pilachori

ରାଜ୍ୟରେ ମାତିଛି ପିଲାଚୋରି, ଓଡ଼ିଶାରେ ସବୁଠାରୁ ଅଧିକ ହେଉଛି ପିଲା ଚୋରି |

NEWS

ନିଖୋଜ ପିଲାଙ୍କୁ ଖୋଜି ବାହାରକରିବା ପାଇଁ ପୁଲିସ ପକ୍ଷରୁ ରାଜ୍ୟବ୍ୟାପୀ ଚାଲିଥିବା ଅଭିଯାନରେ ୮ ଦିନରେ ୮୯୪ ପିଲାଙ୍କୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ପିଲାଙ୍କ ମଧ୍ୟରୁ କେବଳ ଝିଅଙ୍କ ସଂଖ୍ୟା ୮ଶହ ଥିଲାବେଳେ ୯୪ ଜଣ ପୁଅ ଥିବା ପୁଲିସ୍‌ ମୁଖ୍ୟାଳୟରୁ ସୂଚନା ମିଳିଛି ।ନିଖୋଜ ପିଲାଙ୍କୁ ଠାବ କରି ଉଦ୍ଧାର କରିବା କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସ୍‌ ସର୍ବକାଳୀନ ରେକର୍ଡ କରିଛି । କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସ୍‌ ସର୍ବାଧିକ ୧୨୭ ଜଣ ପିଲାଙ୍କୁ ଉଦ୍ଧାର କରିଛି । ସେହିପରି ଦ୍ୱିତୀୟରେ ମୟୁରଭଞ୍ଜ ଜିଲ୍ଲା ପୁଲିସ୍‌ ୧୧୧ ଜଣ ପିଲାଙ୍କୁ ଉଦ୍ଧାର କରିଥିବାବେଳେ ବାଲେଶ୍ୱର ଜିଲ୍ଲା ୮୮ ଜଣ ପିଲାଙ୍କୁ ଉଦ୍ଧାର କରିଛି । ପିଲା ଖୋଜା ଅଭିଯାନରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଜିଲ୍ଲାର ଏସ୍‌ପିମାନଙ୍କୁ ଡିଜି ଶ୍ରୀ ଅଭୟ ପ୍ରଶଂସା କରିଛନ୍ତି ।

childddd

ସୂଚନାଯୋଗ୍ୟ, ନିଖୋଜ ପିଲାଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ପୁଲିସ୍‌ର ବିଫଳତାକୁ ନେଇ କିଛି ଦିନ ହେଲା ରାଜନୈତିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିଭିନ୍ନ ଜିଲ୍ଲାରେ ଶହଶହ ସଂଖ୍ୟା ପିଲା ନିଖୋଜ ହୋଇଥିଲେ ହେଁ ପୁଲିସ ସେମାନଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ସେତେଟା ତତ୍ପରତା ଦେଖାଉନଥିବା ବହୁ ଅଭିଯୋଗ ଉପରିସ୍ଥ ଅଧିକାରୀଙ୍କ ପାଖକୁ ଆସୁଥିଲା । ପିଲା ନିଖୋଜ ଘଟଣାରେ ଅଭିଭାବକଙ୍କ ଏତଲା ଆଧାରରେ ପୁଲିସ୍‌ ମାମଲା ରୁଜୁ କରି ନିଜର ଦାୟିତ୍ୱ ସାରୁଛି । ଏହାକୁ ନେଇ ବିଭିନ୍ନମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ନିଖୋଜ ପିଲାଙ୍କୁ ଖୋଜି ବାହାର କରିବା ପାଇଁ ଡିଜିଙ୍କ ନିର୍ଦ୍ଦେଶକ୍ରମେ ପ୍ରତି ଜିଲ୍ଲା ସ୍ତରରେ ଏକ ସ୍ୱତନ୍ତ୍ର ଅଭିଯାନ ଗତ ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।

child

ପ୍ରାଥମିକ ପର୍ଯ୍ୟାୟରେ ୮୩୪ଟି ନିଖୋଜ ମାମଲାକୁ ଆଧାର କରି ରାଜ୍ୟ ପୁଲିସ୍‌ ବାହିନୀ ବିଭିନ୍ନ ଜିଲ୍ଲା ସ୍ତରରେ ପିଲା ଖୋଜା ଅଭିଯାନ ଚଳାଇଥିଲା । ୮ ଦିନ ବ୍ୟାପି ଉକ୍ତ ଅଭିଯାନରେ ପୁଲିସ୍‌ ବାହିନୀ ୮୯୪ ଜଣ ପିଲାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବାର ସୂଚନା ଦିଆଯାଇଛି । ଉଦ୍ଧାର ହୋଇଥିବା ପିଲାମାନଙ୍କୁ ସିଡବ୍ଲୁସି ହାଜର କରାଇବା ପରେ କେତେକ ପିଲାକଙ୍କୁ ସେମାନଙ୍କ ଅଭିଭାବକମାନେ ଜିମା ନେଇଥିବା ବେଳେ ଆଉ କିଛି ପିଲା ଏବେ ଶିଶୁ ସୁରକ୍ଷା ଯତ୍ନ କେନ୍ଦ୍ରରେ ରଖାଯାଇଥିବା ସୂଚନା ମିଳିଛି ।

ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *