kohil

ବିରାଟ କୋହଲି ଙ୍କୁ କ୍ୟାପଟେନ ପଦବୀ ରୁ ଇସ୍ତଫା ଦେବା ପାଇଁ କହିଲେ ଗୌତମ ଗମ୍ଭୀର

NEWS

ହେଲୋ ହାଏ , ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ଆଇପିଏଲ୍ ୨୦୨୧ ସିଜିନ୍ ପାଇଁ ଏବେଠାରୁ ସବୁ ଦଳ ପ୍ରସ୍ତୁତ ହେଲେଣି । ବୁଧବାର ଖେଳାଳିମାନଙ୍କର ରିଲିଜ୍ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ଏଥିରେ ସବୁ ଦଳ ସେମାନଙ୍କର କିଛି ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡିଦେଇଥିବା ବେଳେ ବାକି ଖେଳାଳିଙ୍କୁ ଦଳରେ ରଖିଛନ୍ତି । ଏହାରି ଭିତରେ ପୂର୍ବତନ ଭାରତୀୟ ଖେଳାଳି ଗୌତମ ଗମ୍ଭୀର ଆରସିବିର ଅଧିନାୟକ ବିରାଟ କୋହଲିଙ୍କୁ ଟାର୍ଗେଟ କରିଛନ୍ତି ।

biharat

ଗମ୍ଭୀର ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି, ଗତ ଆଠ ବର୍ଷ ଧରି କୋହଲି ଗୋଟିଏ ବି ଟ୍ରଫି ଜିତି ନାହାନ୍ତି । ଏହା ଏକ ଲମ୍ବା ସମୟ । କୌଣସି ଖେଳାଳି କିମ୍ବା କ୍ୟାପଟେନ୍ ବିନା କୌଣସି ଟ୍ରଫିରେ ୮ ବର୍ଷ ଖେଳିବା ସେ ଦେଖି ନାହାନ୍ତି । ଏଥିସହ ଏହି କଥାକୁ କୋହଲି ମଧ୍ୟ ଗ୍ରହଣ କରିବା ଉଚିତ୍ ବୋଲି ଗମ୍ଭୀର କହିଛନ୍ତି ।ଗମ୍ଭୀର, ବିରାଟ କୋହଲିଙ୍କୁ ଏହି ଆକ୍ଷେପ କରିବାର କାରଣ ହେଲା, ଆରସିବି ତା’ ଦଳର ପାଖାପାଖି ୧୦ ଜଣ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡି ଦେଇଛି ।

gambhir

ଏହା ଭିତରେ କ୍ରିସ୍ ମୋରିସ୍, ଆରୋନ୍ ଫିଞ୍ଚ, ମୋଇନ୍ ଅଲ୍ଲୀ, ଇସରୁ ଉଡାନା, ଡେଲ୍ ଷ୍ଟେନ୍, ଶିଭମ ଦୁବେ, ଉମେଶ ଯାଦବ, ପବନ ନେଗି, ଗୁରକିରତ ସିଂହ ଓ ପାର୍ଥିକ ପଟେଲଙ୍କ ଭଳି ଖେଳାଳି ସାମିଲ ଅଛନ୍ତି । ଏତେ ସଂଖ୍ୟକ ଖେଳାଳିଙ୍କୁ ଦଳରୁ ବାହାର କରାଯିବା ଦଳ ପାଇଁ ଠିକ୍ ନୁହେଁ । ଏହାଦ୍ୱାରା ଗୋଟିଏ ଟିମର ପ୍ରଦର୍ଶନ ପ୍ରଭାବିତ ହୋଇଥାଏ ବୋଲି ଗମ୍ଭୀର କହିଛନ୍ତି ।ବିଶେଷକରି କ୍ରିସ୍ ମୋରିସ୍ ଓ ଉମେଶ ଯାଦବଙ୍କୁ ଆରସିବି ଦଳରୁ ନିଲାମ ପ୍ରକ୍ରିୟାକୁ ଛାଡିଦେବା ଗମ୍ଭୀର ଗ୍ରହଣ କରିପାରିନାହାନ୍ତି । ଏହି ଦୁଇ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ ବି ଦଳ ତାଙ୍କୁ କାହିଁକି ନିଲାମ ପ୍ରକ୍ରିୟାକୁ ଛାଡିଲା ତାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି ।

ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *