ss

ପାଣି ରେ ଥରେ ମିଶେଇ ପିଅନ୍ତୁ ଏହି ଜିନିଷ,ଫାଇଦା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।

Uncategorized

ଅଳେଇଚ ଏକ ଏପରି ଜିନିଷ,ଯାହା ଆମ ରୋଷେଇ ଘରେ ଖୁବ୍ ସହଜରେ ମିଳିଯାଇଥାଏ। ଏହାକୁ ଆମେ ବିଭିନ୍ନ ପ୍ରକାର ରୋଷେଇ କରିବାବେଳେ ବ୍ୟବହାର କରିଥାଉ। ଅଳେଇଚ ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଅଧିକାଂଶ ଲୋକେ ଏହାକୁ ସେବନ କରିବାର ଠିକ୍ ଉପାୟ ଜାଣିନଥାଆନ୍ତି। ଏଥିପାଇଁ ସେମାନଙ୍କୁ ଏହାର ଲାଭ ମିଳିପାରେ ନାହିଁ।

ଅଳେଇଚକୁ ମହୁ ସହ ସେବନ କରାଯାଇଥାଏ କିମ୍ବା ପାଣି ସହ ମଧ୍ୟ ସେବନ କରାଯାଇନଥାଏ। ଏହାକୁ ଆପଣ ସକାଳେ ଖାଲି ପେଟରେ କିମ୍ବା ଲଞ୍ଚ ପରେ ମଧ୍ୟ ଖାଇ ପାରିବେ କିନ୍ତୁ ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ୨ଟି ଅଳେଇଚ ଖାଇ ଗରମ ପାଣି ପିଇବେ ତେବେ ଆପଣଙ୍କୁ ଏହା ସୁଫଳ ହେବ। ଆସନ୍ତୁ ଜାଣିବା ଅଳେଇଚର ଲାଭଦାୟକ ଗୁଣ ବିଷୟରେ ରାତିରେ ଅଳେଇଚ ଚୋବାଇ ଗରମ ପାଣି ପିଇଲେ ପାଚନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ। ଏହା ସହିତ ପାଟିରୁ ଦୁର୍ଗନ୍ଧ ସମସ୍ୟା ଦୂର ହୋଇଥାଏ। ଯଦି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ସକାଳେ ଖାଲି ପେଟରେ ଆପଣ ଅଳେଇଚ ସେବନ କରି ପାରିବେ।

watter

ସେହିଭଳି ଅଳେଇଚ ସେବନ କଲେ ଶରୀରର ଦୁର୍ବଳତା ଦୂର ହୋଇଯାଇଥାଏ,ଆପଣ ଚାହିଁଲେ ଶୋଇବା ପୂର୍ବରୁ ଗରମ କ୍ଷୀରରେ ଅଳେଇଚ ପାଉଡର ମିଶାଇ ପିଇବା ଦ୍ବାରା ଦୁର୍ବଳତା ଦୂର ହୋଇଥାଏ। ଅଳେଇଚ ଖାଇବା ଦ୍ବାରା ଲାଳ ସୃଷ୍ଟି ହୋଇଥାଏ,ଏହା ଦ୍ବାରା ପେଟର ଗ୍ୟାସ୍,ଅମ୍ଳପିତ୍ତ ଏବଂ ପେଟର ଭାରିପଣ ଦୂର ହୋଇଥାଏ। ଏହା ବ୍ୟତୀତ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ିଥାଏ।

Leave a Reply

Your email address will not be published. Required fields are marked *