morning

ସକାଳୁ ଉଠି ଉଷୁମ ପାଣି ପିଇବାର ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ |

HEALTH

ସକାଳୁ ଉଠି ପାଣି ପିଇବା ଆମ ପାଇଁ ବହୁତ ଲାଭକାରୀ ହୋଇଥାଏ। କିନ୍ତୁ ଯଦି ଆପଣ ସକାଳୁ ଉଠି ଖାଲି ପେଟରେ ଉଷୁମ ପାଣି ପିଅନ୍ତି ତେବେ ଏହାର ଚମତ୍କାର ଫାଇଦା ଆପଣ ସପ୍ତାହେ ମଧ୍ୟରେ ଦେଖିପାରିବେ।ସୁସ୍ଥ ଶରୀର ପାଇଁ ଉତ୍ତମ, ପୁଷ୍ଟିକର ଖାଦ୍ୟର ଯେତିକି ଆବଶ୍ୟକ; ପାଣି ମଧ୍ୟ ସେତିକି ଆବଶ୍ୟକ । ହେଲେ ଉଷୁମ ପାଣିର ସେବନ ଆମ ଶରୀର ପାଇଁ କେତେ ଉପକାରୀ ଜାଣନ୍ତୁ ସେ ସମ୍ପର୍କରେ।

water

ପାଣି ପିଉଥିବା ବ୍ୟକ୍ତିମାନଙ୍କ ଶରୀରରେ ଜଳୀୟ ଅଂଶ କମିଯିବା ଦ୍ୱାରା ସେମାନେ ବେଳେବେଳେ ଡିହାଇଡ୍ରେସନ(ନିର୍ଜଳୀୟନ)ର ଶିକାର ହୋଇଥାନ୍ତି। ଏପରି କି ସେମାନଙ୍କ ଖାଦ୍ୟନଳୀରେ ବି ଜଳ କମି ଯିବାର ସମ୍ଭାବନା ଦେଖାଯାଇଥାଏ; ଯଦ୍ଦ୍ବାରା ସେମାନେ ତଳି୍‌ପେଟ ବା ଅନ୍ତନଳୀରେ କଷ୍ଟ ଅନୁଭବ କରିଥାନ୍ତି। ଏ ସମସ୍ୟାରୁ ଶୀଘ୍ର ମୁକ୍ତି ପାଇବାକୁ ହେଲେ ନିୟମିତ ଉଷୁମ ପାଣି ପିଇବା ଆବଶ୍ୟକ। କାରଣ ଉଷୁମ ପାଣି ପିଇଲେ ଖାଦ୍ୟ ଶୀଘ୍ର ହଜମ ହେବା ସହ ଠିକ୍‌ ସମୟରେ ଭୋକ ଲାଗିଥାଏ। ଫଳରେ ଆଉ କୋଷ୍ଠ କାଠିନ୍ୟ ସମସ୍ୟା ଦେଖାଯାଏ ନାହିଁ।

ପାଣି ପିଇଲେ ଶରୀରର ତାପମାତ୍ରା ବୃଦ୍ଧି ପାଇ ଝାଳ ବାହାରେ। ଆଉ ସେହି ଝାଳଦ୍ୱାରା ଶରୀରର ବର୍ଜ୍ୟବସ୍ତୁ ବାହାରିଯାଏ। ପାଣି ଶରୀରର ରକ୍ତ ସଂଚାଳନ ପ୍ରକ୍ରିୟାକୁ ତୀବ୍ର କରିବା ସହ ମାଂସପେଶୀକୁ ହାଲ୍‌କା କରିବାରେ ସାହାଯ୍ୟ କରିଥାଏ । ଉଷୁମ ପାଣି ପିଇବା ଦ୍ୱାରା ମଧ୍ୟ ଶରୀରର ମେଦ ହ୍ରାସ ହୋଇଥାଏ । କାଶ, କଫ ଦୂର କରିବାରେ ମଧ୍ୟ ଉଷୁମ ପାଣି ବହୁତ ଉପଯୋଗୀ । ପାଣି ପିଇବା ଦ୍ୱାରା ମାନସିକ ଚାପ ବି କମ୍‌ ହୋଇଥାଏ; ଫଳରେ ଶରୀର ଫୂର୍ତ୍ତି ଲାଗେ।

watter

ସକାଳୁ ଉଠି ଉଷୁମ ପାଣି ପିଇବା ଦ୍ୱାରା ଶରୀର ରୁ ମୋଟପଣ ଦୂର ହୁଏ।ଏହା ସହିତ ଆପଣଙ୍କ ପେଟ ମଧ୍ୟ ସଫା ହୋଇଥାଏ। ପେଟ ଗୋଳ ମାଳ, କୋଷ୍ଠକାଠିନ୍ୟ।ଅମ୍ବିଳି,ଆସିଡିଟି, ପିତ,ଗ୍ୟାଷ୍ଟିକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହା ସହିତ ଆପଣଙ୍କ ପାଚନ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *