ଅଷ୍ଟ୍ରେଲିଆ ରେ ଟେଷ୍ଟ ସିରିଜ ରେ ବିଜୟୀ ହେବା ପରେ ଏବେ ଇଂଲଣ୍ଡର ପାଳି। ଫେବୃଆରୀ ୫ତାରିଖରେ ଇଂଲଣ୍ଡ ବିରୁଦ୍ଧରେ ଟେଷ୍ଟ ସିରିଜ ଖେଳିବ ଭାରତ। ୪ଟି ଟେଷ୍ଟ ମ୍ୟାଚ ମଧ୍ୟରୁ ପ୍ରଥମ ଦୁଇଟି ମ୍ୟାଚ ପାଇଁ ଭାରତୀୟ କ୍ରିକେଟ ଦଳକୁ ଘୋଷଣା କରାଯାଇଛି। ଏହି ମ୍ୟାଚରେ ବ୍ୟାଟସମ୍ୟାନ ଚେତେଶ୍ୱର ପୂଜାରା ମଧ୍ୟ ସାମିଲ ଅଛନ୍ତି। କ୍ରିକେଟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ବାଜି ମରା ଆରମ୍ଭ ହୋଇଯାଇଛି। ଚେତେଶ୍ୱର ପୂଜାରାଙ୍କୁ ଓପନ ଚ୍ୟାଲେଞ୍ଜ ଦେଇଛନ୍ତି ଅଶ୍ୱିନୀ। ଇଂଲଣ୍ଡ ଟେଷ୍ଟ ସିରିଜ ମ୍ୟାଚରେ ଚେତେଶ୍ୱର ପୂଜାରା କୌଣସି ଅଫ ସ୍ପିନରଙ୍କ ବିରୁଦ୍ଧରେ ଭଲ ପ୍ରଦର୍ଶନ କରିପାରିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଅଶ୍ୱିନୀ। କୌଣସି ଅଫ ସ୍ପିନରଙ୍କ ବୋଲିଂକୁ ଛକା ମାରିଦେଲେ ଫାଳେ ନିଶ କରିଦେବେ ବୋଲି ଅଶ୍ୱିନୀ କହିଛନ୍ତି।
ଚେତେଶ୍ୱର ପୂଜାରା ଅଫ୍ ସ୍ପିନର୍ଙ୍କୁ ଛକା ମାରିପାରିଲେ ସେ, ଫାଳେ ନିଶ କାଟି ପଡିଆ ଭିତରକୁ ଯିବେ ବୋଲି କହିଛନ୍ତି। ୟୁଟ୍ୟୁବ୍ ଚ୍ୟାନେଲରେ କୋଚ ବିକ୍ରମ ରାଠୋରଙ୍କ ସହ ଆଲୋଚନା ସମୟରେ ସେ, ଏହି କଥା କହିଥିଲେ। ଏହିପରି ସତରେ ହେଲେ ସେ, ଫାଳେ ନିଶ କାଟି ପଡିଆ ଭିତରକୁ ଯିବେ।ଇଂଲଣ୍ଡର ବୋଲର ମୋଇନ ଅଲ୍ଲୀ କିମ୍ବା ଅନ୍ୟ କୌଣସି ଅଫ ସ୍ପିନରଙ୍କ ବିରୋଧରେ ସେ, ଓଭର ଦି ଟପ ବ୍ୟାଟିଂ କରିପାରିଲେ, ଅଶ୍ୱିନୀ ଅଧା ନିଶ କାଟି ଦେବେ ବୋଲି ସୂଚନା ଦେଇଛନ୍ତି। ଏହା ଏକ ଓପନ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି। ଚେତେଶ୍ୱର ପୂଜାରାଙ୍କ ପାଇଁ ଏହା ମଧ୍ୟ ବଡ ଚ୍ୟାଲେଞ୍ଜ। ଅଷ୍ଟ୍ରେଲିଆରେ ବିଜୟ ହାସଲ କରିଥିବା ବର୍ଡର ଗାଭସ୍କର ଟ୍ରଫିରେ ଚେତେଶ୍ୱର ପୂଜାରା ଭଲ ଖେଳ ପ୍ରଦର୍ଶନ ଦେଖାଇଥିଲେ। ଏହି ମ୍ୟାଚରେ ସେ, ଡିଫେନସିଭ ହୋଇ ମଧ୍ୟ ଭଲ ରନ କରି ଭାରତ ଦଳକୁ ଜିତାଇବାରେ ବଡ଼ ଭୂମିକା ହାସଲ କରିଛନ୍ତି। ଅଶ୍ୱିନୀ କହିଛନ୍ତି, ଚେତେଶ୍ୱର ଜଣେ ଭଲ ଖେଳାଳି।
ତାଙ୍କର ସମସ୍ତ ଗୁଣ ତାଙ୍କୁ ଭଲ ଲାଗିଥାଏ। ମ୍ୟାଚରେ ତାଙ୍କୁ ସ୍ଲେଜ କରିବା ବହୁତ କଷ୍ଟ, ଆଉ ତାଙ୍କର ସ୍ୱଭାବ ବହୁତ ଭଲ। ଅଷ୍ଟ୍ରେଲିଆ ବିରୁଦ୍ଧରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିଲା। ଅଷ୍ଟ୍ରେଲିଆକୁ ଭାରତୀୟ ଦଳ ପରାସ୍ତ ମଧ୍ୟ କରିଥିଲା। ଆଉ ଏବେ ଇଂଲଣ୍ଡରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ରିଶବ ପନ୍ତ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ। ସେ ୩ଟି ମ୍ୟାଚରେ ତୃତୀୟ ସର୍ବାଧିକ ୨୭୪ରନ କରିଥିଲେ।
ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।