ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ।ବନ୍ଧୁଗଣ, ବ୍ୟାନ ହେବାକୁ ଯାଉଛି କ୍ରିପ୍ଟ କରେନ୍ସି ବିଟ କଏନ।କେନ୍ଦ୍ର ସରକାର ବିଟ୍କଏନ୍ ଭଳି କ୍ରିପ୍ଟୋକରେନ୍ସି ଉପରେ ରୋକ ଲଗାଇବାକୁ ଯାଉଛନ୍ତି । ଏଥିପାଇଁ ସରକାର ବଜେଟ ଅଧିବେଶନରେ ‘ଦ କ୍ରିପ୍ଟୋକରେନ୍ସି ଆଣ୍ଡ୍ ରେଗୁଲେସନ ଅଫ୍ ଅଫିସିଆଲ ଡିଜିଟାଲ କରେନ୍ସି ବିଲ୍-୨୦୨୧’ କୁ ଉପସ୍ଥାପନ କରିବେ । ତେବେ କ୍ରିପ୍ଟୋକରେନ୍ସି ଉପରେ ସମ୍ପୂର୍ଣ୍ଣ ରୂପେ ପ୍ରତିବନ୍ଧକ ଲଗାଯାଇ ନ ପାରେ ।ଲୋକସଭା ବୁଲିଟିନ ଅନୁସାରେ ଏହି ବିଲ୍ ଜରିଆରେ ଭାରତରେ ଅଫିସିଆଲ ଡିଜିଟାଲ କରେନ୍ସିର ରାସ୍ତା ପ୍ରସ୍ତୁତ କରାଯିବ । ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଫ୍ରେମ୍ୱାର୍କ ପ୍ରସ୍ତୁତ କରିବ । ଏହି ବିଲ୍କୁ ଲୋକସଭାରେ ବିଚାରବିମର୍ଶ ପାଇଁ ଉପସ୍ଥାପନ କରାଯିବ । ବିଲ୍କୁ ଚଳିତ ବଜେଟରେ ପାସ୍ କରାଯିବାର ଆଶା ରହିଛି । ଦେଶରେ କ୍ରିପ୍ଟୋକରେନ୍ସିର ପ୍ରଚଳନ ଦ୍ରୁତ ବେଗରେ ବଢୁଛି । କିନ୍ତୁ ଏହାକୁ ନେଇ କୌଣସି ଆଇନ ନାହିଁ ।
୨୦୧୮ରେ ଆର୍ବିଆଇ କ୍ରିପ୍ଟୋକରେନ୍ସିକୁ ନେଇ ଏକ ସର୍କୁଲାର ଜାରି କରିଥିଲା । ଏଥିରେ ଆର୍ବିଆଇ ସମସ୍ତ ବିତ୍ତୀୟ ସଂସ୍ଥାନଗୁଡ଼ିକୁ କ୍ରିପ୍ଟୋକରେନ୍ସି ସହ ଜଡ଼ିତ ସେବା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଆର୍ବିଆଇ ପକ୍ଷରୁ ରୋକ ଲାଗିବା ପରେ ଏହି ମାମଲା ସୁପ୍ରିମ୍କୋର୍ଟରେ ପହଞ୍ଚିଥିଲା । ସୁପ୍ରିମ୍କୋର୍ଟ ଗତବର୍ଷ ଆର୍ବିଆଇ ତରଫରୁ ଲଗାଯାଇଥିବା ପ୍ରତିବନ୍ଧକକୁ ଖାରଜ କରିଦେଇଥିଲେ ।
ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।