍ତି। ଅପରପକ୍ଷେ ଦୀପିକା ମଧ୍ୟ ରଣବୀର ସିଂହଙ୍କ ସହ ସୁଖୀ ବୈବାହିକ ଜୀବନ ଅତିବାହିତ କରିଛନ୍ତି।


ଏକଦା ସଲମାନଙ୍କୁ ଛାଡ଼ି ରଣବିର କପୁରଙ୍କ ପ୍ରେମରେ ଉବୁଟୁବୁ ହୋଇଥିଲେ ସୁନ୍ଦରୀ କଟ୍ରିନା କୈଫ। ହେଲେ ସେମାନେ ଅଲଗା ହେବା ପରେ ଉଭୟ ଭଲ ବନ୍ଦୁ ପାଲଟିଛନ୍ତି। ଏବେ କଟ୍ରିନା ବିକ୍କି କୌଶଲଙ୍କୁ ଡେଟ୍‌ କରୁଛନ୍ତି।ପ୍ରଥମେ ପ୍ରେମ, ପରେ ବିବାହ, ଶେଷରେ ଛାଡ଼ପତ୍ର ନେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ ଅଭିନେତା ହ୍ରିତିକ ରୋଶନ-ସୁଜୈନ ଖାନ୍‌। ବିବାହରୁ ଅଲଗା ହେବା ପରେ ମଧ୍ୟ ଉଭୟ ଭଲ ବନ୍ଧୁ ଭାବେ ପରସ୍ପରସହ ନଜର ଆସୁଛନ୍ତି। ଏକାଠି ଛୁଟି କାଟିବା ସହ ଏକାଠି ମଧ୍ୟ ରହୁଛନ୍ତି।କରିନା-ଶାହିଦ, ରଣବୀର ସିଂହ-ଅନୁଷ୍କା ଶର୍ମା, ସଲମାନ-ସଙ୍ଗୀତା ବିଜଲାନୀ, ଅକ୍ଷୟ କୁମାର-ଶିଳ୍ପା ସେଟ୍ଟୀ, ବିପାଶା ବସୁ-ଡିନୋ ମୋର଼୍ୟା ମଧ୍ୟ ବ୍ରେକ୍‌ଅପ୍‌ ପରେ ପରସ୍ପରର ବନ୍ଧୁ ପାଲଟି ଉଦାହରଣ ପାଲଟିଛନ୍ତି। ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *