ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ସଂସଦ କ୍ୟାଣ୍ଟିନରେ ସାଂସଦ ଓ ଅନ୍ୟ ଲୋକଙ୍କୁ ମିଳୁଥିବା ସବସିଡି ଶେଷ ହେବାପରେ ଏବେ ନୂଆ ରେଟ୍ ଲିଷ୍ଟ ଜାରି କରିଦିଆଯାଇଛି। ଲୋକସଭା ସେକ୍ରେଟରିଏଟ୍(ସଚିବାଳୟ)ର ନୂଆ ରେଟ୍ ଲିଷ୍ଟ ଜାରି କରାଯାଇଛି, ଯେଉଁଥିରେ ୩ ଟଙ୍କାରୁ ନେଇ ୭୦୦ ଟଙ୍କା ପର୍ଯ୍ୟନ୍ତ ଖାଦ୍ୟକୁ ସାମିଲ କରାଯାଇଛି। ସଂସଦୀୟ କ୍ୟାଣ୍ଟିନ୍ ନୂଆ ରେଟ୍ ଲିଷ୍ଟ ୨୯ ଜାନୁଆରୀରେ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନ୍ ଆଗରୁ ଲାଗୁ କରାଯାଇଛି। ଅର୍ଥାତ ଏହି ଅଧିବେଶନରେ ସାଂସଦଙ୍କୁ ନୂଆ ରେଟ୍ ଆଧାରରେ ଖାଦ୍ୟ ମିଳିବ।
ସଂସଦ ଭବନ କ୍ୟାଣ୍ଟିନରେ ନୂଆ ରେଟ୍ ଲିଷ୍ଟ ଅନୁସାରେ ସବୁଠାରୁ ଶସ୍ତା ହେବ ରୁଟି , ଯାହାର ମୂଲ୍ୟ ୩ ଟଙ୍କା ହେବ। ସେଭଳି ସବୁଠାରୁ ଦାମୀ ଖାଦ୍ୟ ହେବ ନନ୍ଭେଜ୍ ବଫେ ଲଞ୍ଚ , ଯାହାର ମୂଲ୍ୟ ୭୦୦ ଟଙ୍କା ରହିଛି। ଏହାଛଡା ଭେଜ ବଫେ ଲଞ୍ଚ ମୂଲ୍ୟ ୫୦୦ ଟଙ୍କା ରଖାଯାଇଛି, ଯାହାକି ନିରାମିଷ ଖାଦ୍ୟ ଭିତରେ ସବୁଠାରୁ ଦାମୀ। ପୁରୁଣା ରେଟ୍ ଲିଷ୍ଟ ବିଷୟରେ ଯଦି କଥା ହେବା ତେବେ ଗୋଟିଏ ରୁଟିର ମୂଲ୍ୟ ୨ ଟଙ୍କା ଓ ହାଇଦ୍ରାବାଦ ଚିକେନ୍ ବିରିୟାନୀର ମୂଲ୍ୟ ୬୫ ଟଙ୍କା ଥିଲା। ଏହାଛଡା ପ୍ରଥମ ରେଟ୍ ଅନୁସାରେ ୬ ଟଙ୍କାରେ ଆଳୁ ଚପ୍, ୧୦ ଟଙ୍କାରେ ଦୋସା, ୧୦ ଟଙ୍କାରେ କଢି ପକୋଡା ମିଳୁଥିଲା।
ନୂଆ ରେଟ୍ ଲିଷ୍ଟ ଅନୁସାରେ, ଚିକେନ୍ ବିରିୟାନୀ, ଚିକେନ୍ କଟଲେଟ୍, ଚିକେନ୍ ଫ୍ରାଏ ଓ ଭେଜ୍ ଥାଳି ରେଟ୍ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେଭଳି ଚିକେନ୍ କରି ପାଇଁ ୭୫ ଟଙ୍କା ଦେବାକୁ ହେବ। ଏହାଛଡା ମଟନ ବିରିୟାନୀ ଓ ମଟନ କଟଲେଟ୍ ପାଇଁ ୧୫୦ ଟଙ୍କା ଓ ମଟନ୍ କରି ପାଇଁ ୧୨୫ ଟଙ୍କା ଦେବାକୁ ହେବ। ଆଳୁ ଚପ୍, ବ୍ରେଡ୍ ପକୋଡା, ଦହି ଓ ସିଙ୍ଘଡା ରେଟ୍ ୧୦ ଟଙ୍କା ରଖାଯାଇଛି।
ଉଲ୍ଲେଖନୀୟ ଯେ, ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ସଂସଦ କ୍ୟାଣ୍ଟିନର ଭୋଜନ ଉପରେ ଦିଆଯାଇଥିବା ସବସିଡିକୁ ଶେଷ କରିବାର ଘୋଷଣା କରି କହିଥିଲେ, ଏହି ନିଷ୍ପତ୍ତି ଦ୍ବାରା ଏବେ ଏହି କ୍ୟାଣ୍ଟିନର ଭୋଜନ କରିବା ମହଙ୍ଗା ହୋଇଯିବ। ଏହାକୁ ଘୋଷଣା କରିବା ସମୟରେ ସେ କହିଥିଲେ, ଏଥିପାଇଁ ବହୁ କୋଟି ଟଙ୍କା ମଧ୍ୟ ସଞ୍ଚୟ ହେବ। ଯଦିଓ କ୍ୟାଣ୍ଟିନରେ ଖାଦ୍ୟର ମୂଲ୍ୟ ବଢିଯିବ କିନ୍ତୁ ବଜାର ରେଟ୍ କମ୍ ହୋଇଯିବ। ଉଲ୍ଲେଖନୀୟ ଯେ, ନୂଆ ରେଟ୍ ଲିଷ୍ଟ କାରଣରୁ ଲୋକସଭା ସଚିବାଳୟର ବାର୍ଷିକ ୮ କୋଟି ଟଙ୍କାର ସଞ୍ଚୟ ହେବ। ସଂସଦ ଭବନର କ୍ୟାଣ୍ଟିନର ଭୋଜନର ବାର୍ଷିକ ବିଲ୍ ପ୍ରାୟ ୨୦ କୋଟି ଟଙ୍କା ରହିଥାଏ। ଏହି କ୍ୟାଣ୍ଟିନ୍ ମୁଖ୍ୟ ଭାବରେ ୩ ରୋଷେଇ ଜରିଆରେ ସଞ୍ଚାଳିତ ହୋଇଥାଏ, ଯାହା ଭିତରେ ଏକ ମୁଖ୍ୟ ହେଲା ସଂସଦ ଭବନ, ଦ୍ବିତୀୟ ଲାଇବ୍ରେରୀ ଓ ତୃତୀୟ ସଂସଦୀୟ ସୌଧ ରହିଛି।
ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।