ହେଲୋ ହାଏ,ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ ,ବିରାଟ କୋହଲି ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ଅଟନ୍ତି। ବିଶ୍ୱ ସ୍ତରରେ ବିରାଟ କୋହଲି ଙ୍କୁ ପ୍ରାୟ ସଭିଏଁ ଜାଣନ୍ତି। କିନ୍ତୁ ଏବେ ବିରାଟ କୋହଲି ଙ୍କ ଉପରେ ହେବାକୁ ଯାଉଛି କାନୁନି କାରବାହି।
ଅନଲାଇନ୍ ରମି ଗେମ୍ସ ଉପରେ ଆଇନଗତ ପ୍ରତିବନ୍ଧକ ଲଗାଇବା ପିଟିସନ୍ ସମ୍ବନ୍ଧରେ ବିରାଟ କୋହଲି, ତମନ୍ନା ଭାଟିୟା, ଅଜୁ ଭର୍ଗିଜଙ୍କୁ କେରଳ ହାଇକୋର୍ଟ ପକ୍ଷରୁ ନୋଟିସ୍ ପଠାଯାଇଛି । ଏହି ଗେମ୍ସ ର ବ୍ରାଣ୍ଡ ଆମ୍ବାସାଡାର ହେଉଛନ୍ତି ବିରାଟ, ତମନ୍ନ ଏବଂ ଅଜୁ । ସେପଟେ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ବି ଜବାବ ମାଗିଛନ୍ତି ହାଇକୋର୍ଟ ।
ସୂଚନାଯୋଗ୍ୟ, ତାମିଲନାଡୁ ସରକାର ବି କିଛି ଟା ଅନଲାଇନ୍ ଗେମ୍ସ ଉପରେ ବ୍ୟାନ ଲଗାଇଛି । ଯେଉଁଥିରେ ସାମିଲ ଅଛନ୍ତି ଅନଲାଇନ୍ ରମି ଗେମ୍ସ । ଏହି ଗେମ୍ ଖେଳିବା ପରେ କିଛି ବ୍ୟକ୍ତି ଟଙ୍କା ହାରିଯିବା ହେତୁ ଆତ୍ମହତ୍ୟା କରିବା ଅଭିଯୋଗ ଆସିବା ପରେ ଏବେ ଏହି ପଦକ୍ଷେପ ନିଆଯାଇଛି । ୨୦୨୦ ମସିହା ନଭେମ୍ବର ମାସରେ ତିନି ଜଣ ବ୍ୟକ୍ତି ଅନଲାଇନ୍ ରମି ଗେମ୍ସ ରେ ହାରିବା ପରେ ଆତ୍ମହତ୍ୟା କରିଦେଇଥଲେ ।
କେରଳ ହାଇକୋର୍ଟରେ ମୁଖ୍ୟ ବିଚାରପତି ଏସ୍. ମନିକୁମାରଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟକୁ ନୋଟିସ୍ ଜାରି କରିଛନ୍ତିି। କୋହଲିଙ୍କ ସମେତ ମାଲାୟାଲମ ଅଭିନେତା ଅଜୁ ଭର୍ଗିସ ଓ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି। ଏକ ଅନ୍ଲାଇନ୍ ଗ୍ୟାମ୍ବଲିଂକୁ ବ୍ୟାନ୍ କରିବା ନେଇ କୋର୍ଟରେ ପିଟିଶନ ଦାଏର କରାଯାଇଥିଲା। ଏହି ସେଲିବ୍ରିଟିମାନେ ତାସକୁ ନେଇ ଖେଳାଯାଉଥିବା ଅନ୍ଲାଇନ୍ ଗେମ୍ର ବ୍ରାଣ୍ଡ୍ ଆମ୍ବାସାଡର ଥିଲେ।
ପାଉଲି ଭାଡକ୍କାନ ନାମକ ଜଣେ ବ୍ୟକ୍ତି ଏହି ଅନ୍ଲାଇନ୍ ଗେମ୍କୁ ବାତିଲ କରିବାକୁ କୋର୍ଟରେ ପିଟିଶନ ଦାଏର କରିଥିଲେ। ଏହି ଗେମ୍ ଏବେ ରାଜ୍ୟରେ ବିଶୃଙ୍ଖଳା କାରଣ ପାଲଟିଛି। ଏହାକୁ ସହଜରେ ଅର୍ଥ ଉପାର୍ଜନ କରିବାର ମାଧ୍ୟମ ଭାବେ ବ୍ୟବହାର କରୁଛି ରାଜ୍ୟର ଯୁବ ବର୍ଗ। ମାତ୍ର ଏମାନେ ଠକାମିର ଶିକାର ହେଉଛନ୍ତି। ରାଜ୍ୟରେ ଏକାଧିକ ଲୋକ ଏହି ଠକାମିର ଶିକାର ହୋଇଛନ୍ତି ବୋଲି ଭାଡକ୍କାନ ତାଙ୍କ ପିଟିଶନରେ ଉଲ୍ଲେଖ କରିଛନ୍ତି।
କିଛିଦିନ ତଳେ ଏଭଳି ଠକାମିର ଶିକାର ହୋଇ ଥିରୁଭାନନ୍ତପୁରମ୍ସ୍ଥିତ କାଟ୍ଟାକାଡ଼ାରେ ରହୁଥିବା ଇସ୍ରୋର ଜଣେ ୨୮ ବର୍ଷୀୟ କର୍ମଚାରୀ ଆତ୍ମହତ୍ୟାର ଶିକାର ହୋଇଛନ୍ତି। ଏହି ଅନଲାଇନ୍ ରୁମି ଗେମ୍ର ଜାଲରେ ପଡି ସେ ୨୧ ଲକ୍ଷ ଟଙ୍କା ଋଣ କରିଥିଲେ। ଋଣ ଶୁଝିବାର କୌଣସି ଉପାୟ ନ ପାଇ ଶେଷରେ ଆତ୍ମହତ୍ୟାର ପନ୍ଥା ବାଛିଥିଲେ ବୋଲି ସେ ପିଟିଶନରେ ଉଲ୍ଲେଖ କରିଛନ୍ତି। ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।